ତିମି ସମୁଦ୍ରକୂଳକୁ ଆସନ୍ତି କାହିଁକି ? [Why Do Whales Beach Themselves?]
ତିମିମାନେ ସମୁଦ୍ରକୂଳକୁ ଆସନ୍ତି କାହିଁକି ଓ କୂଳକୁ ଆସିବା ପରେ ଆଉ ସମୁଦ୍ରକୁ ଫେରିପାରନ୍ତି ନାହିଁ କାହିଁକି? ଏହି ପ୍ରସଙ୍ଗ ଜୀବପ୍ରେମୀ ଓ ପରିବେଶବିତ୍ ମାନଙ୍କୁ ଚିନ୍ତାରେ ପକାଇଛି। ସେମାନେ ମଧ୍ୟ ଏନେଇ କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାଇ ପାରିନାହାନ୍ତି। ତଥାପି ଗବେଷଣାରୁ କେତେକ ସମ୍ଭାବ୍ୟ କାରଣ ଆଗକୁ ଆସିଛି। ଯଦିଓ ଏହି କାରଣ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ପ୍ରମାଣିତ ହୋଇନାହିଁ, ତଥାପି ଏଗୁଡ଼ିକୁ ସମ୍ପୂର୍ଣ୍ଣ ଭିତ୍ତିହୀନ କୁହାଯାଇ ପାରିବନାହିଁ।
କେବଳ କିଲର୍ ହ୍ୱେଲ୍ ବା ଅର୍କା ଭଳି ପ୍ରଜାତିର ତିମି ଶୀକାର ପାଇଁ କୂଳର ଅତି ନିକଟକୁ ପଳାଇଆସନ୍ତି ଓ ଫେରିଯାଆନ୍ତି। କିନ୍ତୁ ଅଧିକାଂଶ ପ୍ରଜାତିର ତିମି କେବଳ ଗଭୀର ସମୁଦ୍ରରେ ହିଁ ଚଳପ୍ରଚଳ କରନ୍ତି। ତେବେ ସେମାନେ ସମୁଦ୍ରକୂଳକୁ ଆସିବା ପଛରେ କାରଣ କଣ? ଗବେଷଣାରୁ ଏହାର ଉଭୟ ପ୍ରାକୃତିକ ଓ ମନୁଷ୍ୟକୃତ କାରଣ ସମ୍ପର୍କରେ ଜଣାପଡ଼ିଛି।
ପ୍ରାକୃତିକ କାରଣ ଗୁଡ଼ିକ ହେଲା, ପାଗ ଖରାପ ହେଲେ ଅନେକ ସମୟରେ ତିମି କୂଳ ଆଡ଼କୁ ପଳାଇଆସନ୍ତି। ଏଥିସହ ବୟସ ଅଧିକ ହେଲେ କିମ୍ବା ସଂକ୍ରମଣ ଓ ରୋଗ କାରଣରୁ ଦୁର୍ବଳ ହୋଇପଡ଼ିଲେ ମଧ୍ୟ ତିମି କୂଳ ଆଡ଼କୁ ଚାଲିଆସନ୍ତି। ସେହିପରି ଗର୍ଭବତୀ
ଥିବା ମାଈ ତିମିର ପ୍ରସବ ଜନିତ ସମସ୍ୟା ଦେଖାଦେଲେ ମଧ୍ୟ ସେ ସମୁଦ୍ରତଟ ଆଡ଼କୁ ଚାଲିଆସେ। ଅନ୍ୟ କେତେକ କ୍ଷେତ୍ରରେ ସଂକ୍ରମିତ ତିମି ନିଜ ଦିଗ ନିରୂପଣ କ୍ଷମତା ହରାଇଲେ କିମ୍ବା ସେଥିରେ କୌଣସି ସମସ୍ୟା ସୃଷ୍ଟି ହେଲେ ସେ ବାଟବଣା ହୋଇ ଭୁଲବଶତଃ କୂଳ ଆଡ଼କୁ ଚାଲିଆସେ।
