✎ ଆର୍ଥ୍ ଆୱାରର ଆହ୍ୱାନ [Call of the Earth Hour]
ପୃଥିବୀର ସୁରକ୍ଷା ଦିଗରେ ନିଜର ପ୍ରତିବଦ୍ଧତା ସ୍ୱରୂପ ପ୍ରତିବର୍ଷ ମାର୍ଚ୍ଚ ଶେଷ ଆଡ଼କୁ ବିଶ୍ୱବ୍ୟାପୀ ପାଳିତ ହେଉଥିବା ଆର୍ଥ୍ ଆୱାର୍ ଚଳିତବର୍ଷ 10 ବର୍ଷ ପୂର୍ତ୍ତି ପାଳନ କରୁଛି । 2007 ମସିହାରେ ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସର ଏକ ମୁଖ୍ୟ କାର୍ଯ୍ୟକ୍ରମ ହେଉଛି ରାତିରେ ଏକ ଘଣ୍ଟା ପାଇଁ ଘରର ନିହାତି ଜରୁରୀ ଆଲୋକ ବ୍ୟତୀତ ବାକିସବୁ ବିଦ୍ୟୁତ ଚାଳିତ ଆଲୋକ ଓ ଅନ୍ୟ ଉପକରଣ ବନ୍ଦ କରି ବିଶ୍ୱର ଶକ୍ତି ସଂରକ୍ଷଣ ଦିଗରେ ନିଜର ଯୋଗଦାନ ଦେବା । ପ୍ରତିବର୍ଷ ବହୁ ସଂଖ୍ୟାରେ ପରିବାର, କଲୋନୀ, ଗୋଷ୍ଠୀ, ସଂସ୍ଥା ଓ କମ୍ପାନୀ ଆଦି ଏହାକୁ ପାଳନ କରିଥାନ୍ତି । ଗତବର୍ଷ ରେକର୍ଡ ସଂଖ୍ୟକ
178ଟି ଦେଶର 7000 ସହର ଏହି ଆର୍ଥ୍ ଆୱାର୍ ପାଳନ କରି ଆମ ଗ୍ରହର ସୁରକ୍ଷା ଦିଗରେ ନିଜର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିଥିଲେ । ଚଳିତ ବର୍ଷ ମାର୍ଚ୍ଚ 25 ତାରିଖରେ ରାତି ସାଢ଼େ 8ଟାରୁ ସାଢ଼େ 9ଟା ପର୍ଯ୍ୟନ୍ତ ଏହାକୁ ପାଳନ କରାଯାଉଛି ।
178ଟି ଦେଶର 7000 ସହର ଏହି ଆର୍ଥ୍ ଆୱାର୍ ପାଳନ କରି ଆମ ଗ୍ରହର ସୁରକ୍ଷା ଦିଗରେ ନିଜର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିଥିଲେ । ଚଳିତ ବର୍ଷ ମାର୍ଚ୍ଚ 25 ତାରିଖରେ ରାତି ସାଢ଼େ 8ଟାରୁ ସାଢ଼େ 9ଟା ପର୍ଯ୍ୟନ୍ତ ଏହାକୁ ପାଳନ କରାଯାଉଛି ।
ଯଦିଓ ଆର୍ଥ୍ ଆୱାର୍ ପାଳନର ଉଦ୍ଦେଶ୍ୟ ପୃଥିବୀର ଜଳବାୟୁ ସଂରକ୍ଷଣ ଏବଂ ଗ୍ରହର ସୁରକ୍ଷା ପାଇଁ ଏକ ପ୍ରତିକାତ୍ମକ କାର୍ଯ୍ୟକ୍ରମରେ ଭାଗୀଦାର ହେବା, ତଥାପି ଏହି ଉଦ୍ଦେଶ୍ୟର ଏକ ପ୍ରମୁଖ ଅଙ୍ଗ ହେଉଛି ଶକ୍ତି ସଂରକ୍ଷଣ । ଘରୋଇ ଉପଯୋଗ କ୍ଷେତ୍ରରେ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ଜୀବାଶ୍ମ ଇନ୍ଧନକୁ ମୁଖ୍ୟ ସ୍ରୋତ ଭାବେ ବ୍ୟବହାର କରାଯାଉଥିବା ବେଳେ, ଦିନକୁ ଦିନ ବିଶ୍ୱରେ ବିଦ୍ୟୁତ ସଂକଟ ବୃଦ୍ଧି ପାଉଛି । ତେଣୁ ଏବେ ସମୟ ଆସିଛି ଆମେ ଶକ୍ତି ସ୍ୱାବଲମ୍ବୀ ହେବା । ପିଲାଟିଏ ଜନ୍ମ ହୋଇ ପାଠ ପଢ଼ିବା ପରେ ଯେପରି ତା ମନରେ ଅର୍ଥ ସ୍ୱାବଲମ୍ବୀ ହେବା ପାଇଁ ଇଚ୍ଛା ଜାଗ୍ରତ ହୁଏ ଏବଂ ସେ ବ୍ୟବସାୟ କିମ୍ବା ଚାକିରି ଆଡ଼କୁ ମନବଳାଏ, ଠିକ୍ ସେହିପରି ଏବେ ସମୟର ଆହ୍ୱାନ ହେଉଛି, ଏଭଳି ଏକ ପରମ୍ପରା ସୃଷ୍ଟି କରାଯାଉ, ଯେପରି ସମସ୍ତେ ଶକ୍ତି ସ୍ୱାବଲମ୍ବୀ ହେବା ପାଇଁ ଇଚ୍ଛା ପ୍ରକାଶ କରିବେ । ବାହାରୁ ବିଦ୍ୟୁତ ନକିଣି ନିଜ ଘରେ ବିଦ୍ୟୁତ ଶକ୍ତି ସୃଷ୍ଟି କରିପାରିବେ । ଏହାର ଏକମାତ୍ର ସମାଧାନ ହେଉଛି ସୌରଶକ୍ତି ।
