Posts

Showing posts from February, 2017

ଜାତୀୟ ବିଜ୍ଞାନ ଦିବସ- 2017 [National Science Day]

Image
ସାଧାରଣ ଲୋକଙ୍କ ଜୀବନରେ ବିଜ୍ଞାନର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ତାହାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଭାରତରେ ପ୍ରତିବର୍ଷ ଫେବୃଆରୀ 28 ତାରିଖକୁ ଜାତୀୟ ବିଜ୍ଞାନ ଦିବସ ଭାବେ ପାଳନ କରାଯାଏ । 1928 ମସିହା ଏହି ଦିନ ବିଶିଷ୍ଟ ଭାରତୀୟ ବୈଜ୍ଞାନିକ ସାର୍ ଚନ୍ଦ୍ର ଶେଖର ଭେଙ୍କଟ ରମଣ ବା ସି.ଭି. ରମଣ ଆଲୋକ କଣିଆ ଫୋଟନର ବିଚ୍ଛୁରଣ ସମ୍ପର୍କିତ ଏକ ମହତ୍ତ୍ୱପୂର୍ଣ୍ଣ ଗୁଣ ଆବିଷ୍କାର କରିଥିଲେ । ଏହାକୁ ତାଙ୍କ ନାମ ଅନୁସାରେ ରମଣ ଇଫେକ୍ଟ ବୋଲି କୁହାଯାଏ । ଏହି ଆବିଷ୍କାର ପାଇଁ 1930 ମସିହାରେ ତାଙ୍କ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଜ୍ଞାନ କ୍ଷେତ୍ରରେ ଭାରତ ପାଇଁ ମଧ୍ୟ ଏହା ପ୍ରଥମ ନୋବେଲ ପୁରସ୍କାର ଥିଲା । ନ୍ୟାସନାଲ କାଉନସିଲ ଫର୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲଜି କମ୍ୟୁନିକେସନ୍ (NCSTC) ପକ୍ଷରୁ 1986 ମସିହାରେ ଫେବୃଆରୀ 28 ତାରିଖକୁ ଜାତୀୟ ବିଜ୍ଞାନ ଦିବସ ଭାବେ ନାମିତ କରିବା ପାଇଁ ଭାରତ ସରକାରଙ୍କୁ ପ୍ରସ୍ତାବ ଦିଆଗଲା ଏବଂ ସେହିବର୍ଷ ସରକାର ଏହାକୁ ଗ୍ରହଣ କଲେ ଓ ଏହି ଦିନକୁ ଜାତୀୟ ବିଜ୍ଞାନ ଦିବସ ଭାବେ ଘୋଷଣା କଲେ । ଏହା ପରବର୍ଷ ଅର୍ଥାତ 1987 ମସିହା ଫେବୃଆରୀ 28 ତାରିଖରେ ପ୍ରଥମ ଥର ପାଇଁ ଜାତୀୟ ବିଜ୍ଞାନ ଦିବସ ପାଳନ କରାଗଲା ।  ଜାତୀୟ ବିଜ୍ଞାନ ଦିବସରେ ସାଧାରଣ ଲୋକଙ୍କ ଜୀବନରେ ବିଜ୍ଞାନର ଭୂମିକା ସମ୍ପର୍କରେ ପ୍ରଚାର ପ୍ରସାର କ...

✎ ବିଜ୍ଞାନ ଓ ବିଶ୍ୱାସ (ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ) [Science and Belief]

