ବାଃ ବାଃରେ ଜଳ (ବିଶ୍ୱ ଜଳ ଦିବସ ଉପଲକ୍ଷେ) [Amazing water facts]


world water day

  • ପୃଥିବୀରେ ଶତକଡ଼ା 97 ଭାଗ ଜଳ ଲୁଣିଆ, ବାକି 3 ଭାଗ ମଧୁର ଜଳ
  • ସମସ୍ତ ହ୍ରଦ, ନଦୀ, ଝରଣା, ପୋଖରୀ, ଆର୍ଦ୍ରଭୂମି ଆଦିରେ ଥିବା ଜଳକୁ ମିଶାଇଲେ ମଧୁର ଜଳର ଶତକଡ଼ା 0.3 ଭାଗ ହେବ
  • ବାକି 0.7 ଭାଗ ମଧୁର ଜଳ ହିମନଦୀ ବା ଗ୍ଲାସିୟର୍ ଏବଂ ଭୂତଳ ଜଳ ଭାବେ ଗଚ୍ଛିତ ହୋଇ ରହିଛି
    large amount of water is in sea
  • ପୃଥିବୀର ସମସ୍ତ ନଦୀର ଜଳ ଠାରୁ ବାୟୁମଣ୍ଡଳରେ ଜଳୀୟବାଷ୍ପ ଆକାରରେ ଥିବା ଜଳର ପରିମାଣ ଯଥେଷ୍ଟ ଅଧିକ
  • ଆମ ଶରୀରରୁ ଏକ ପ୍ରତିଶତ ଜଳୀୟ ଅଂଶ କମିଲେ ଆମକୁ ଶୋଷ ଲାଗେ
  • ଜଣେ ଲୋକ ବିନା ଖାଦ୍ୟରେ ପ୍ରାୟ ମାସେ ବଞ୍ଚିପାରିବ କିନ୍ତୁ ବିନା ପାଣିରେ ଅତିବେଶିରେ ସପ୍ତାହେ ବଞ୍ଚିବ
  • ପୃଥିବୀରେ ଲକ୍ଷଲକ୍ଷ ବର୍ଷ ପୂର୍ବରୁ ଯେତିକି ଜଳ ଥିଲା ଏବେ ମଧ୍ୟ ମୋଟ ଜଳ ସେତିକି ପରିମାଣର ରହିଛି
  • ଅନ୍ୟ କୌଣସି ତରଳ ଅପେକ୍ଷା ଜଳରେ ଅଧିକ ପଦାର୍ଥ ଦ୍ରବିଭୂତ ହୋଇଥାଏ
  • ବିଶୁଦ୍ଧ ଜଳ ଅମ୍ଳୀୟ ନୁହେଁ କି କ୍ଷାରୀୟ ନୁହେଁ
    human body needs water to live
  • ବୟସ୍କ ମଣିଷର ଶରୀର 70 ପ୍ରତିଶତ ଜଳରେ ତିଆରି ଏବଂ ଶିଶୁର ଶରୀର 80 ପ୍ରତିଶତ ଜଳରେ ତିଆରି

  • ପାଣି ବରଫରେ ପରିଣତ ହେଲେ ଏହା ପ୍ରସାରିତ ହୋଇଥାଏ, ଯାହାକି ଅନ୍ୟ କୌଣସି ପଦାର୍ଥରେ ଦେଖାଯାଏ ନାହିଁ
  • ଏବଂ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଥଣ୍ଡା ପାଣି ଠାରୁ ଗରମ ପାଣି ଶୀଘ୍ର ବରଫ ପାଲଟେ । 
ଆହୁରି ପଢ଼ନ୍ତୁ : ମୂତ୍ରକୁ ପିଅନ୍ତି ମହାକାଶଚାରୀ!

Comments

Popular posts from this blog

ଜିନ୍ ଏଡିଟିଂର କମାଲ୍: ମଣିଷ ଦେହରେ ଲାଗିବ ଘୁଷୁରିର ଅଙ୍ଗପ୍ରତ୍ୟଙ୍ଗ [Pig organs for human transplants]

ଗ୍ରହମାନଙ୍କ ନାମକରଣ ରହସ୍ୟ: କେଉଁ ଗ୍ରହକୁ ମିଳିଛି କେଉଁ ଦେବାଦେବୀଙ୍କ ନାଁ (ଫଟୋଚିତ୍ର ସହ) [How did the planets get their names?]