Posts

Showing posts from March, 2017
Image

✎ ଆର୍ଥ୍ ଆୱାରର ଆହ୍ୱାନ [Call of the Earth Hour]

Image
ପୃ ଥିବୀର ସୁରକ୍ଷା ଦିଗରେ ନିଜର ପ୍ରତିବଦ୍ଧତା ସ୍ୱରୂପ ପ୍ରତିବର୍ଷ ମାର୍ଚ୍ଚ ଶେଷ ଆଡ଼କୁ ବିଶ୍ୱବ୍ୟାପୀ ପାଳିତ ହେଉଥିବା ଆର୍ଥ୍ ଆୱାର୍ ଚଳିତବର୍ଷ 10 ବର୍ଷ ପୂର୍ତ୍ତି ପାଳନ କରୁଛି । 2007 ମସିହାରେ ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସର ଏକ ମୁଖ୍ୟ କାର୍ଯ୍ୟକ୍ରମ ହେଉଛି ରାତିରେ ଏକ ଘଣ୍ଟା ପାଇଁ ଘରର ନିହାତି ଜରୁରୀ ଆଲୋକ ବ୍ୟତୀତ ବାକିସବୁ ବିଦ୍ୟୁତ ଚାଳିତ ଆଲୋକ ଓ ଅନ୍ୟ ଉପକରଣ ବନ୍ଦ କରି ବିଶ୍ୱର ଶକ୍ତି ସଂରକ୍ଷଣ ଦିଗରେ ନିଜର ଯୋଗଦାନ ଦେବା । ପ୍ରତିବର୍ଷ ବହୁ ସଂଖ୍ୟାରେ ପରିବାର, କଲୋନୀ, ଗୋଷ୍ଠୀ, ସଂସ୍ଥା ଓ କମ୍ପାନୀ ଆଦି ଏହାକୁ ପାଳନ କରିଥାନ୍ତି । ଗତବର୍ଷ ରେକର୍ଡ ସଂଖ୍ୟକ 178ଟି ଦେଶର 7000 ସହର ଏହି ଆର୍ଥ୍ ଆୱାର୍ ପାଳନ କରି ଆମ ଗ୍ରହର ସୁରକ୍ଷା ଦିଗରେ ନିଜର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିଥିଲେ । ଚଳିତ ବର୍ଷ ମାର୍ଚ୍ଚ 25 ତାରିଖରେ ରାତି ସାଢ଼େ 8ଟାରୁ ସାଢ଼େ 9ଟା ପର୍ଯ୍ୟନ୍ତ ଏହାକୁ ପାଳନ କରାଯାଉଛି । ଯଦିଓ ଆର୍ଥ୍ ଆୱାର୍ ପାଳନର ଉଦ୍ଦେଶ୍ୟ ପୃଥିବୀର ଜଳବାୟୁ ସଂରକ୍ଷଣ ଏବଂ ଗ୍ରହର ସୁରକ୍ଷା ପାଇଁ ଏକ ପ୍ରତିକାତ୍ମକ କାର୍ଯ୍ୟକ୍ରମରେ ଭାଗୀଦାର ହେବା, ତଥାପି ଏହି ଉଦ୍ଦେଶ୍ୟର ଏକ ପ୍ରମୁଖ ଅଙ୍ଗ ହେଉଛି ଶକ୍ତି ସଂରକ୍ଷଣ ।  ଘରୋଇ ଉପଯୋଗ କ୍ଷେତ୍ରରେ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ଜୀବାଶ୍ମ ଇନ୍ଧନକୁ ମୁଖ୍ୟ ସ୍ରୋତ ଭାବେ ବ୍ୟବହାର କରାଯାଉଥିବା ବେଳେ, ଦିନକୁ ଦିନ ବିଶ୍ୱରେ ବିଦ୍ୟୁତ ସଂକଟ ବୃଦ୍ଧି...

ବିଦ୍ୟୁତ ସଞ୍ଚୟର କେତୋଟି ସରଳ ଉପାୟ (ଅାର୍ଥ୍ ଆୱାର୍ ଉପଲକ୍ଷେ) [Energy saving tips]