ମୁ ର୍ଖ ଓ ସ୍କୁଲ ମାଟି ମାଡ଼ି ନଥିବା ଲୋକଟିଏ ମଧ୍ୟ କହିପାରିବ ଯେ ସୂର୍ଯ୍ୟ ସକଳ ଶକ୍ତିର ଆଧାର, ଏହା ବିଶ୍ୱାସ । ଅନ୍ୟପଟେ ଶିକ୍ଷିତ ଲୋକଟିଏ ମଧ୍ୟ ଏଥିରେ ସହମତ ହେବ ଯେ, ସୂର୍ଯ୍ୟଙ୍କ (ତାପ, ଆଲୋକ ଏବଂ ମହାକର୍ଷଣ) ଶକ୍ତି ବିନା ପୃଥିବୀର ସ୍ଥିତି ଓ ଜୀବନସତ୍ତା ଅସମ୍ଭବ । ଏହା ହେଉଛି ବିଜ୍ଞାନ । ତେଣୁ ବିଶ୍ୱାସ ଓ ବିଜ୍ଞାନ ଦୁଇଟି ଭିନ୍ନ ଭିନ୍ନ ଜଗତର ଶବ୍ଦ ଲାଗୁଥିଲେ ମଧ୍ୟ ବାସ୍ତବତା ସେଭଳି ନୁହେଁ । ଆମର ଧର୍ମ, ପ୍ରଥା, ପରମ୍ପରା, ସଂସ୍କୃତି ଓ ଚଳଣି ମଧ୍ୟରେ ଏଭଳି ଅନେକ କଥା ଅଛି, ଯାହାକି ଆମେ ବିନା ପ୍ରମାଣରେ ବିଶ୍ୱାସ କରୁ, କିନ୍ତୁ ତା ପଛରେ ଯଥେଷ୍ଟ ବିଜ୍ଞାନ ସମ୍ମତ କାରଣ ଓ ପ୍ରମାଣ ରହିଛି । ଏଭଳି ଅନେକ ବିଶ୍ୱାସକୁ ବିଜ୍ଞାନ ସମ୍ମତ ବୋଲି ବୈଜ୍ଞାନିକମାନେ ପ୍ରମାଣ କରିଛନ୍ତି ଓ ଆହୁରି କରୁଛନ୍ତି ମଧ୍ୟ । ଅନ୍ୟପକ୍ଷରେ ଏଭଳି ଅନେକ ବିଶ୍ୱାସ ରହିଛି, ଯାହାକି ପ୍ରଥମତଃ ବିଜ୍ଞାନ ସମ୍ମତ ନୁହେଁ, ଦ୍ୱିତୀୟରେ ଏହାକୁ ପାଳନ କରିବା ଦ୍ୱାରା କାହାର ମଙ୍ଗଳ ହୁଏ ନାହିଁ ବରଂ ସମାଜ ପ୍ରତି ଏହା କ୍ଷତିକାରକ ଭାବେ ସାବ୍ୟସ୍ତ ହୁଏ, ଯାହାକୁ ଆମେ ଅନ୍ଧ ବିଶ୍ୱାସ ବୋଲି କହୁ । ଏଇଠି ଆସେ ବିଜ୍ଞାନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଆମେ ଅନ୍ଧ ବିଶ୍ୱାସକୁ ଏଥିପାଇଁ ବିଶ୍ୱାସ କରୁ ଯେ, ପ୍ରଥା, ପରମ୍ପରା, ବିଶ୍ୱାସ ଓ ଚଳଣି ନାଁରେ ତା ପଛରେ...

ନୂଆ ମହାଦେଶ 'ଜିଲାଣ୍ଡିଆ'! [8th Continent 'Zealandia'!]

Image
'ଜିଲାଣ୍ଡିଆ' ନିୟୁ ଜିଲାଣ୍ଡ ମହାଦଶ ବା ଟାସମାଣ୍ଟିସ ମଧ୍ୟ କୁହାଯାଏ । 'ଜିଲାଣ୍ଡିଆ' ହେଉଛି ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ବୁଡ଼ି ରହିଥିବା ଏକ ବିଶାଳ ଭୂଖଣ୍ଡ  । ଏହାକୁ ପୃଥିବୀର ଅଷ୍ଟମ ମହାଦେଶର ମାନ୍ୟତା ଦେବାକୁ ଏସମ୍ପର୍କରେ ଗବେଷଣା କରୁଥିବା ବୈଜ୍ଞାନିକ ଓ ଭୂତତ୍ତ୍ୱବିତ୍ ମାନେ ଦାବି କରିଛନ୍ତି । ସେମାନଙ୍କ ମତରେ ଏକ ଭୂଖଣ୍ଡ ମହାଦେଶର ମାନ୍ୟତା ପାଇବା ପାଇଁ ଯେଉଁ ସବୁ ବୈଶିଷ୍ଟ୍ୟ ରହିବା ଆବଶ୍ୟକ, ସେସବୁ ଜିଲାଣ୍ଡିଆରେ ଅଛି । ଏହା ସମୁଦ୍ର ତଳ ଠାରୁ ଯଥେଷ୍ଟ ଉଚ୍ଚତାରେ ରହିଛି, ଏହାର ନିଜସ୍ୱ କ୍ଷେତ୍ର ରହିଛି, ନିଜସ୍ୱ ସ୍ପଷ୍ଟ ଭୂତତ୍ତ୍ୱ ରହିଛି ଏବଂ ଏହାର କ୍ରଷ୍ଟ୍ ସମୁଦ୍ରତଳ ଠାରୁ ଯଥେଷ୍ଟ ମୋଟା । ତେଣୁ ଏହାକୁ ଏସିଆ, ୟୁରୋପ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା ଓ ଅଷ୍ଟ୍ରେଲିଆ ପରେ ଅଷ୍ଟମ ଏବଂ କ୍ଷୁଦ୍ରତମ ମହାଦେଶର ମାନ୍ୟତା ଦେବାକୁ ଦାବି ହୋଇଛି । 1995 ମସିହାରେ ଏହି ଭୂଖଣ୍ଡ ସମ୍ପର୍କରେ ଗବେଷଣା ଆରମ୍ଭ ହୋଇଥିଲା । ଜିଲାଣ୍ଡିଆର କ୍ଷେତ୍ରଫଳ ପ୍ରାୟ 50 ବର୍ଗ କିଲୋମିଟର ହେବ, ଯାହାକି ଭାରତୀୟ ଉପମହାଦେଶର ଆକାର ସହିତ ପାଖାପାଖି ସମାନ । ଏହାର ଶତକଡ଼ା 94 ଭାଗ ପ୍ରଶାନ୍ତ ମହାସାଗର ମଧ୍ୟରେ ବୁଡ଼ି ରହିଛି । ଯଦି ଏହା ମହାଦେଶ ମାନ୍ୟତା ପାଏ, ତେବେ ନିୟୁ ଜିଲାଣ୍ଡ, ନିୟୁ କାଲେଡୋନିଆ, ନୋରଫୋକ୍ ଦ୍ୱୀପ, ଲର୍ଡ ହୱେ ଦ୍ୱୀପ ସମୁହ ଆଦି ଏହି ମହାଦେ...

