ନୂଆ ମହାଦେଶ 'ଜିଲାଣ୍ଡିଆ'! [8th Continent 'Zealandia'!]

'ଜିଲାଣ୍ଡିଆ' ନିୟୁ ଜିଲାଣ୍ଡ ମହାଦଶ ବା ଟାସମାଣ୍ଟିସ ମଧ୍ୟ କୁହାଯାଏ ।

new Continent 'Zealandia' discovered, new continent, discovery, geology
'ଜିଲାଣ୍ଡିଆ' ହେଉଛି ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ବୁଡ଼ି ରହିଥିବା ଏକ ବିଶାଳ ଭୂଖଣ୍ଡ  । ଏହାକୁ ପୃଥିବୀର ଅଷ୍ଟମ ମହାଦେଶର ମାନ୍ୟତା ଦେବାକୁ ଏସମ୍ପର୍କରେ ଗବେଷଣା କରୁଥିବା ବୈଜ୍ଞାନିକ ଓ ଭୂତତ୍ତ୍ୱବିତ୍ ମାନେ ଦାବି କରିଛନ୍ତି । ସେମାନଙ୍କ ମତରେ ଏକ ଭୂଖଣ୍ଡ ମହାଦେଶର ମାନ୍ୟତା ପାଇବା ପାଇଁ ଯେଉଁ ସବୁ ବୈଶିଷ୍ଟ୍ୟ ରହିବା ଆବଶ୍ୟକ, ସେସବୁ ଜିଲାଣ୍ଡିଆରେ ଅଛି । ଏହା ସମୁଦ୍ର ତଳ ଠାରୁ ଯଥେଷ୍ଟ ଉଚ୍ଚତାରେ ରହିଛି, ଏହାର ନିଜସ୍ୱ କ୍ଷେତ୍ର ରହିଛି, ନିଜସ୍ୱ ସ୍ପଷ୍ଟ ଭୂତତ୍ତ୍ୱ ରହିଛି ଏବଂ ଏହାର କ୍ରଷ୍ଟ୍ ସମୁଦ୍ରତଳ ଠାରୁ ଯଥେଷ୍ଟ ମୋଟା । ତେଣୁ ଏହାକୁ ଏସିଆ, ୟୁରୋପ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା,
ଆଣ୍ଟାର୍କଟିକା ଓ ଅଷ୍ଟ୍ରେଲିଆ ପରେ ଅଷ୍ଟମ ଏବଂ କ୍ଷୁଦ୍ରତମ ମହାଦେଶର ମାନ୍ୟତା ଦେବାକୁ ଦାବି ହୋଇଛି । 1995 ମସିହାରେ ଏହି ଭୂଖଣ୍ଡ ସମ୍ପର୍କରେ ଗବେଷଣା ଆରମ୍ଭ ହୋଇଥିଲା ।

new Continent 'Zealandia' discovered
ଜିଲାଣ୍ଡିଆର କ୍ଷେତ୍ରଫଳ ପ୍ରାୟ 50 ବର୍ଗ କିଲୋମିଟର ହେବ, ଯାହାକି ଭାରତୀୟ ଉପମହାଦେଶର ଆକାର ସହିତ ପାଖାପାଖି ସମାନ । ଏହାର ଶତକଡ଼ା 94 ଭାଗ ପ୍ରଶାନ୍ତ ମହାସାଗର ମଧ୍ୟରେ ବୁଡ଼ି ରହିଛି । ଯଦି ଏହା ମହାଦେଶ ମାନ୍ୟତା ପାଏ, ତେବେ ନିୟୁ ଜିଲାଣ୍ଡ, ନିୟୁ କାଲେଡୋନିଆ, ନୋରଫୋକ୍ ଦ୍ୱୀପ, ଲର୍ଡ ହୱେ ଦ୍ୱୀପ ସମୁହ ଆଦି ଏହି ମହାଦେଶର ଅନ୍ତର୍ଭୁକ୍ତ ହେବ । ନିୟୁ ଜିଲାଣ୍ଡର ଉତ୍ତର ଓ ଦକ୍ଷିଣ ଦ୍ୱୀପପୁଞ୍ଜ ପ୍ରକୃତରେ ଜିଲାଣ୍ଡିଆର ସମୁଦ୍ର ଉପରକୁ ରହିଥିବା ଭୂଭାଗ ବୋଲି ବିଶେଷଜ୍ଞ ମାନେ ଅନୁମାନ କରୁଛନ୍ତି । ପ୍ରାୟ 800 ବର୍ଷ ପୂର୍ବେ ଜିଲାଣ୍ଡିଆ ମୁଖ୍ୟ ଭୂଖଣ୍ଡ ଗଣ୍ଡୱାନା ଠାରୁ ବିଚ୍ଛିନ୍ନ ହୋଇ ବୁଡ଼ିଯାଇଥିବା ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଯେ, ଅଷ୍ଟ୍ରେଲିଆ ମହାଦେଶ ମଧ୍ୟ ଏକଦା ଗଣ୍ଡୱାନା ମହାଭୂଖଣ୍ଡର ଅଂଶ ଥିଲା ।





ଆହୁରି ପଢ଼ନ୍ତୁ : ତିମି ସମୁଦ୍ରକୂଳକୁ ଆସନ୍ତି କାହିଁକି ?

Comments

Popular posts from this blog

ଜିନ୍ ଏଡିଟିଂର କମାଲ୍: ମଣିଷ ଦେହରେ ଲାଗିବ ଘୁଷୁରିର ଅଙ୍ଗପ୍ରତ୍ୟଙ୍ଗ [Pig organs for human transplants]

ଗ୍ରହମାନଙ୍କ ନାମକରଣ ରହସ୍ୟ: କେଉଁ ଗ୍ରହକୁ ମିଳିଛି କେଉଁ ଦେବାଦେବୀଙ୍କ ନାଁ (ଫଟୋଚିତ୍ର ସହ) [How did the planets get their names?]