Image
ବିଦ୍ୟୁତ ଶକ୍ତି ଏବେ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ଆମ ଜୀବନର ଏକ ମୌଳିକ ଆବଶ୍ୟକତା ପାଲଟି ଗଲାଣି । କିନ୍ତୁ ବିଦ୍ୟୁତ ଶକ୍ତିର ବର୍ଦ୍ଧିତ ଚାହିଦା ଏବଂ ଅଯଥା ଅପଚୟ ଯୋଗୁଁ ଆମକୁ ଏବେ ବିଦ୍ୟୁତ ସଂକଟର ସମ୍ମୁଖୀନ ହେବାକୁ ପଡ଼ୁଛି । ଫଳରେ ପ୍ରଥମତଃ ବିଦ୍ୟୁତ ଶୁଳ୍କ ବଢ଼ୁଛି ଓ ଆମକୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି, ଦ୍ୱିତୀୟତଃ ସରକାର ଚାହିଁଲେ ମଧ୍ୟ ଗରିବଙ୍କୁ ଯଥେଷ୍ଟ ମାତ୍ରାରେ ବିଦ୍ୟୁତ ସଂଯୋଗ ଦେଇପାରୁନାହାନ୍ତି । ଏଥିସହ ଆମ ଆଗାମୀ ପିଢ଼ି ପାଇଁ ମଧ୍ୟ ଆମେ ଏକ ବଡ଼ ସମସ୍ୟା ସୃଷ୍ଟି କରୁଛୁ । ଏହାର ସମାଧାନ ପାଇଁ ଏକ ଉପାୟ ହେଲା ବିଦ୍ୟୁତ ସଂଚୟ । ଆମେ ଆମ ଘରେ ଯଦି ସାମାନ୍ୟ କେତୋଟି କଥାକୁ ଧ୍ୟାନ ଦେବା, ଆମେ ଅନାବଶ୍ୟକ ବିଦ୍ୟୁତ ଖର୍ଚ୍ଚକୁ ରୋକି ପାରିବା । ଆବଶ୍ୟକ ନଥିଲେ ବିଦ୍ୟୁତ ଚାଳିତ ଆଲୁଅ ବନ୍ଦ ରଖନ୍ତୁ । ଦିନରେ ଝରକା ଖୋଲା ରଖି ସୂର୍ଯ୍ୟାଲୋକର ଉପଯୋଗ କରନ୍ତୁ । ଝରକାରେ ପତଳା ପରଦା ବ୍ୟବହାର କରିପାରନ୍ତି । ସମ୍ପୂର୍ଣ୍ଣ ଘରକୁ ଉଜ୍ଜ୍ୱଳ ଭାବେ ଆଲୋକିତ ନକରି, ଯେଉଁଠାରେ ଉଜ୍ଜ୍ୱଳ ଆଲୋକ ଆବଶ୍ୟକ ସେଠାରେ ବ୍ୟବହାର କରନ୍ତୁ । ପାରମ୍ପରିକ ବଲ୍ବ ଓ ଟ୍ୟୁବଲାଇଟ୍ ବ୍ୟବହାର ନକରି ସିଏଫ୍ଏଲ୍ କିମ୍ବା ଏଲ୍ଇଡି ଲାଇଟ୍ ବ୍ୟବହାର କରନ୍ତୁ । ଟ୍ୟୁବ ଲାଇଟ ବ୍ୟବହାର କରୁଥିଲେ ସର୍ବଦା ଇଲେକ୍ଟ୍ରୋନିକ୍ ଚୋକ୍ ଲଗାନ୍ତୁ । ଟିଭି କିମ୍ବା କୌଣସି ଅଡିଓ ସିଷ୍ଟମକୁ ବ୍ୟବହାର ନହେବା ସମୟରେ ସ୍ୱିଚ୍ ଅନ୍ କରନ୍ତୁ ନାହିଁ ।...

ବାଃ ବାଃରେ ଜଳ (ବିଶ୍ୱ ଜଳ ଦିବସ ଉପଲକ୍ଷେ) [Amazing water facts]