ଅଣ୍ଡା ଆଗ ନା କୁକୁଡ଼ା ଆଗ? [Chicken or Egg: Which Came First?]

Image
ଅଣ୍ଡା ଆଗ ନା କୁକୁଡ଼ା ଆଗ? ଖୁବ୍ କଷ୍ଟକର କିନ୍ତୁ ମଜାଦାର ପ୍ରଶ୍ନ ନା? ବହୁ ଦିନରୁ ଏହି ପ୍ରଶ୍ନ ପ୍ରଚଳିତ ଅଛି, ବିଜ୍ଞାନରେ ଓ ଲୋକକଥାରେ ମ ଧ୍ୟ  । କିନ୍ତୁ ବୈଜ୍ଞାନିକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ, କୁକୁଡ଼ା  ପୂର୍ବରୁ ଅଣ୍ଡା ସୃଷ୍ଟି ହୋଇଥିଲା  । ସେମାନଙ୍କ ଯୁକ୍ତି ଅନୁସାରେ, କୁକୁଡ଼ା ସୃଷ୍ଟି ହେବା ପୂର୍ବରୁ ସେହି ଜାତୀୟ ଅନ୍ୟ ଏକ ପକ୍ଷୀ ପୃଥିବୀରେ ବିଚରଣ କରୁଥିଲା  । ତାହା କୁକୁଡ଼ା ଭଳି ହେଲେ ମଧ୍ୟ କୁକୁଡ଼ା ନଥିଲା  । ଅର୍ଥାତ୍ ଆଜିର କୁକୁଡ଼ା ଓ ସେହି ପକ୍ଷୀର ଗୁଣସୂତ୍ର ପାଖାପାଖି ଏକ ପ୍ରକାରର ହୋଇଥିଲେ ମଧ୍ୟ ସମାନ ନଥିଲା  । ବୈଜ୍ଞାନିକମାନେ ସେହି ପକ୍ଷୀର ନାମ ପ୍ରୋଟୋ-ଚିକେନ୍ ବା ପ୍ରୋଟୋ-କୁକୁଡ଼ା ଦେଇଛନ୍ତି  । ସେମାନେ ସାଧାରଣ ପକ୍ଷୀ ଭଳି ଅଣ୍ଡା ଦେଉଥିଲେ ଓ ବଂଶବୃଦ୍ଧି କରୁଥିଲେ  । କିନ୍ତୁ କୌଣସି କାରଣ ବଶତଃ  ଏକଦା ପ୍ରୋଟୋ-ଗଞ୍ଜା ଏବଂ ପ୍ରୋଟୋ- ମାଈ କୁକୁଡ଼ାର ମିଳନରୁ ସୃଷ୍ଟି ହୋଇଥିବା ଅଣ୍ଡାରୁ ବିକୃତ ବା ନୂଆ ଗୁଣସୂତ୍ର ବିଶିଷ୍ଟ  ପକ୍ଷୀ ଜନ୍ମ ନେଲା  । ସେହି ପକ୍ଷୀ ହେଉଛି ଆଜିର କୁକୁଡ଼ା  । ତେଣୁ ଆଗ ଅଣ୍ଡା ସୃଷ୍ଟି ହୋଇଥିଲା ଏବଂ ତା ପରେ କୁକୁଡ଼ା  । ଏବେ ପ୍ରଶ୍ନ ଉଠୁଛି, ଆଗ ପ୍ରୋଟୋ-ଅଣ୍ଡା ନା ଆଗ ପ୍ରୋଟୋ-କୁକୁଡ଼ା ?  ଆଉ କିଛି ବୈଜ୍ଞାନିକଙ୍କର ଏସମ୍ପର୍କରେ ଭିନ୍ନ ମତ ରହିଛି...

