ଅଣ୍ଡା ଆଗ ନା କୁକୁଡ଼ା ଆଗ? [Chicken or Egg: Which Came First?]

life science, evolution
ଅଣ୍ଡା ଆଗ ନା କୁକୁଡ଼ା ଆଗ? ଖୁବ୍ କଷ୍ଟକର କିନ୍ତୁ ମଜାଦାର ପ୍ରଶ୍ନ ନା? ବହୁ ଦିନରୁ ଏହି ପ୍ରଶ୍ନ ପ୍ରଚଳିତ ଅଛି, ବିଜ୍ଞାନରେ ଓ ଲୋକକଥାରେ ମଧ୍ୟ । କିନ୍ତୁ ବୈଜ୍ଞାନିକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ, କୁକୁଡ଼ା  ପୂର୍ବରୁ ଅଣ୍ଡା ସୃଷ୍ଟି ହୋଇଥିଲା । ସେମାନଙ୍କ ଯୁକ୍ତି ଅନୁସାରେ, କୁକୁଡ଼ା ସୃଷ୍ଟି ହେବା ପୂର୍ବରୁ ସେହି ଜାତୀୟ ଅନ୍ୟ ଏକ ପକ୍ଷୀ ପୃଥିବୀରେ ବିଚରଣ କରୁଥିଲା । ତାହା କୁକୁଡ଼ା ଭଳି ହେଲେ ମଧ୍ୟ କୁକୁଡ଼ା ନଥିଲା । ଅର୍ଥାତ୍ ଆଜିର କୁକୁଡ଼ା ଓ ସେହି ପକ୍ଷୀର ଗୁଣସୂତ୍ର ପାଖାପାଖି ଏକ ପ୍ରକାରର ହୋଇଥିଲେ ମଧ୍ୟ ସମାନ ନଥିଲା । ବୈଜ୍ଞାନିକମାନେ ସେହି ପକ୍ଷୀର ନାମ ପ୍ରୋଟୋ-ଚିକେନ୍ ବା ପ୍ରୋଟୋ-କୁକୁଡ଼ା ଦେଇଛନ୍ତି । ସେମାନେ ସାଧାରଣ ପକ୍ଷୀ ଭଳି ଅଣ୍ଡା ଦେଉଥିଲେ ଓ ବଂଶବୃଦ୍ଧି କରୁଥିଲେ । କିନ୍ତୁ କୌଣସି କାରଣ ବଶତଃ ଏକଦା ପ୍ରୋଟୋ-ଗଞ୍ଜା ଏବଂ ପ୍ରୋଟୋ- ମାଈ କୁକୁଡ଼ାର ମିଳନରୁ ସୃଷ୍ଟି ହୋଇଥିବା ଅଣ୍ଡାରୁ
ବିକୃତ ବା ନୂଆ ଗୁଣସୂତ୍ର ବିଶିଷ୍ଟ ପକ୍ଷୀ ଜନ୍ମ ନେଲା । ସେହି ପକ୍ଷୀ ହେଉଛି ଆଜିର କୁକୁଡ଼ା । ତେଣୁ ଆଗ ଅଣ୍ଡା ସୃଷ୍ଟି ହୋଇଥିଲା ଏବଂ ତା ପରେ କୁକୁଡ଼ା 

ଏବେ ପ୍ରଶ୍ନ ଉଠୁଛି, ଆଗ ପ୍ରୋଟୋ-ଅଣ୍ଡା ନା ଆଗ ପ୍ରୋଟୋ-କୁକୁଡ଼ା ? 

ଆଉ କିଛି ବୈଜ୍ଞାନିକଙ୍କର ଏସମ୍ପର୍କରେ ଭିନ୍ନ ମତ ରହିଛି । ସେମାନଙ୍କ ଅନୁସାରେ, କୁକୁଡ଼ା ଅଣ୍ଡା ଖୋଳପା ଯେଉଁ ପ୍ରକ୍ରିୟାରେ ତିଆରି ହୋଇଛି, ତାହା କେବଳ କୁକୁଡ଼ାର ଡିମ୍ବାଶୟରେ ସମ୍ଭବ ହୋଇପାରିବ । କାରଣ କ୍ୟାଲସିୟମ୍ କାର୍ବୋନେଟକୁ କ୍ୟାଲସାଇଟ୍ ସ୍ଫଟିକରେ ପରିବର୍ତ୍ତନ କରି ଖୁବ୍ ତ୍ୱରିତ ବେଗରେ ଅଣ୍ଡା ଖୋଳପା ତିଆରି କରୁଥିବା ଓଭୋକ୍ଲିଡିଡିନ୍-17 ବା ଓସି-17 ନାମକ ଏକ ପ୍ରୋଟିନ୍ କେବଳ କୁକୁଡ଼ାର ଡିମ୍ବାଶୟରେ ମିଳିଥାଏ । ତେଣୁ ସେମାନଙ୍କ ମତରେ ଆଗ କୁକୁଡ଼ା ଏବଂ ତା ପରେ ଅଣ୍ଡା । ଖୁବ୍ ମଜାଦାର ନା ?



ଆହୁରି ପଢ଼ନ୍ତୁ : ଦର୍ପଣର ରଙ୍ଗ କଣ?

Comments

Popular posts from this blog

ଜିନ୍ ଏଡିଟିଂର କମାଲ୍: ମଣିଷ ଦେହରେ ଲାଗିବ ଘୁଷୁରିର ଅଙ୍ଗପ୍ରତ୍ୟଙ୍ଗ [Pig organs for human transplants]

ଗ୍ରହମାନଙ୍କ ନାମକରଣ ରହସ୍ୟ: କେଉଁ ଗ୍ରହକୁ ମିଳିଛି କେଉଁ ଦେବାଦେବୀଙ୍କ ନାଁ (ଫଟୋଚିତ୍ର ସହ) [How did the planets get their names?]