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ପୃଥିବୀରେ ଏକ ଘଣ୍ଟା ପାଇଁ ପଡ଼ୁଥିବା ସୂର୍ଯ୍ୟାଲୋକରୁ ଏତେ ପରିମାଣର ବିଦ୍ୟୁତ ଉତ୍ପାଦନ କରାଯାଇପାରିବ ଯେ, ତାହା ପୁରା ମାନବଜାତିର ଉପଯୋଗ ପାଇଁ ଏକବର୍ଷ ପର୍ଯ୍ୟନ୍ତ ବ୍ୟବହାର ହୋଇପାରିବ । ସମ୍ପୂର୍ଣ୍ଣ ପୃଥିବୀକୁ ବିଦ୍ୟୁତ ଶକ୍ତି ଯୋଗାଇବାକୁ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଯେତିକି ଅଞ୍ଚଳରେ ସୋଲାର୍ ପ୍ୟାନେଲ ଲଗାଇବା ଯଥେଷ୍ଟ । ଭାରତରେ ସୂର୍ଯ୍ୟାଲୋକକୁ ଉପଯୋଗ କରି ବର୍ଷକୁ 5ହଜାର ଟ୍ରିଲିୟନ୍ କିଲୋୱାଟ୍ ବିଦ୍ୟୁତ ଉତ୍ପାଦନ କରାଯାଇପାରିବ, ଯାହାକି ଆମ ଦେଶର ବାର୍ଷିକ ବିଦ୍ୟୁତ ଚାହିଦାଠୁ ଯଥେଷ୍ଟ ଅଧିକ ।
କିନ୍ତୁ ଆପଣଙ୍କ ପାଇଁ ଯଦି ଏତିକି କାରଣ ଯଥେଷ୍ଟ ନୁହେଁ, ତେବେ ଜାଣିରଖନ୍ତୁ ଏହା ଆପଣଙ୍କ ଅର୍ଥ ସଞ୍ଚୟ ଦିଗରେ ମଧ୍ୟ ଯଥେଷ୍ଟ ସହାୟକ ହେବ । କାରଣ ଥରେ ସୌରଶକ୍ତି ଉତ୍ପାଦନ ପାଇଁ ସଲାର ପ୍ୟାନେଲ ଓ ଅନ୍ୟ ଯନ୍ତ୍ରାଂଶ ସ୍ଥାପନ ପରେ, 20ରୁ 25 ବର୍ଷ ପାଇଁ ଆପଣଙ୍କୁ ବିଦ୍ୟୁତ ପାଇଁ କୌଣସି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । କାରଣ ସୂର୍ଯ୍ୟ ଆଲୋକ ପ୍ରଦାନ ପାଇଁ କେବେ ଟଙ୍କା ମାଗେ ନାହିଁ । ଏହା ନିର୍ଭରଯୋଗ୍ୟ ମଧ୍ୟ। କାରଣ ଆପଣଙ୍କ ଅଞ୍ଚଳରେ ପାୱାର କଟ୍ ହୋଇପାରେ କିନ୍ତୁ ସୂର୍ଯ୍ୟ ପ୍ରତିଦିନ ଉଇଁବ ଓ ଆଲୋକ ଦେବ । ସୌରଶକ୍ତି ଉତ୍ପାଦନ ବ୍ୟବସ୍ଥା ପାଇଁ ସରକାର ମଧ୍ୟ ସହଯୋଗ କରୁଛନ୍ତି । ସୌରଶକ୍ତି ଉତ୍ପାଦନରେ କୌଣସି ପ୍ରକାର ପ୍ରଦୁଷଣ ହୁଏନାହିଁ । ତେଣୁ ପରିବେଶ ମଧ୍ୟ ସୁରକ୍ଷିତ ରହେ । ତେଣୁ ଆପଣଙ୍କ ଘର ଛାତରେ ସୋଲାର୍ ପ୍ୟାନେଲ୍ ବସାଇ ନିଜ ଘର ପାଇଁ ସୌରଶକ୍ତି ଉତ୍ପାଦନ କରନ୍ତୁ ଓ ଅନ୍ୟମାନଙ୍କ ପାଇଁ ଜଣେ ଟ୍ରେଣ୍ଡ୍ ସେଟର୍ ବନନ୍ତୁ । ହ୍ୟାପି ଆର୍ଥ୍ ଆୱାର୍ ।
✎ ସମ୍ପାଦକ, ବିଜ୍ଞାନ କଥା
ଆହୁରି ପଢ଼ନ୍ତୁ : ବାଃ ବାଃରେ ଜଳ
Comments
Post a Comment