ଦର୍ପଣର ରଙ୍ଗ କଣ? [What color is a mirror?]

Image
ଆମେ ପ୍ରତିଦିନ ମୁଣ୍ଡ କୁଣ୍ଡେଇବା ପାଇଁ, ପ୍ରସାଧନ ସାମଗ୍ରୀ ଲଗାଇବା ପାଇଁ କିମ୍ବା ନିଜକୁ ସଜେଇ ହେବା ପାଇଁ ଦର୍ପଣର ବ୍ୟବହାର କରୁ। କିନ୍ତୁ କେବେ ଚିନ୍ତା କରିଛନ୍ତି, ଦର୍ପଣର ରଙ୍ଗ କଣ? ଆପଣ ଭାବୁଥିବେ, ଦର୍ପଣର ପୁଣି ରଙ୍ଗ କଣ ହୋଇପାରେ? ଦର୍ପଣ ଆଗରେ ଯେଉଁ ରଙ୍ଗର ସାମଗ୍ରୀ ରଖାଯାଏ, ଦର୍ପଣ ସେହି ରଙ୍ଗର ହୁଏ। ଆପଣ କେତେକାଂଶରେ ଠିକ। କାରଣ ପ୍ରକୃତ ଦର୍ପଣର ଧର୍ମ ହେଉଛି, ଦର୍ପଣ ଉପରେ ଯେଉଁ ଆଲୋକ ପଡ଼ିବ, ତାହା ଶତ ପ୍ରତିଶତ ପ୍ରତିଫଳିତ ହେବ। କିନ୍ତୁ ଆପଣ ଜାଣି ରଖିବା ଉଚିତ ଯେ, ଦୁନିଆରେ ପ୍ରକୃତ ଦର୍ପଣ ବୋଲି କିଛି ନାହିଁ। କାରଣ ଏଭଳି କିଛି ପଦାର୍ଥ ନାହିଁ, ଯାହା ଉପରେ ଆଲୋକ ପଡ଼ିଲେ ତାହା ଶହେ ପ୍ରତିଶତ ପ୍ରତିଫଳିତ ହେବ। ଦର୍ପଣ ସର୍ବଦା କିଛି ପରିମାଣର ଆଲୋକକୁ ଅବଶୋଷଣ କରିଥାଏ। ତେବେ ଆମେ ନିତିଦିନିଆ କାର୍ଯ୍ୟରେ ବ୍ୟବହାର କରୁଥିବା କାଚ ଦର୍ପଣର ରଙ୍ଗ କଣ? ଏଇଠି ଆଉ ଏକ କଥା ଜାଣି ରଖନ୍ତୁ ଯେ, କୌଣସି ପଦାର୍ଥ (ଅନ୍ୟ ସବୁ ରଙ୍ଗର ଆଲୋକକୁ ଅବଶୋଷଣ କରି) ଯେଉଁ ରଙ୍ଗର ଆଲୋକକୁ ଅଧିକ ପ୍ରତିଫଳନ ବା ବିକିରଣ କରେ, ଆମେ ସେହି ପଦାର୍ଥ ସେହି ରଙ୍ଗର ବୋଲି ଦେଖିଥାଉ। ଅର୍ଥାତ୍ ଗଛର ପତ୍ର ସୂର୍ଯ଼୍ୟାଲୋକରେ ଆସୁଥିବା ସମସ୍ତ ରଙ୍ଗର ଆଲୋକକୁ ଅବଶୋଷଣ କରି କେବଳ ସବୁଜ ରଙ୍ଗକୁ ଅଧିକ ପ୍ରତିଫଳନ କରେ। ତେଣୁ ଆମେ ଗଛର ପତ୍ରକୁ ସବୁଜ ରଙ୍ଗର ବୋଲି ଦେଖୁ। ଏହି ନିୟମ ଅନୁସାରେ, ଦର୍ପଣ ଯେଉଁ ରଙ୍ଗର ଆଲ...