ଏସବୁ ପ୍ରାକୃତିକ କାରଣ ବ୍ୟତୀତ ତିମି କୂଳକୁ ଚାଲିଆସିବା ପଛରେ ଅନେକ ମନୁଷ୍ୟକୃତ କାରଣ ମଧ୍ୟ ରହିଛି। ଗୋଟିଏ କାରଣ ହେଉଛି ନୌସେନାର ସୋନାର୍ ପରୀକ୍ଷଣ। ସୋନାର୍ ପରୀକ୍ଷଣ ସମୟରେ ଉଚ୍ଚଶକ୍ତିଯୁକ୍ତ ଧ୍ୱନି ତରଙ୍ଗ ସମୁଦ୍ର ଭିତରେ ଶହଶହ ମାଇଲ ପର୍ଯ୍ୟନ୍ତ ଯାଇଥାଏ। ଏହି ପରିଧି ମଧ୍ୟରେ ଥିବା ସାମୁଦ୍ରିକ ଜୀବଗୁଡ଼ିକ ପାଇଁ ଏହା ନାନା ସାଂଘାତିକ ସମସ୍ୟା ସୃଷ୍ଟି କରେ। ବିଶେଷତଃ ତିମି ଓ ଡଲଫିନ ଆଦି ଜୀବଙ୍କ ଦେହରେ ସୋନାର୍ ତରଙ୍ଗ ମାଡ଼ହେଲେ ସେମାନଙ୍କ ଶ୍ରବଣ ଶକ୍ତି ଏହା ସହ୍ୟ କରିପାରେନାହିଁ। ତେଣୁ ତିମି ସୋନାର୍ ଧ୍ୱନି ଆସୁଥିବା ଉତ୍ସ ଠାରୁ ଦୂରକୁ ଯିବା ପାଇଁ ଚେଷ୍ଟା କରେ ଓ ବିପରୀତ ଦିଗରେ ଦ୍ରୁତ ଗତିରେ ପହଁରିବାରେ ଲାଗେ। ତେଣୁ ଏହି ସମୟରେ ଅନେକ ତିମି ସମୁଦ୍ରକୂଳଆଡ଼କୁ ପଳାଇଆସନ୍ତି।
ଏଥିସହ ଆଉ ଏକ କାରଣ ହେଲା ଜାହାଜରୁ ନିର୍ଗତ ହେଉଥିବା ସୋନାର୍ ତରଙ୍ଗ। ଏହା ନୌସେନାର ସୋନାର୍ ତରଙ୍ଗ ଠାରୁ କମ୍ ଶକ୍ତିଶାଳୀ ହେଲେ ମଧ୍ୟ ତିମିକୁ ପ୍ରଭାବିତ କରିବାକୁ ଯଥେଷ୍ଟ। ତିମି ଓ ଡଲଫିନ ଭଳି ସାମୁଦ୍ରିକ ଜୀବମାନେ ନିଜେ ଏକ ନିଜସ୍ୱ ସୋନାର୍ ଧ୍ୱନି ତରଙ୍ଗ ବାହାର କରି ଏହା ସାହାଯ୍ୟରେ ଦିଗ ନିର୍ଣ୍ଣୟ କରନ୍ତି ଓ ସମୁଦ୍ରରେ ଚଳପ୍ରଚଳ କରନ୍ତି। ଏହା ସାହାଯ୍ୟରେ ସେମାନେ ନିଜନିଜ ମଧ୍ୟରେ ଯୋଗସୂତ୍ର ମଧ୍ୟ ରକ୍ଷା କରିଥାନ୍ତି। କିନ୍ତୁ ଜାହାଜରୁ ନିର୍ଗତ ହେଉଥିବା ସୋନାର୍ ସେମାନଙ୍କୁ ଭ୍ରମିତ କରେ। ସେମାନେ ମନୁଷ୍ୟକୃତ ସୋନାର୍ ତରଙ୍ଗକୁ ବୁଝିନପାରି ଭ୍ରମରେ ପଡ଼ିଯାଆନ୍ତି ଓ ଦିଗହରା ହୋଇ ଭୁଲବଶତଃ କୂଳ ଆଡ଼କୁ ଚାଲିଆସନ୍ତି।
