ବିସ୍ମୟକର ସଂଖ୍ୟା 6174 [Kaprekar's constant]
ଯେ କୌଣସି 4 ଅଙ୍କ ବିଶିଷ୍ଟ ସଂଖ୍ୟା ନିଅନ୍ତୁ, ଆଉ ଏହି ପ୍ରଣାଳୀ ଅନୁସରଣ କରନ୍ତୁ, ଆପଣ ଶେଷ ସଂଖ୍ୟା 6174 ପାଇବେ।
1. ଯେକୌଣସି ଗୋଟିଏ 4 ଅଙ୍କ ବିଶିଷ୍ଟ ସଂଖ୍ୟା ଭାବନ୍ତୁ (ଯେପରି ଅତିକମରେ ଦୁଇଟି ଅଙ୍କ ଭିନ୍ନ ହୋଇଥିବ)।2. ଏହି ସଂଖ୍ୟାର ଅଙ୍କ ଗୁଡ଼ିକୁ ବଡ଼ରୁ ସାନ କ୍ରମରେ ଓ ସାନରୁ ବଡ଼ କ୍ରମରେ ସଜାନ୍ତୁ।
3. ଏବେ ଯେଉଁ ଦୁଇଟି ସଂଖ୍ୟା ମିଳିଲା, ସେଥିରୁ ବଡ଼ ସଂଖ୍ୟାରୁ ସାନ ସଂଖ୍ୟାକୁ ବିୟୋଗ କରନ୍ତୁ।
4. ଏହି 2 ଓ 3 ନଂ ପ୍ରକ୍ରିୟାକୁ ବାରମ୍ବାର ଦୋହରାଇ ଚାଲନ୍ତୁ।
5. ସର୍ବଶେଷରେ ଆପଣ 6174ରେ ପହଞ୍ଚିବେ।
6. ଥରେ 6174ରେ ପହଞ୍ଚିବା ପରେ ଆପଣ ବାରମ୍ବାର ସେହି 6174 ହିଁ ପାଉଥିବେ। (7641-1467=6174)
ଥରେ ପରୀକ୍ଷା କରି ଦେଖନ୍ତୁ।
6174କୁ କାପ୍ରେକର୍ସ୍ କନଷ୍ଟାଣ୍ଟ (Kaprekar's constant) କୁହାଯାଏ। ଏହି ସଂଖ୍ୟାର ଏଭଳି ବିଶେଷତ୍ୱକୁ 1949 ମସିହାରେ ଭାରତୀୟ ଗଣିତଜ୍ଞ ଦତ୍ତାତ୍ରେୟ ରାମଚନ୍ଦ୍ର କାପ୍ରେକର ଆବିଷ୍କାର କରିଥିଲେ। ତାଙ୍କରି ନାଁ ଅନୁସାରେ 6174କୁ କାପ୍ରେକରଙ୍କ ସ୍ଥିରାଙ୍କ ବୋଲି କୁହାଯାଏ।
ଆହୁରି ପଢ଼ନ୍ତୁ : ମୂତ୍ରକୁ ପିଅନ୍ତି ମହାକାଶଚାରୀ!
Comments
Post a Comment