ପ୍ରଖ୍ୟାତ ବୈଜ୍ଞାନିକଙ୍କ ଅଦ୍ଭୁତ ଡାକ ଠିକଣା- Sg, Lr, Bk, Cf, Am

Image
ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ଗ୍ଲେନ୍ ଟି. ସିବର୍ଗ ନିଜ ଘରର ଡାକ ଠିକଣାକୁ ଏକ ଅଦ୍ଭୁତ ପ୍ରକାରେ ଲେଖି ପାରୁଥିଲେ। ବୋଧ ହୁଏ ସେ ଏକ ମାତ୍ର ବ୍ୟକ୍ତି, ଯିଏକି ବିଭିନ୍ନ ମୌଳିକ ପଦାର୍ଥର ସଂକ୍ଷିପ୍ତ ନାମକୁ ନିଜ ଠିକଣା ଭାବେ ଲେଖିପାରୁଥିଲେ। ସେ ନିଜ ଡାକ ଠିକଣା ଲେଖୁଥିଲେ- Sg, Lr, Bk, Cf, Am Sg - ସିବର୍ଗିୟମ୍ (ତାଙ୍କ ନିଜ ନାଁ ସିବର୍ଗ ଅନୁସାରେ ନାମିତ) Lr - ଲରେନ୍ସିୟମ୍ (ଲରେନ୍ସ ବାର୍କେଲେ ନ୍ୟାସନାଲ ଲେବୋରେଟରି ଅନୁସାରେ ନାମିତ) Bk - ବାର୍କେଲିୟମ୍ (ବାର୍କେଲେ ସହର ଅନୁସାରେ ନାମିତ) Cf - କାଲିଫର୍ଣ୍ଣିୟମ୍ (କାଲିଫର୍ଣ୍ଣିଆ ଅନୁସାରେ ନାମିତ) Am - ଆମେରିକମ୍ (ଆମେରିକା ଅନୁସାରେ ନାମିତ) ଅର୍ଥାତ୍ ତାଙ୍କ ସମ୍ପୂର୍ଣ୍ଣ ଠିକଣା ହେଲା- ସିବର୍ଗ, ଲରେନ୍ସ ବାର୍କେଲେ ନ୍ୟାସନାଲ ଲେବୋରେଟରି ବାର୍କେଲେ,କାଲିଫର୍ଣ୍ଣିଆ ଆମେରିକା  ଆହୁରି ପଢ଼ନ୍ତୁ : କେତେ ବିସ୍ମକୟର ମଷଣିର ପଢ଼ିବା ଶକ୍ତି !

ତିମି ସମୁଦ୍ରକୂଳକୁ ଆସନ୍ତି କାହିଁକି ? [Why Do Whales Beach Themselves?]

Image
ତିମିମାନେ ସମୁଦ୍ରକୂଳକୁ ଆସନ୍ତି କାହିଁକି ଓ କୂଳକୁ ଆସିବା ପରେ ଆଉ ସମୁଦ୍ରକୁ ଫେରିପାରନ୍ତି ନାହିଁ କାହିଁକି? ଏହି ପ୍ରସଙ୍ଗ ଜୀବପ୍ରେମୀ ଓ ପରିବେଶବିତ୍ ମାନଙ୍କୁ ଚିନ୍ତାରେ ପକାଇଛି। ସେମାନେ ମଧ୍ୟ ଏନେଇ କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାଇ ପାରିନାହାନ୍ତି। ତଥାପି ଗବେଷଣାରୁ କେତେକ ସମ୍ଭାବ୍ୟ କାରଣ ଆଗକୁ ଆସିଛି। ଯଦିଓ ଏହି କାରଣ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ପ୍ରମାଣିତ ହୋଇନାହିଁ, ତଥାପି ଏଗୁଡ଼ିକୁ ସମ୍ପୂର୍ଣ୍ଣ ଭିତ୍ତିହୀନ କୁହାଯାଇ ପାରିବନାହିଁ। କେବଳ କିଲର୍ ହ୍ୱେଲ୍ ବା ଅର୍କା ଭଳି ପ୍ରଜାତିର ତିମି ଶୀକାର ପାଇଁ କୂଳର ଅତି ନିକଟକୁ ପଳାଇଆସନ୍ତି ଓ ଫେରିଯାଆନ୍ତି। କିନ୍ତୁ ଅଧିକାଂଶ ପ୍ରଜାତିର ତିମି କେବଳ ଗଭୀର ସମୁଦ୍ରରେ ହିଁ ଚଳପ୍ରଚଳ କରନ୍ତି। ତେବେ ସେମାନେ ସମୁଦ୍ରକୂଳକୁ ଆସିବା ପଛରେ କାରଣ କଣ? ଗବେଷଣାରୁ ଏହାର ଉଭୟ ପ୍ରାକୃତିକ ଓ ମନୁଷ୍ୟକୃତ କାରଣ ସମ୍ପର୍କରେ ଜଣାପଡ଼ିଛି। ପ୍ରାକୃତିକ କାରଣ ଗୁଡ଼ିକ ହେଲା, ପାଗ ଖରାପ ହେଲେ ଅନେକ ସମୟରେ ତିମି କୂଳ ଆଡ଼କୁ ପଳାଇଆସନ୍ତି। ଏଥିସହ ବୟସ ଅଧିକ ହେଲେ କିମ୍ବା ସଂକ୍ରମଣ ଓ ରୋଗ କାରଣରୁ ଦୁର୍ବଳ ହୋଇପଡ଼ିଲେ ମଧ୍ୟ ତିମି କୂଳ ଆଡ଼କୁ ଚାଲିଆସନ୍ତି। ସେହିପରି ଗର୍ଭବତୀ ଥିବା ମାଈ ତିମିର ପ୍ରସବ ଜନିତ ସମସ୍ୟା ଦେଖାଦେଲେ ମଧ୍ୟ ସେ ସମୁଦ୍ରତଟ ଆଡ଼କୁ ଚାଲିଆସେ। ଅନ୍ୟ କେତେକ କ୍ଷେତ୍ରରେ ସଂକ୍ରମିତ ତିମି ନିଜ ଦିଗ ନିରୂପଣ କ୍ଷମତା ହରାଇଲେ କିମ୍ବା ସେଥିରେ କୌଣସି ...