ଆଉ ଏକ କୌତୁହଳପୂର୍ଣ୍ଣ କାରଣ ହେଲା, କୌଣସି କାରଣରୁ ତିମି ଦଳର ଦଳପତି ବା ମୁଖିଆ ତିମି ସମୁଦ୍ରକୂଳକୁ ଆସି ଫସିଗଲେ ଏକପ୍ରକାର ଆର୍ତ୍ତ ଚିତ୍କାର କରେ। ଏହାକୁ ଶୁଣି ଦଳର ଅନ୍ୟ ତିମିମାନେ ମଧ୍ୟ କୂଳକୁ ଚାଲିଆସନ୍ତି ଓ ନିଜେ ଫସିଯାଆନ୍ତି। ଏହି ଲକ୍ଷଣ ସାଧାରଣତଃ ପାଇଲଟ୍ ହ୍ୱେଲ୍ ପ୍ରଜାତି ଠାରେ ଦେଖାଯାଏ। ଏହି କାରଣରୁ କେତେକ ସମୁଦ୍ରତଟରେ ଶହଶହ ସଂଖ୍ୟାରେ ପାଇଲଟ୍ ହ୍ୱେଲ୍ ଏକାସାଙ୍ଗରେ ମୃତ୍ୟୁବରଣ କରନ୍ତି।
ଏ'ତ ଗଲା ତିମିମାନେ ସମୁଦ୍ରକୂଳକୁ କାହିଁକି ଚାଲିଆସନ୍ତି। କିନ୍ତୁ ମନରେ ପ୍ରଶ୍ନ ଉଠେ, ତିମି ସମୁଦ୍ରକୂଳକୁ ଆସିବା ପରେ ଆଉ ଫେରିନପାରି ଫସିଯାଆନ୍ତି କିପରି? ପ୍ରକୃତରେ ତିମି ଗଭୀର ସମୁଦ୍ରରେ ରହୁଥିବା ଜୀବ। ଜଳର ପ୍ଳବନ ବଳ କାରଣରୁ ସେ ନିଜ ଶରୀରକୁ ଜଳରେ ଭସାଇ ରଖିପାରେ। କିନ୍ତୁ ବିଶାଳକାୟ ତିମି ସମୁଦ୍ରକୂଳକୁ ତଥା ଅଗଭୀର ଜଳକୁ ଚାଲିଆସିଲେ ସେମାନଙ୍କ ଆପେକ୍ଷିକ ଓଜନ ବଢ଼ିଗଲା ଭଳି ଲାଗେ ଓ ସେମାନେ ଆଉ ପହଁରିନପାରି ଫସିଯାଆନ୍ତି। କେତେକ ତିମି ଧୀରେଧୀରେ ବାଲିରେ ପୋତି ହୋଇଯାଆନ୍ତି। ଯଦି ସୌଭାଗ୍ୟବଶତଃ ଜୁଆର ଆସେ ଓ ଜଳସ୍ତର ବୃଦ୍ଧିପାଏ, ତେବେ ହିଁ ସେମାନେ ପହଁରି ପାରନ୍ତି ଓ ସମୁଦ୍ର ଭିତରକୁ ଫେରିବାରେ ସଫଳ ହୁଅନ୍ତି। ନଚେତ୍ ସମୁଦ୍ରକୂଳରେ ଫସିରହି ପୂର୍ବରୁ କୁହାଯାଇଥିବା କାରଣରୁ ମୃତ୍ୟୁବରଣ କରନ୍ତି।
ଆହୁରି ପଢ଼ନ୍ତୁ : ନୀଳତିମି: ବଡ଼ ଯେ,କେତେ ବଡ଼?

Comments
Post a Comment