ନୀଳତିମି କେବଳ ଯେ ପୃଥିବୀର ବୃହତ୍ତମ ପ୍ରାଣୀ ତା ନୁହେଁ, (ବର୍ତ୍ତମାନର ଗବେଷଣା ସୁଦ୍ଧା) ଏହା ପୃଥିବୀରେ ସୃଷ୍ଟି ହୋଇଥିବା ସମସ୍ତ ପ୍ରାଣୀ ଠାରୁ ବୃହତ୍ତମ, ଏପରିକି ବୃହତ୍ତମ ଡାଇନୋସର୍ ଠାରୁ ମଧ୍ୟ ବଡ଼ । ମନରେ ପ୍ରଶ୍ନ ଉଠେ, ସମୁଦ୍ରରେ ରହୁଥିବା ଏହି ସ୍ତନ୍ୟପାୟୀ ପ୍ରାଣୀ ନୀଳତିମି ବଡ଼ ଯେ, କିନ୍ତୁ ପ୍ରକୃତରେ କେତେ ବଡ଼? ତେବେ ଆସନ୍ତୁ ଜାଣିବା ନୀଳତିମିର ଆକାରକୁ ନେଇ କେତେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ପର୍କରେ ।
|
ନୀଳତିମି ଓ ମଣିଷ ମଧ୍ୟରେ ଆକାରର ତୁଳନାତ୍ମକ ଚିତ୍ର |
- ନୀଳତିମିର ଲମ୍ବ ପ୍ରାୟ 100 ଫୁଟ ଏବଂ ଓଜନ ପ୍ରାୟ 181 ଟନ୍
- ଏହା 80ରୁ 90 ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ
- ନିଶ୍ୱାସ ଛାଡ଼ିବା ସମୟରେ 30ରୁ 40 ଫୁଟ ଉଚ୍ଚତା ପର୍ଯ୍ୟନ୍ତ ପାଣି ଓ ଜଳୀୟବାଷ୍ପ ଛାଡ଼ିଥାଏ
- ଫୁସଫୁସର କ୍ଷମତା 5 ହଜାର ଲିଟର
- ନୀଳତିମି ପାଟିରେ ଏକାଥରେ 5ହଜାର ଲିଟର ପାଣି ରହିପାରେ
- ନୀଳତିମି ପ୍ରତିଦିନ ଏକ ବଡ଼ ହାତୀ ଓଜନର ଖାଦ୍ୟ ଖାଏ, ତେବେ ଏହାର ଖାଦ୍ୟ (କ୍ରିଲ୍)ର ଆକାର ମାତ୍ର 5 ସେ.ମି. ହୋଇଥାଏ
|
ନୀଳତିମି ତୁଳନାରେ ଏକ ବସ୍ |
- ଘଣ୍ଟା ପ୍ରତି 20 କି.ମି. ବେଗରେ ଗତି କରେ କିନ୍ତୁ ଆବଶ୍ୟକସ୍ଥଳେ ଏହା ଘଣ୍ଟାପ୍ରତି 50 କିଲୋମିଟର ପର୍ଯ୍ୟନ୍ତ ଯାଇପାରେ
- ପୃଥିବୀର ସବୁଠାରୁ ଜୋର୍ ଶବ୍ଦ କରୁଥିବା ଜୀବ ହେଉଛି ନୀଳତିମି, ଯାହାକି ଜେଟ୍ ଇଞ୍ଜିନ ଠାରୁ ମଧ୍ୟ ଅଧିକ
- ଏହାର ହୃତପିଣ୍ଡର ଓଜନ 590 କିଲୋଗ୍ରାମ ଏବଂ ଆକାର ଏକ ଛୋଟ କାର୍ ଭଳି
- ନୀଳତିମିର ମାଂସଳ ଜିଭର ଓଜନ ଏକ ବୟସ୍କ ହାତୀର ଓଜନ ସହ ସମାନ
- ନୀଳତିମିର ଧମନୀ ଏତେ ଚଉଡ଼ା ଯେ, ଏହା ମଧ୍ୟଦେଇ ଏକ ଛୋଟପିଲା ଆରାମରେ ପହଁରି ଯାଇପାରିବ
- ନୀଳତିମିର ଶାବକ ମଧ୍ୟ ପୃଥିବୀର ବୃହତ୍ତମ ଶାବକର ମାନ୍ୟତା ପାଇଛି । ଜନ୍ମ ବେଳକୁ ଏହାର ଲମ୍ବ 25 ଫୁଟ ଏବଂ ଓଜନ 3 ଟନ୍ ହୋଇଥାଏ । ଜନ୍ମରୁ ବର୍ଷେ ପର୍ଯ୍ୟନ୍ତ ଏହା ପ୍ରତିଦିନ 380 ଲିଟର କ୍ଷୀର ପିଇଥାଏ ଏବଂ ଶାବକର ଓଜନ ଦୈନିକ 90 କିଲୋଗ୍ରାମ ଲେଖାଏଁ ବୃଦ୍ଧି ପାଏ ।
ଆହୁରି ପଢ଼ନ୍ତୁ : ସମୁଦ୍ରକୂଳରେ ତିମିଙ୍କ ଅସ୍ୱାଭାବିକ ମୃତ୍ୟୁ ହୁଏ କାହିଁକି?
Comments
Post a Comment