ପଢ଼ିଲା ବେଳେ ଆମକୁ ନିଦ ଲାଗେ କାହିଁକି? [Why reading makes us sleepy?]
ଅନେକ ସମୟରେ ବହି ପଢ଼ିବା ବେଳେ ଆମକୁ ନିଦ ଲାଗେ । ବେଳେବେଳେ ତ ଆମେ ପଢ଼ୁ ପଢ଼ୁ କେତେ ବେଳେ ଶୋଇପଡ଼ିଥାଉ ଜାଣିପାରୁନା । କିଛି ଲୋକ ତ ଖାସ୍ ଶୋଇବା ପାଇଁ କିମ୍ବା ନିଦ ନଲାଗିଲେ ବହି ପଢ଼ନ୍ତି । କିନ୍ତୁ ଏମିତି କାହିଁକି ହୁଏ? କୌଣସି ବହି କିମ୍ବା ପତ୍ରପତ୍ରିକା ପଢ଼ିବା ସମୟରେ ଆମକୁ ନିଦ ଲାଗେ କାହିଁକି?
ଆହୁରି ପଢ଼ନ୍ତୁ : ପୋକମାନେ ଛିଙ୍କନ୍ତି କି? ଓ କେତୋଟି ମଜାଦାର ଛିଙ୍କ କଥା
ପ୍ରଥମ କଥା ହେଲା କୌଣସି ବହି ପଢ଼ିବା ବେଳେ ଆମ ଆଖି ଓ ମସ୍ତିଷ୍କ ଉଭୟ ଅଙ୍ଗ କାର୍ଯ୍ୟରେ ଲାଗିଥାନ୍ତି । ଆମ ଆଖି ଅକ୍ଷର, ଶବ୍ଦ ଓ ଧାଡ଼ି ଗୁଡ଼ିକୁ ପଢ଼ିବା ପାଇଁ ଏକ ନିର୍ଦ୍ଦିଷ୍ଟ ଏବଂ ନିୟମିତ ଗତିରେ ଏପଟସେପଟ ହୁଏ । ଏହି ସମୟରେ ଆମ ଲକ୍ଷ୍ୟ କେନ୍ଦ୍ରିତ ହୋଇ ରହିଥାଏ ଏବଂ ଶରୀର ଆରାମ ଅବସ୍ଥାରେ ଥାଏ । ଏହା ଦ୍ୱାରା ଆମ ଉପରେ ଏକ ସମ୍ମୋହନ ବା କୃତ୍ରିମ ନିଦ୍ରାବସ୍ଥାକୁ ଗଲା ଭଳି (hypnotic) ପ୍ରଭାବ ପଡ଼େ । ଫଳରେ ଆମକୁ ନିଦ ଲାଗେ ।
ଏହାର ଆଉ ଏକ କାରଣ ହେଲା ଆମେ
ଯେତେବେଳେ ବହି ଆଦି ପଢ଼ୁ, ଆମେ ସାଧାରଣତଃ ନିଶ୍ଚିନ୍ତରେ, ସୁରକ୍ଷିତ ସ୍ଥାନରେ ଏବଂ ବସିବା କିମ୍ବା ଶୋଇବା ଭଳି ଆରାମ ଭଙ୍ଗୀରେ ପଢ଼ୁ । କେବଳ ଆଖି ଓ ମସ୍ତିଷ୍କ ବ୍ୟତୀତ ଆମର ଅଧିକାଂଶ ଅଙ୍ଗ ଆରାମ ମୁଦ୍ରାରେ ବା ବିଶ୍ରାମ ଅବସ୍ଥାରେ ଥାଏ । ତେଣୁ ବାରମ୍ବାର ଗତିଶୀଳ, ଅସ୍ଥିର ଏବଂ କାର୍ଯ୍ୟରତ ଥିବା ଆଖି ଡୋଳା ଓ ଆଖିର ମାଂସପେଶୀ ମଧ୍ୟ ଅନ୍ୟ ଅଙ୍ଗ ଭଳି ବିଶ୍ରାମ ଚାହେଁ । ତେଣୁ ଆମ ଆଖିପତା ଆପେଆପେ ବନ୍ଦ ହୋଇଆସେ ଓ ଆମକୁ ନିଦ ଲାଗେ ।

ଅାଉ କେତେକ ସମୟରେ ଆପଣ ଲକ୍ଷ୍ୟ କରିଥିବେ, କୌଣସି ରୋଚକ କିମ୍ବା ମଜାଦାର ବହି ପଢ଼ିବା ବେଳେ ଆମକୁ ନିଦ ଲାଗେନାହିଁ, କିନ୍ତୁ ଇଚ୍ଛା ନଥିଲେ କିମ୍ବା ଅରୁଚିକର ଓ ନିରସ ବିଷୟ ପଢ଼ିଲେ ଆମକୁ ନିଦ ଲାଗେ । କାରଣ ଆମେ ଯେଉଁ ବିଷୟ ବୁଝିପାରୁନା, ଆମ ମସ୍ତିଷ୍କ ସେସବୁ ଗ୍ରହଣ କରିନପାରିବା କାରଣରୁ ସେସବୁକୁ ଅଯଥା ବା ଅର୍ଥହୀନ କାର୍ଯ୍ୟ ବୋଲି ଭାବେ । ତେଣୁ ପରିଶ୍ରମ କରି ଅର୍ଥହୀନ କାର୍ଯ୍ୟ କରିବା ଅପେକ୍ଷା ମସ୍ତିଷ୍କ ନିଦ୍ରା ଅବସ୍ଥାକୁ ଯିବା ଉଚିତ ବୋଲି ଭାବେ ଓ ପସନ୍ଦ କରେ ।
[ ଅବଶ୍ୟ ସବୁବେଳେ ଆମକୁ ପଢ଼ିଲା ବେଳେ ନିଦ ଲାଗେ ନାହିଁ, କିମ୍ବା ଯେଉଁମାନଙ୍କୁ ନିଦ ଲାଗେ କେବଳ ଏଠାରେ ବର୍ଣ୍ଣିତ କାରଣ ଗୁଡ଼ିକ ପାଇଁ ନିଦ ଲାଗେ ନାହିଁ । ଏହାର ଅନ୍ୟ କାରଣ ବି ଥାଇପାରେ ।]
ତେଣୁ ପଢ଼ିବା ବେଳେ ନିଦ ନଲାଗିବା ପାଇଁ ଅତି ଆରାମ ସ୍ଥାନରେ ଓ ଭଙ୍ଗୀରେ ପଢ଼ନ୍ତୁ ନାହିଁ । ଶୋଇବା ଅବସ୍ଥାରେ ନପଢ଼ି ସିଧା ବସି ପଢ଼ନ୍ତୁ । ନିଦ ଲାଗିଲେ ଅଳ୍ପ ଚଲାବୁଲା କରିଆସନ୍ତୁ କିମ୍ବା ହାଲୁକା ବ୍ୟାୟାମ କରନ୍ତୁ । ଆବଶ୍ୟକ ସ୍ଥଳେ ଚାହା କିମ୍ବା କଫି ଭଳି ପ୍ରାକୃତିକ ଭାବେ କ୍ୟାଫିନ୍ ଯୁକ୍ତ ପାନୀୟ ଗ୍ରହଣ କରନ୍ତୁ ।
ଆହୁରି ପଢ଼ନ୍ତୁ : ପୋକମାନେ ଛିଙ୍କନ୍ତି କି? ଓ କେତୋଟି ମଜାଦାର ଛିଙ୍କ କଥା
Comments
Post a Comment