Image
ପୃଥିବୀରେ ଶତକଡ଼ା 97 ଭାଗ ଜଳ ଲୁଣିଆ, ବାକି 3 ଭାଗ ମଧୁର ଜଳ ସମସ୍ତ ହ୍ରଦ, ନଦୀ, ଝରଣା, ପୋଖରୀ, ଆର୍ଦ୍ରଭୂମି ଆଦିରେ ଥିବା ଜଳକୁ ମିଶାଇଲେ ମଧୁର ଜଳର ଶତକଡ଼ା 0.3 ଭାଗ ହେବ ବାକି 0.7 ଭାଗ ମଧୁର ଜଳ ହିମନଦୀ ବା ଗ୍ଲାସିୟର୍ ଏବଂ ଭୂତଳ ଜଳ ଭାବେ ଗଚ୍ଛିତ ହୋଇ ରହିଛି ପୃଥିବୀର ସମସ୍ତ ନଦୀର ଜଳ ଠାରୁ ବାୟୁମଣ୍ଡଳରେ ଜଳୀୟବାଷ୍ପ ଆକାରରେ ଥିବା ଜଳର ପରିମାଣ ଯଥେଷ୍ଟ ଅଧିକ ଆମ ଶରୀରରୁ ଏକ ପ୍ରତିଶତ ଜଳୀୟ ଅଂଶ କମିଲେ ଆମକୁ ଶୋଷ ଲାଗେ ଜଣେ ଲୋକ ବିନା ଖାଦ୍ୟରେ ପ୍ରାୟ ମାସେ ବଞ୍ଚିପାରିବ କିନ୍ତୁ ବିନା ପାଣିରେ ଅତିବେଶିରେ ସପ୍ତାହେ ବଞ୍ଚିବ ପୃଥିବୀରେ ଲକ୍ଷଲକ୍ଷ ବର୍ଷ ପୂର୍ବରୁ ଯେତିକି ଜଳ ଥିଲା ଏବେ ମଧ୍ୟ ମୋଟ ଜଳ ସେତିକି ପରିମାଣର ରହିଛି ଅନ୍ୟ କୌଣସି ତରଳ ଅପେକ୍ଷା ଜଳରେ ଅଧିକ ପଦାର୍ଥ ଦ୍ରବିଭୂତ ହୋଇଥାଏ ବିଶୁଦ୍ଧ ଜଳ ଅମ୍ଳୀୟ ନୁହେଁ କି କ୍ଷାରୀୟ ନୁହେଁ ବୟସ୍କ ମଣିଷର ଶରୀର 70 ପ୍ରତିଶତ ଜଳରେ ତିଆରି ଏବଂ ଶିଶୁର ଶରୀର 80 ପ୍ରତିଶତ ଜଳରେ ତିଆରି ପାଣି ବରଫରେ ପରିଣତ ହେଲେ ଏହା ପ୍ରସାରିତ ହୋଇଥାଏ, ଯାହାକି ଅନ୍ୟ କୌଣସି ପଦାର୍ଥରେ ଦେଖାଯାଏ ନାହିଁ ଏବଂ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଥଣ୍ଡା ପାଣି ଠାରୁ ଗରମ ପାଣି ଶୀଘ୍ର ବରଫ ପାଲଟେ ।  ଆହୁରି ପଢ଼ନ୍ତୁ : ମୂତ୍ରକୁ ପିଅନ୍ତି ମହାକାଶଚାରୀ!

ମୂତ୍ରକୁ ପିଅନ୍ତି ମହାକାଶଚାରୀ! (ବିଶ୍ୱ ଜଳ ଦିବସ ଉପଲକ୍ଷେ) [Astronauts drink recycled urine]

Image
ଆଇଏସ୍ଏସ୍ ବା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (International Space Station)ରେ ରହୁଥିବା ମହାକାଶଚାରୀମାନେ ପିଇବା ପାଣି ପାଇଁ ସମସ୍ତ ବର୍ଜ୍ୟଜଳକୁ ବିଶୋଧିତ କରି ପିଇଥାନ୍ତି । ତା ମଧ୍ୟରେ ଗାଧୋଇବା ପାଇଁ ବ୍ୟବହୃତ ଜଳ, ମହାକାଶଚାରୀଙ୍କ ଦେହରୁ ନିର୍ଗତ ଝାଳ ଏବଂ ମୂତ୍ର ରହିଥାଏ, ଏପରିକି ଶ୍ୱାସପ୍ରଶ୍ୱାସରେ ନିର୍ଗତ ଜଳୀୟବାଷ୍ପକୁ ମଧ୍ୟ ସଂଗ୍ରହ କରି ପିଇବାପାଣି ପାଇଁ ବିଶୋଧନ କରାଯାଏ । ଆଇଏସ୍ଏସ୍ କୁ ନିଆଯାଇଥିବା ଅନ୍ୟ ଜୀବଜନ୍ତୁଙ୍କ ମୂତ୍ର ଓ ଝାଳ ମଧ୍ୟ ନଷ୍ଟ କରଯାଏନାହିଁ । ପ୍ରାୟ 6 ଜଣ ମହାକାଶଚାରୀଙ୍କ ଠାରୁ ପ୍ରତିଦିନ ସେଠାରେ ପ୍ରାୟ 15 ଲିଟର ବିଶୋଧିତ ଜଳ ପ୍ରସ୍ତୁତ ହୋଇଥାଏ । ଏହାର ସ୍ୱାଦ ଠିକ୍ ବୋତଲ ପାଣି ଭଳି ଏବଂ ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ପାଣିଠୁ ବିଶୁଦ୍ଧ । ମହାକାଶ ଅଭିଯାନ ଖୁବ୍ ବ୍ୟୟବହୁଳ । ସେଥିରେ ପ୍ରତିଟି ସାମଗ୍ରୀ ନେବାକୁ ଅଧିକରୁ ଅଧିକ ଅର୍ଥବ୍ୟୟ କରିବାକୁ ପଡ଼ିଥାଏ । ତେଣୁ ବାରମ୍ବାର ପୃଥିବୀରୁ ମହାକାଶଚାରୀଙ୍କ ପିଇବା ପାଇଁ ପୃଥିବୀରୁ ପାଣି ନେଇଯିବା ସମ୍ଭବ ନୁହେଁ । ତେଣୁ ପିଇବା ପାଣି ପାଇବାକୁ ଏହି ଉପାୟ ଅବଲମ୍ବନ କରାଯାଏ । ଯଦିଓ ଆଇଏସ୍ଏସ୍ ରେ କିଛି ସାଧାରଣ ଜଳ ମହଜୁଦ ରହିଥାଏ, ତଥାପି ତାହାକୁ କେବଳ ବର୍ଜ୍ୟଜଳ ବିଶୋଧନ ପାଇଁ ଓ ଜରୁରୀକାଳୀନ ବ୍ୟବହାର ପାଇଁ  ଅଳ୍ପ ଅଳ୍ପ ଖର୍ଚ୍ଚ କରାଯାଏ । ବାକି ପାନୀୟ ଜଳ ଗାଧୁଆ ପାଣି, ମୂତ୍ର ଓ ଝାଳ ଆ...

