|| ଉଦ୍ଭାବନ ବେଳକୁ କମ୍ପ୍ୟୁଟର ମାଉସ୍ ଏହାର ଅାକାର ଯୋଗୁଁ ଟର୍ଟଲ୍ (କଇଁଛ) ଭାବେ ପରିଚିତ ଥିଲା। କିନ୍ତୁ ଏଥିରେ ଲାଞ୍ଜ ଭଳି ତାର ଲାଗିଥିବାରୁ ପରେ ଏହାର ନାଁ ମାଉସ୍ (ମୂଷା) ରଖାଗଲା ||
ଜିନ୍ ଏଡିଟିଂର କମାଲ୍: ମଣିଷ ଦେହରେ ଲାଗିବ ଘୁଷୁରିର ଅଙ୍ଗପ୍ରତ୍ୟଙ୍ଗ [Pig organs for human transplants]
ନିଜ ଶରୀରରେ ପ୍ରତ୍ୟାରୋପଣ ପାଇଁ ଏକ ମ୍ୟାଚିଂ ଅଙ୍ଗ ଅପେକ୍ଷାରେ ଥିବା ରୋଗୀଙ୍କ ତାଲିକା ଖୁବ୍ ଲମ୍ବା । ସୁସ୍ଥ ଅଙ୍ଗ ଅପେକ୍ଷାରେ ପ୍ରତିଦିନ ବହୁ ରୋଗୀ ପ୍ରାଣ ହରାଉଛନ୍ତି । ପ୍ରତ୍ୟାରୋପଣ ପାଇଁ ଅଙ୍ଗର ଚାହିଦା ବା ଆବଶ୍ୟକତା ତୁଳନାରେ ଦାନ ହେଉଥିବା ଅଙ୍ଗର ସଂଖ୍ୟା ଖୁବ୍ କମ୍ । ତେଣୁ ବୈଜ୍ଞାନିକ ମାନେ ଚେଷ୍ଟା କରୁଛନ୍ତି, ଯଦି ମଣିଷ ଦେହରେ ପ୍ରତ୍ୟାରୋପଣ ପାଇଁ ଆବଶ୍ୟକ ହେଉଥିବା ଅଙ୍ଗ ଅନ୍ୟ କୌଣସି ଜୀବ ଠାରୁ ଅଣାଯାଇପାରନ୍ତା, ତେବେ ଏହି ଚାହିଦାକୁ କିଛି ପରିମାଣରେ ପୂରଣ କରାଯାଇପାରନ୍ତା ଏବଂ ଅଙ୍ଗ ଅଭାବରୁ ହୁଏତ କେହି ପ୍ରାଣ ହରାନ୍ତେ ନାହିଁ । ଇଣ୍ଟର୍ ସ୍ପେସିସ୍ ବା ଦୁଇଟି ଭିନ୍ନ ପ୍ରଜାତିର ପ୍ରାଣୀ ମଧ୍ୟରେ ଅଙ୍ଗ ପ୍ରତ୍ୟାରୋପଣକୁ ଜେନୋଟ୍ରାନ୍ସପ୍ଲାଣ୍ଟ (xenotransplant) କୁହାଯାଏ । ତେବେ ଏହି ଦିଗରେ ଆଉ ପାଦେ ଆଗକୁ ଯାଇ ବୈଜ୍ଞାନିକମାନେ ଘୁଷୁରିର ଅଙ୍ଗକୁ ମଣିଷ ଦେହରେ ପ୍ରତ୍ୟାରୋପଣ କରିବା କଥା ଚିନ୍ତା କରୁଛନ୍ତି । ମାଙ୍କଡ଼ ପ୍ରଜାତି (ଏପ୍) ଓ ଘୁଷୁରିର ଗୁଣସୂତ୍ରକୁ ପରିବର୍ତ୍ତିତ କରି ଏହାର ଟିସୁକୁ ମଣିଷ ଶରୀରରେ ଲାଗିବା ଭଳି ଉପଯୁକ୍ତ କରାଯାଇପାରେ । ଏକ 4ମାସ ବୟସ୍କ ଘୁଷୁରିର ଆଭ୍ୟନ୍ତରୀଣ ଅଙ୍ଗ ଗୁଡ଼ିକର ଆକାର ଓ କାର୍ଯ୍ୟକାରିତା ପ୍ରାୟତଃ ମଣିଷ ଭଳି । ଘୁଷୁରିର ଅଙ୍ଗ ମଣିଷ ଦେହରେ ଲାଗିବା ପାଇଁ ଉପଯୁକ୍ତ ହୋଇଥିଲେ ମଧ୍ୟ ଏଥିରେ ଏକ ବିରାଟ ସମସ୍ୟା ବାଧା ସୃଷ୍ଟି କରୁଥିଲା । ଘୁଷୁରିର ...
Comments
Post a Comment