ସମୁଦ୍ରକୂଳରେ ତିମିଙ୍କ ଅସ୍ୱାଭାବିକ ମୃତ୍ୟୁ ହୁଏ କାହିଁକି? [Why do stranded whales die?]

Image
ସମୁଦ୍ରକୂଳରେ ତିମିର ମୃତଦେହ ଠାବ ହେବା ଘଟଣା ଆପଣମାନେ ଅନେକ ସମୟରେ ଖବରରେ ଦେଖିଥିବେ । ପୃଥିବୀର ଅନେକ ସମୁଦ୍ରତଟରେ ଏହିଭଳି ଘଟଣା ଦେଖିବାକୁ ମିଳେ। କେଉଁଠି ଗୋଟିଏ ତିମି ମରି ପଡ଼ିଥାଏ ତ ଆଉ କେଉଁଠି ଏକାଧିକ ତିମି ବା ଗୋଟିଏ ତିମି ଦଳ ମରି ପଡ଼ିଥାନ୍ତି। କିଛି ସ୍ଥାନରେ ଶହଶହ ତିମି ମଧ୍ୟ ସମୁଦ୍ରକୂଳରେ ମୃତ୍ୟୁବରଣ କରିଥାନ୍ତି। ପ୍ରତିବର୍ଷ ସାରା ପୃଥିବୀରେ ପ୍ରାୟ 2000 ତିମି ଜାତୀୟ ପ୍ରାଣୀ ସମୁଦ୍ରକୂଳକୁ ଆସି ମୃତ୍ୟୁବରଣ କରନ୍ତି। ଏଇଠି ଗୋଟିଏ କଥା କହିରଖେ, ତିମି ବୟସ ଅଧିକ ହୋଇ ସ୍ୱାଭାବିକ ଭାବେ  ମୃତ୍ୟୁବରଣ କଲେ  କିମ୍ବା କୌଣସି ରୋଗ ଅଥବା ଦୁର୍ଘଟଣା କାରଣରୁ ସମୁଦ୍ର ଭିତରେ ମୃତ୍ୟୁବରଣ କଲେ ସାଧାରଣତଃ ତାହାର ମୃତଦେହ ସମୁଦ୍ରକୂଳ ଯାଏଁ ଆସିନଥାଏ। ତାହା ସମୁଦ୍ର ଭିତରେ ହିଁ କାହାର ଖାଦ୍ୟ ବନିଯାଏ, ନଚେତ୍ ପଚିସଢ଼ି ସମୁଦ୍ର ଭିତରେ ହିଁ ବୁଡ଼ିଯାଏ। ସମୁଦ୍ରକୂଳରେ ମିଳୁଥିବା ଅଧିକାଂଶ ମୃତ ତିମି ଗୁଡ଼ିକ ସମୁଦ୍ରକୂଳକୁ ଆସିବା ପରେ ହିଁ ମୃତ୍ୟୁବରଣ କରିଥାନ୍ତି। କିଛି ସ୍ଥାନରେ ଉଦ୍ଧାର ହେଲା ବେଳକୁ ସେମାନେ ଜୀବିତ ଥାଆନ୍ତି ଓ ସେମାନଙ୍କୁ ପୁଣି ସମୁଦ୍ରକୁ ଛାଡ଼ି ଦିଆଯାଏ। ଯଦି ଆପଣଙ୍କୁ ପ୍ରଶ୍ନ କରାଯାଏ, ତିମି ସମୁଦ୍ରକୂଳରେ ମରନ୍ତି କାହିଁକି? ଏହି ପ୍ରଶ୍ନର ଏକ ଖୁବ୍ ସହଜ ଉତ୍ତର ଆପଣଙ୍କ ମନକୁ ଆସୁଥିବ। ତିମି ଅନ୍ୟ ସାମୁଦ୍ରିକ ଜୀବଙ୍କ ଭଳି ସମୁଦ୍ର ଭିତରେ ରହନ୍ତି। ତେଣୁ ପାଣି ବାହ...
|| ଉଦ୍ଭାବନ ବେଳକୁ କମ୍ପ୍ୟୁଟର ମାଉସ୍ ଏହାର ଅାକାର ଯୋଗୁଁ ଟର୍ଟଲ୍ (କଇଁଛ) ଭାବେ ପରିଚିତ ଥିଲା। କିନ୍ତୁ ଏଥିରେ ଲାଞ୍ଜ ଭଳି ତାର ଲାଗିଥିବାରୁ ପରେ ଏହାର ନାଁ ମାଉସ୍ (ମୂଷା) ରଖାଗଲା ||

