ଦର୍ପଣର ରଙ୍ଗ କଣ? [What color is a mirror?]
ଆମେ ପ୍ରତିଦିନ ମୁଣ୍ଡ କୁଣ୍ଡେଇବା ପାଇଁ, ପ୍ରସାଧନ ସାମଗ୍ରୀ ଲଗାଇବା ପାଇଁ କିମ୍ବା ନିଜକୁ ସଜେଇ ହେବା ପାଇଁ ଦର୍ପଣର ବ୍ୟବହାର କରୁ। କିନ୍ତୁ କେବେ ଚିନ୍ତା କରିଛନ୍ତି, ଦର୍ପଣର ରଙ୍ଗ କଣ? ଆପଣ ଭାବୁଥିବେ, ଦର୍ପଣର ପୁଣି ରଙ୍ଗ କଣ ହୋଇପାରେ? ଦର୍ପଣ ଆଗରେ ଯେଉଁ ରଙ୍ଗର ସାମଗ୍ରୀ ରଖାଯାଏ, ଦର୍ପଣ ସେହି ରଙ୍ଗର ହୁଏ। ଆପଣ କେତେକାଂଶରେ ଠିକ। କାରଣ ପ୍ରକୃତ ଦର୍ପଣର ଧର୍ମ ହେଉଛି, ଦର୍ପଣ ଉପରେ ଯେଉଁ ଆଲୋକ ପଡ଼ିବ, ତାହା ଶତ ପ୍ରତିଶତ ପ୍ରତିଫଳିତ ହେବ। କିନ୍ତୁ ଆପଣ ଜାଣି ରଖିବା ଉଚିତ ଯେ, ଦୁନିଆରେ ପ୍ରକୃତ ଦର୍ପଣ ବୋଲି କିଛି ନାହିଁ। କାରଣ ଏଭଳି କିଛି ପଦାର୍ଥ ନାହିଁ, ଯାହା ଉପରେ ଆଲୋକ ପଡ଼ିଲେ ତାହା ଶହେ ପ୍ରତିଶତ ପ୍ରତିଫଳିତ ହେବ। ଦର୍ପଣ ସର୍ବଦା କିଛି ପରିମାଣର ଆଲୋକକୁ ଅବଶୋଷଣ କରିଥାଏ। ତେବେ ଆମେ ନିତିଦିନିଆ କାର୍ଯ୍ୟରେ ବ୍ୟବହାର କରୁଥିବା କାଚ ଦର୍ପଣର ରଙ୍ଗ କଣ?
ଏଇଠି ଆଉ ଏକ କଥା ଜାଣି ରଖନ୍ତୁ ଯେ, କୌଣସି ପଦାର୍ଥ (ଅନ୍ୟ ସବୁ ରଙ୍ଗର ଆଲୋକକୁ ଅବଶୋଷଣ କରି) ଯେଉଁ ରଙ୍ଗର ଆଲୋକକୁ ଅଧିକ ପ୍ରତିଫଳନ ବା ବିକିରଣ କରେ, ଆମେ ସେହି ପଦାର୍ଥ ସେହି ରଙ୍ଗର ବୋଲି ଦେଖିଥାଉ। ଅର୍ଥାତ୍ ଗଛର ପତ୍ର ସୂର୍ଯ଼୍ୟାଲୋକରେ ଆସୁଥିବା ସମସ୍ତ ରଙ୍ଗର ଆଲୋକକୁ ଅବଶୋଷଣ କରି କେବଳ ସବୁଜ ରଙ୍ଗକୁ ଅଧିକ ପ୍ରତିଫଳନ କରେ। ତେଣୁ ଆମେ ଗଛର ପତ୍ରକୁ ସବୁଜ ରଙ୍ଗର ବୋଲି ଦେଖୁ। ଏହି ନିୟମ ଅନୁସାରେ, ଦର୍ପଣ ଯେଉଁ ରଙ୍ଗର ଆଲୋକକୁ
ଅନ୍ୟ ରଙ୍ଗର ଆଲୋକ ତୁଳନାରେ ଅଧିକ ପ୍ରତିଫଳନ କରିବ ଆମେ ଦର୍ପଣକୁ ସେହି ରଙ୍ଗ ବୋଲି କହିବା।
ଦର୍ପଣ କେଉଁ ରଙ୍ଗକୁ ଅଧିକ ପ୍ରତିଫଳନ କରେ ତାହା ପରୀକ୍ଷା କରିବା ପାଇଁ ବୈଜ୍ଞାନିକମାନେ ଧଳା ରଙ୍ଗକୁ ବ୍ୟବହାର କଲେ। କାରଣ ଧଳା ସବୁ ରଙ୍ଗର ମିଶ୍ରଣ। ପରୀକ୍ଷଣରୁ ଜଣାପଡ଼ିଛି ଯେ, ଦର୍ପଣରୁ ଅନ୍ୟ ଆଲୋକ ଅପେକ୍ଷା 510 ନାନୋମିଟର ତରଙ୍ଗଦୈର୍ଘ୍ୟ (wavelength) ବିଶିଷ୍ଟ ଆଲୋକ ଅଧିକ ପ୍ରତିଫଳିତ ହେଉଛି। ଏହି ତରଙ୍ଗଦୈର୍ଘ୍ୟ ବିଶିଷ୍ଟ ଆଲୋକର ରଙ୍ଗ ସବୁଜ। ଅର୍ଥାତ୍ ଅନ୍ୟ ରଙ୍ଗର ଆଲୋକ ଅପେକ୍ଷା ସବୁଜ ରଙ୍ଗର ଆଲୋକ ଦର୍ପଣରେ ଭଲଭାବେ ପ୍ରତିଫଳିତ ହୁଏ। ତେଣୁ ଆମେ କହିପାରିବା ଯେ, ଦର୍ପଣର ରଙ୍ଗ ସାମାନ୍ୟ ସବୁଜ।
ଆପଣ ମଧ୍ୟ ଏହା ପରୀକ୍ଷା କରିପାରିବେ। ଏକ ଦର୍ପଣ ଆଗରେ ଆଉ ଏକ ଦର୍ପଣ ରଖିଲେ ଏକ ଲମ୍ବା ଦର୍ପଣ ସୁଡ଼ଙ୍ଗ ଭଳି ପ୍ରତିବିମ୍ବ ଦେଖାଯାଏ। ଆପଣ ଲକ୍ଷ୍ୟ କଲେ ଜାଣିପାରିବେ, ଏହି ଦର୍ପଣ ସୁଡ଼ଙ୍ଗରେ ଅନ୍ୟ ସବୁ ରଙ୍ଗ କ୍ରମଶଃ ଫିକା ହୋଇଯାଉଛି, କିନ୍ତୁ ସବୁଜ ରଙ୍ଗର ପଦାର୍ଥ ଫିକା ହେଉନାହିଁ।
ଆହୁରି ପଢ଼ନ୍ତୁ : ଆମ ଆଖି ଓଲଟା ଦେଖେ

Comments
Post a Comment