ନୀଳତିମି: ବଡ଼ ଯେ,କେତେ ବଡ଼? [How big are blue whales?]

Image
ନୀଳତିମି କେବଳ ଯେ ପୃଥିବୀର ବୃହତ୍ତମ ପ୍ରାଣୀ ତା ନୁହେଁ, (ବର୍ତ୍ତମାନର ଗବେଷଣା ସୁଦ୍ଧା) ଏହା ପୃଥିବୀରେ ସୃଷ୍ଟି ହୋଇଥିବା ସମସ୍ତ ପ୍ରାଣୀ ଠାରୁ ବୃହତ୍ତମ, ଏପରିକି ବୃହତ୍ତମ ଡାଇନୋସର୍ ଠାରୁ ମଧ୍ୟ ବଡ଼ । ମନରେ ପ୍ରଶ୍ନ ଉଠେ, ସମୁଦ୍ରରେ ରହୁଥିବା ଏହି ସ୍ତନ୍ୟପାୟୀ ପ୍ରାଣୀ ନୀଳତିମି ବଡ଼ ଯେ, କିନ୍ତୁ ପ୍ରକୃତରେ କେତେ ବଡ଼? ତେବେ ଆସନ୍ତୁ ଜାଣିବା ନୀଳତିମିର ଆକାରକୁ ନେଇ କେତେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ପର୍କରେ । ନୀଳତିମି ଓ ମଣିଷ ମଧ୍ୟରେ ଆକାରର ତୁଳନାତ୍ମକ ଚିତ୍ର ନୀଳତିମିର ଲମ୍ବ ପ୍ରାୟ 100 ଫୁଟ ଏବଂ ଓଜନ ପ୍ରାୟ 181 ଟନ୍  ଏହା 80ରୁ 90 ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ  ନିଶ୍ୱାସ ଛାଡ଼ିବା ସମୟରେ 30ରୁ 40 ଫୁଟ ଉଚ୍ଚତା ପର୍ଯ୍ୟନ୍ତ ପାଣି ଓ ଜଳୀୟବାଷ୍ପ ଛାଡ଼ିଥାଏ  ଫୁସଫୁସର କ୍ଷମତା 5 ହଜାର ଲିଟର  ନୀଳତିମି ପାଟିରେ ଏକାଥରେ 5ହଜାର ଲିଟର ପାଣି ରହିପାରେ ନୀଳତିମି ପ୍ରତିଦିନ ଏକ ବଡ଼ ହାତୀ ଓଜନର ଖାଦ୍ୟ ଖାଏ, ତେବେ ଏହାର ଖାଦ୍ୟ (କ୍ରିଲ୍)ର ଆକାର ମାତ୍ର 5 ସେ.ମି. ହୋଇଥାଏ ନୀଳତିମି ତୁଳନାରେ ଏକ ବସ୍ ଘଣ୍ଟା ପ୍ରତି 20 କି.ମି. ବେଗରେ ଗତି କରେ କିନ୍ତୁ ଆବଶ୍ୟକସ୍ଥଳେ ଏହା ଘଣ୍ଟାପ୍ରତି 50 କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ପୃଥିବୀର ସବୁଠାରୁ ଜୋର୍ ଶବ୍ଦ କରୁଥିବା ଜୀବ ହେଉଛି ନୀଳତିମି, ଯାହାକି ଜେଟ୍ ଇଞ୍ଜିନ ଠାରୁ ମଧ୍ୟ ଅଧିକ ଏହାର ହୃତପିଣ୍ଡର ଓଜନ 590 କିଲୋଗ୍ରାମ ଏବଂ ଆକ...