କେତେ ବିସ୍ମକୟର ମଷଣିର ପଢ଼ିବା ଶକ୍ତି ! [Can you read scrambled text]

Image
ବନ୍ଧୁଗଣ ଆପଣ ଏହି ଲେଟିଖାକୁ ପଢ଼ିପାଛରୁନ୍ତି କି ? ଯଦି ହଁ, ତେବେ ଜାଣି ରଖନ୍ତୁ ମଷଣିର ମସ୍ତିଷ୍କ କେତେ ଶକ୍ତିଶାଳୀ ଓ ବିକ୍ଷଚଣ । ଏହି ଶଟିବ୍ଦକୁ ଆମେ ଏପାଥିଇଁ ପଢ଼ିରୁପାଛୁ ଯେ, ଆମେ କୌଣସି ଲେଖାକୁ ପଢ଼ିଲା ବେଳେ ତାହାକୁ ଅକ୍ଷର ଅଯାନୁୟୀ ପଢ଼ୁାନହୁଁ, ବରଂ ଆମେ ପୁରା ଶବ୍ଦିଟକୁ ପଢ଼ୁ । ତେଣୁ ଅକ୍ଷରର ପ୍ରଥମ ଓ ଶେଷ ଅରକ୍ଷକୁ ସମାନ ରଖି ମଝିରେ ଅରକ୍ଷଗୁଡ଼ିକୁ ଏପସେଟପଟ କଲେ କୌସିଣପ୍ରକାର ଅବିସୁଧା ହୁନାଏହିଁ । କିନ୍ତୁ ମନେ ରବାଖିକୁ ହେବ ଯେ, ଶବ୍ଦର ସମସ୍ତ ଅରକ୍ଷଗୁଡ଼ିକ ଯେପରି ସେଥିଧ୍ୟମରେ ରହିଥାଏ । ନଚେତ୍ ପଢ଼ିବାକୁ ଅବୁସିଧା ହେବ । କେମ୍ବ୍ରିଜ ବିଶ୍ୱଦ୍ୟାବିଳୟର ଗଷେବଣାରୁ ଏହା ଜଣାପଥିଡ଼ିଲା । କେତେ ଚତ୍କାମର ଓ ବିସ୍ମକୟର ନା ? ଆହୁରି ପଢ଼ନ୍ତୁ : ବିସ୍ମୟକର ସଂଖ୍ୟା 6174

ବିସ୍ମୟକର ସଂଖ୍ୟା 6174 [Kaprekar's constant]

Image
ଯେ କୌଣସି 4 ଅଙ୍କ ବିଶିଷ୍ଟ ସଂଖ୍ୟା ନିଅନ୍ତୁ, ଆଉ ଏହି ପ୍ରଣାଳୀ ଅନୁସରଣ କରନ୍ତୁ, ଆପଣ ଶେଷ ସଂଖ୍ୟା 6174 ପାଇବେ। 1. ଯେକୌଣସି ଗୋଟିଏ 4 ଅଙ୍କ ବିଶିଷ୍ଟ ସଂଖ୍ୟା ଭାବନ୍ତୁ (ଯେପରି ଅତିକମରେ ଦୁଇଟି ଅଙ୍କ ଭିନ୍ନ ହୋଇଥିବ)। 2. ଏହି ସଂଖ୍ୟାର ଅଙ୍କ ଗୁଡ଼ିକୁ ବଡ଼ରୁ ସାନ କ୍ରମରେ ଓ ସାନରୁ ବଡ଼ କ୍ରମରେ ସଜାନ୍ତୁ। 3. ଏବେ ଯେଉଁ ଦୁଇଟି ସଂଖ୍ୟା ମିଳିଲା, ସେଥିରୁ ବଡ଼ ସଂଖ୍ୟାରୁ ସାନ ସଂଖ୍ୟାକୁ ବିୟୋଗ କରନ୍ତୁ। 4. ଏହି 2 ଓ 3 ନଂ ପ୍ରକ୍ରିୟାକୁ ବାରମ୍ବାର ଦୋହରାଇ ଚାଲନ୍ତୁ। 5. ସର୍ବଶେଷରେ ଆପଣ 6174ରେ ପହଞ୍ଚିବେ। 6. ଥରେ 6174ରେ ପହଞ୍ଚିବା ପରେ ଆପଣ ବାରମ୍ବାର ସେହି 6174 ହିଁ ପାଉଥିବେ। (7641-1467=6174) ଥରେ ପରୀକ୍ଷା କରି ଦେଖନ୍ତୁ। 6174କୁ କାପ୍ରେକର୍ସ୍ କନଷ୍ଟାଣ୍ଟ ( Kaprekar's constant ) କୁହାଯାଏ। ଏହି ସଂଖ୍ୟାର ଏଭଳି ବିଶେଷତ୍ୱକୁ 1949 ମସିହାରେ ଭାରତୀୟ ଗଣିତଜ୍ଞ ଦତ୍ତାତ୍ରେୟ ରାମଚନ୍ଦ୍ର କାପ୍ରେକର ଆବିଷ୍କାର କରିଥିଲେ। ତାଙ୍କରି ନାଁ ଅନୁସାରେ 6174କୁ କାପ୍ରେକରଙ୍କ ସ୍ଥିରାଙ୍କ ବୋଲି କୁହାଯାଏ। ଆହୁରି ପଢ଼ନ୍ତୁ : ମୂତ୍ରକୁ ପିଅନ୍ତି ମହାକାଶଚାରୀ!

