ଗ୍ରହମାନଙ୍କ ନାମକରଣ ରହସ୍ୟ: କେଉଁ ଗ୍ରହକୁ ମିଳିଛି କେଉଁ ଦେବାଦେବୀଙ୍କ ନାଁ (ଫଟୋଚିତ୍ର ସହ) [How did the planets get their names?]



ଆମ ସୌରଜଗତର ସମସ୍ତ 8ଟି ଯାକ ଗ୍ରହ ଓ ବାମନ ଗ୍ରହ ପ୍ଲୁଟୋ ରୋମାନ୍ ଏବଂ ଗ୍ରୀକ୍ ଦେବାଦେବୀଙ୍କ ଅନୁସାରେ ନାମିତ ହୋଇଛନ୍ତି  ବୃହସ୍ପତି, ଶନି, ମଙ୍ଗଳ, ଶୁକ୍ର ଓ ବୁଧ ଗ୍ରହର ନାମକରଣ ଗ୍ରୀକ୍ ଓ ରୋମାନ୍ ଦେବାଦେବୀଙ୍କ ନାମ ଅନୁସାରେ ହଜାରେରୁ ଅଧିକ ବର୍ଷ ପୂର୍ବରୁ ହୋଇସାରିଥିଲା । ଦୂରବୀକ୍ଷଣ ଯନ୍ତ୍ର ବା ଟେଲିସ୍କୋପ ଉଦ୍ଭାବନ ହେବା ପରେ ଅନ୍ୟ ଗ୍ରହ ଗୁଡ଼ିକ ଆବିଷ୍କାର ହେଲା । କିନ୍ତୁ ସେହି ଗ୍ରୀକ୍ ଓ ରୋମାନ୍ ଦେବାଦେବୀଙ୍କ ଅନୁସାରେ ଗ୍ରହମାନଙ୍କ ନାମକରଣ ଧାରା ଜାରି ରହିଲା । ଆମ ଗ୍ରହ ପୃଥିବୀର ନାମକରଣ 'ଆର୍ଥ୍' ଉଭୟ ଇଂରାଜୀ ଓ ଜର୍ମାନ୍ ଭାଷାରୁ ଆସିଛି, ଯାହାର ଅର୍ଥ ଭୂମି । ତେବେ ଆସନ୍ତୁ ଦେଖିବା ଅନ୍ୟ ଗ୍ରହମାନେ କେଉଁ ଦେବାଦେବୀଙ୍କ ଅନୁସାରେ ନାମିତ ହୋଇଛନ୍ତି ।
  • ବୁଧ (ମର୍କ୍ୟୁରି) ସୂର୍ଯ୍ୟଙ୍କୁ ଖୁବ୍ ଶୀଘ୍ର ପରିକ୍ରମଣ କରୁଥିବାରୁ ଏହାକୁ ରୋମାନ୍ ପୁରାଣର ଭ୍ରମଣ, ବାଣିଜ୍ୟ ବା ବାର୍ତ୍ତାବହ ଦେବତାଙ୍କ ଅନୁସାରେ ନାମିତ ହୋଇଛି

  •  ଶୁକ୍ର (ଭେନସ୍) ସୌନ୍ଦର୍ଯ୍ୟ ଓ ପ୍ରେମର ରୋମାନ୍ ଦେବୀଙ୍କ ଅନୁସାରେ ନାମିତ ହୋଇଛି । ସୂର୍ଯ୍ୟ ଓ ଚନ୍ଦ୍ର ବ୍ୟତୀତ ଆକାଶରେ ଶୁକ୍ର ଉଜ୍ଜ୍ୱଳ ଦେଖାଯାଉଥିବାରୁ ଏଭଳି ନାମକରଣ ହୋଇଛି

  • ମଙ୍ଗଳ (ମାର୍ସ୍) ଯୁଦ୍ଧର ରୋମାନ୍ ଦେବତାଙ୍କ ଅନୁସାରେ ନାମିତ ହୋଇଛି । ଏହି ଗ୍ରହର ରଙ୍ଗ ନାଲି ହୋଇଥିବାରୁ ଏହାର ନାମକରଣ ଏଭଳି ହୋଇଥାଇପାରେ
  
  • ବୃହସ୍ପତି (ଜୁପିଟର୍) ରୋମାନ୍ ଦେବତାଙ୍କ ରାଜା ଅନୁସାରେ ନାମିତ ହୋଇଛି । ସୌରଜଗତର ବୃହତ୍ତମ ଗ୍ରହ ହୋଇଥିବାରୁ ବୃହସ୍ପତିର ଏଭଳି ନାମକରଣ ହୋଇଛି
 
  • ଶନି (ସାଟର୍ନ୍) କୃଷିର ରୋମାନ୍ ଦେବତାଙ୍କ ଅନୁସାରେ ନାମିତ ହୋଇଛି
  • ୟୁରାନସ୍ ପ୍ରାଚୀନ ଗ୍ରୀକ୍ ପୁରାଣ ଅନୁସାରେ ଦେବତାଙ୍କ ରାଜା ଅନୁସାରେ ନାମିତ ହୋଇଛି
  • ନେପଚ୍ୟୁନ୍ ରୋମାନ୍ ପୁରାଣରେ ସାଗର ଦେବତାଙ୍କ ଅନୁସାରେ ନାମିତ ହୋଇଛି ।  ଗ୍ରହର ନୀଳରଙ୍ଗ ହୋଇଥିବାରୁ ଏଭଳି ନାମକରଣ ହୋଇଛି

  • ପ୍ଲୁଟୋ ରୋମାନ୍ ପାତାଳ ଦେବତାଙ୍କ ଅନୁସାରେ ନାମିତ ହୋଇଛି । ଅନ୍ୟ ଗ୍ରହମାନଙ୍କ ଅପେକ୍ଷା ଏହି ବାମନ ଗ୍ରହ ସୂର୍ଯ୍ୟଙ୍କ ଠାରୁ ସର୍ବାଧିକ ଦୂରତାରେ ଥିବାରୁ ଏବଂ ଅପେକ୍ଷାକୃତ ଅନ୍ଧାରରେ ଥିବାରୁ ଏଭଳି ନାମକରଣ ହୋଇଛି ।
 

Comments

Popular posts from this blog

ଜିନ୍ ଏଡିଟିଂର କମାଲ୍: ମଣିଷ ଦେହରେ ଲାଗିବ ଘୁଷୁରିର ଅଙ୍ଗପ୍ରତ୍ୟଙ୍ଗ [Pig organs for human transplants]