ପଢ଼ିଲା ବେଳେ ଆମକୁ ନିଦ ଲାଗେ କାହିଁକି? [Why reading makes us sleepy?]

Image
ଅନେକ ସମୟରେ ବହି ପଢ଼ିବା ବେଳେ ଆମକୁ ନିଦ ଲାଗେ । ବେଳେବେଳେ ତ ଆମେ ପଢ଼ୁ ପଢ଼ୁ କେତେ ବେଳେ ଶୋଇପଡ଼ିଥାଉ ଜାଣିପାରୁନା । କିଛି ଲୋକ ତ ଖାସ୍ ଶୋଇବା ପାଇଁ କିମ୍ବା ନିଦ ନଲାଗିଲେ ବହି ପଢ଼ନ୍ତି । କିନ୍ତୁ ଏମିତି କାହିଁକି ହୁଏ? କୌଣସି ବହି କିମ୍ବା ପତ୍ରପତ୍ରିକା ପଢ଼ିବା ସମୟରେ ଆମକୁ ନିଦ ଲାଗେ କାହିଁକି? ପ୍ରଥମ କଥା ହେଲା କୌଣସି ବହି ପଢ଼ିବା ବେଳେ ଆମ ଆଖି ଓ ମସ୍ତିଷ୍କ ଉଭୟ ଅଙ୍ଗ କାର୍ଯ୍ୟରେ ଲାଗିଥାନ୍ତି । ଆମ ଆଖି ଅକ୍ଷର, ଶବ୍ଦ ଓ ଧାଡ଼ି ଗୁଡ଼ିକୁ ପଢ଼ିବା ପାଇଁ ଏକ ନିର୍ଦ୍ଦିଷ୍ଟ ଏବଂ ନିୟମିତ ଗତିରେ ଏପଟସେପଟ ହୁଏ । ଏହି ସମୟରେ ଆମ ଲକ୍ଷ୍ୟ କେନ୍ଦ୍ରିତ ହୋଇ ରହିଥାଏ ଏବଂ ଶରୀର ଆରାମ ଅବସ୍ଥାରେ ଥାଏ । ଏହା ଦ୍ୱାରା ଆମ ଉପରେ ଏକ ସମ୍ମୋହନ ବା କୃତ୍ରିମ ନିଦ୍ରାବସ୍ଥାକୁ ଗଲା ଭଳି (hypnotic) ପ୍ରଭାବ ପଡ଼େ । ଫଳରେ ଆମକୁ ନିଦ ଲାଗେ । ଏହାର ଆଉ ଏକ କାରଣ ହେଲା ଆମେ ଯେତେବେଳେ ବହି ଆଦି ପଢ଼ୁ, ଆମେ ସାଧାରଣତଃ ନିଶ୍ଚିନ୍ତରେ, ସୁରକ୍ଷିତ ସ୍ଥାନରେ ଏବଂ ବସିବା କିମ୍ବା ଶୋଇବା ଭଳି ଆରାମ ଭଙ୍ଗୀରେ ପଢ଼ୁ । କେବଳ ଆଖି ଓ ମସ୍ତିଷ୍କ ବ୍ୟତୀତ ଆମର ଅଧିକାଂଶ ଅଙ୍ଗ ଆରାମ ମୁଦ୍ରାରେ ବା ବିଶ୍ରାମ ଅବସ୍ଥାରେ ଥାଏ । ତେଣୁ ବାରମ୍ବାର ଗତିଶୀଳ, ଅସ୍ଥିର ଏବଂ କାର୍ଯ୍ୟରତ ଥିବା ଆଖି ଡୋଳା ଓ ଆଖିର ମାଂସପେଶୀ ମଧ୍ୟ ଅନ୍ୟ ଅଙ୍ଗ ଭଳି ବିଶ୍ରାମ ଚାହେଁ । ତେଣୁ ଆମ ଆଖିପତା ଆପେଆପେ ବନ୍ଦ ହୋଇଆସେ ଓ ଆମକୁ ନିଦ ଲାଗେ । ଅା...