ଆମ ଆଖି ଓଲଟା ଦେଖେ [Eyes see upside down]

Image
ଆମେ ଯେତେବେଳେ କୌଣସି ଦୃଶ୍ୟ ଦେଖୁ, (ତାହା ଘର, ଗଛ, ପାହାଡ଼, ମଣିଷ, ଗୋରୁ, ହାତୀ ଯାହା ହୋଇଥାଉ ନା କାହିଁକି) ଆମ ଆଖିରେ ସେସବୁ ଓଲଟା ଦେଖାଯାଏ। ଓଲଟା ଅର୍ଥ ଉପର ତଳ (upside down) ହୋଇ ଓଲଟା ଦେଖାଯାଏ। ଅର୍ଥାତ୍ ଆପଣ ଯଦି କୌଣସି ମଣିଷକୁ ଦେଖୁଛନ୍ତି, ତାର ଗୋଡ଼ ଉପରକୁ ମୁଣ୍ଡ ତଳକୁ ଦେଖାଯାଏ। ଆକାଶ ତଳକୁ ଓ ମାଟି ଉପରକୁ ଦେଖାଯାଏ। ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ମୁଁ କୌଣସି ଅନ୍ୟ ଗ୍ରହର ଜୀବ କଥା କହୁନାହିଁ, ମଣିଷଙ୍କ କଥା କହୁଛି। ଆପଣ ଭାବୁଥିବେ, ଆପଣତ ଓଲଟା ଦେଖୁନାହାନ୍ତି, ସିଧା ଦେଖୁଛନ୍ତି। ଆଜ୍ଞା ହଁ। ଆପଣ ସିଧାରେ ଦେଖୁଛନ୍ତି, କିନ୍ତୁ ମୁଁ କହିଲି ଆପଣଙ୍କ ଆଖିରେ ସେସବୁ ଓଲଟା ଦେଖାଯାଏ। ଅର୍ଥାତ୍ ଆମ ଆଖି ଓଲଟା ଦେଖେ। ଆମେ ଯେତେବେଳେ କୌଣସି ଦୃଶ୍ୟ କିମ୍ବା ବସ୍ତୁକୁ ଦେଖୁ, ପ୍ରକୃତରେ ସେଠାରୁ ନିର୍ଗତ ହେଉଥିବା କମ୍ବା ପ୍ରତିଫଳିତ ହେଉଥିବା ଆଲୋକ ଆମ ଆଖିରେ ପ୍ରବେଶ କରେ। ତାହା ଆମ ଆଖିର ରେଟିନାରେ ପଡ଼େ। ଏହାପରେ ଆମ ମସ୍ତିଷ୍କ ସେସମ୍ପର୍କିତ ତଥ୍ୟକୁ ବିଶ୍ଳେଷଣ କରି ଆମକୁ ଦୃଶ୍ୟ କିମ୍ବା ବସ୍ତୁଟିକୁ ଦେଖାଏ। କିନ୍ତୁ ଆଲୋକ ଯେତେବେଳେ କର୍ନିଆ ପଟେ ଆଖି ଭିତରକୁ ପ୍ରବେଶ କରେ, ଆମ ଆଖିର ସେହି ଅଂଶଟି ବକ୍ରାକାର ହୋଇଥିବାରୁ ଆଲୋକ ବଙ୍କେଇ ଯାଏ। ଆଲୋକଟି ଏତେ ମାତ୍ରାରେ ବଙ୍କେଇଯାଏ ଯେ, ତାହା ରେଟିନା ରେ ପଡ଼ିଲା ବେଳକୁ ବସ୍ତୁର ପ୍ରତିବିମ୍ବଟି ଓଲଟା ହୋଇ ପଡ଼େ। ତେଣୁ ଆମ ଆଖିରୁ ମସ୍ତ...