Posts

ଜିନ୍ ଏଡିଟିଂର କମାଲ୍: ମଣିଷ ଦେହରେ ଲାଗିବ ଘୁଷୁରିର ଅଙ୍ଗପ୍ରତ୍ୟଙ୍ଗ [Pig organs for human transplants]

Image
ନିଜ ଶରୀରରେ ପ୍ରତ୍ୟାରୋପଣ ପାଇଁ ଏକ ମ୍ୟାଚିଂ ଅଙ୍ଗ ଅପେକ୍ଷାରେ ଥିବା ରୋଗୀଙ୍କ ତାଲିକା ଖୁବ୍ ଲମ୍ବା । ସୁସ୍ଥ ଅଙ୍ଗ ଅପେକ୍ଷାରେ ପ୍ରତିଦିନ ବହୁ ରୋଗୀ ପ୍ରାଣ ହରାଉଛନ୍ତି । ପ୍ରତ୍ୟାରୋପଣ ପାଇଁ ଅଙ୍ଗର ଚାହିଦା ବା ଆବଶ୍ୟକତା ତୁଳନାରେ ଦାନ ହେଉଥିବା ଅଙ୍ଗର ସଂଖ୍ୟା ଖୁବ୍ କମ୍ । ତେଣୁ ବୈଜ୍ଞାନିକ ମାନେ ଚେଷ୍ଟା କରୁଛନ୍ତି, ଯଦି ମଣିଷ ଦେହରେ ପ୍ରତ୍ୟାରୋପଣ ପାଇଁ ଆବଶ୍ୟକ ହେଉଥିବା ଅଙ୍ଗ ଅନ୍ୟ କୌଣସି ଜୀବ ଠାରୁ ଅଣାଯାଇପାରନ୍ତା, ତେବେ ଏହି ଚାହିଦାକୁ କିଛି ପରିମାଣରେ ପୂରଣ କରାଯାଇପାରନ୍ତା ଏବଂ ଅଙ୍ଗ ଅଭାବରୁ ହୁଏତ କେହି ପ୍ରାଣ ହରାନ୍ତେ ନାହିଁ । ଇଣ୍ଟର୍ ସ୍ପେସିସ୍ ବା ଦୁଇଟି ଭିନ୍ନ ପ୍ରଜାତିର ପ୍ରାଣୀ ମଧ୍ୟରେ ଅଙ୍ଗ ପ୍ରତ୍ୟାରୋପଣକୁ ଜେନୋଟ୍ରାନ୍ସପ୍ଲାଣ୍ଟ (xenotransplant) କୁହାଯାଏ । ତେବେ ଏହି ଦିଗରେ ଆଉ ପାଦେ ଆଗକୁ ଯାଇ ବୈଜ୍ଞାନିକମାନେ ଘୁଷୁରିର ଅଙ୍ଗକୁ ମଣିଷ ଦେହରେ ପ୍ରତ୍ୟାରୋପଣ କରିବା କଥା ଚିନ୍ତା କରୁଛନ୍ତି । ମାଙ୍କଡ଼ ପ୍ରଜାତି (ଏପ୍) ଓ ଘୁଷୁରିର ଗୁଣସୂତ୍ରକୁ ପରିବର୍ତ୍ତିତ କରି ଏହାର ଟିସୁକୁ ମଣିଷ ଶରୀରରେ ଲାଗିବା ଭଳି ଉପଯୁକ୍ତ କରାଯାଇପାରେ । ଏକ 4ମାସ ବୟସ୍କ ଘୁଷୁରିର ଆଭ୍ୟନ୍ତରୀଣ ଅଙ୍ଗ ଗୁଡ଼ିକର ଆକାର ଓ କାର୍ଯ୍ୟକାରିତା ପ୍ରାୟତଃ ମଣିଷ ଭଳି ।   ଘୁଷୁରିର ଅଙ୍ଗ ମଣିଷ ଦେହରେ ଲାଗିବା ପାଇଁ ଉପଯୁକ୍ତ ହୋଇଥିଲେ ମଧ୍ୟ ଏଥିରେ ଏକ ବିରାଟ ସମସ୍ୟା ବାଧା ସୃଷ୍ଟି କରୁଥିଲା । ଘୁଷୁରିର ...

ଦେଖନ୍ତୁ ମଙ୍ଗଳରେ ସୂର୍ଯ୍ୟପରାଗ: ସୂର୍ଯ୍ୟ ଆଗ ଦେଇ ଫୋବୋସ୍ ଯିବାର ଦୃଶ୍ୟ [Solar eclipse on Mars]

Image
ମଙ୍ଗଳ ଗ୍ରହର ଦୁଇଟି ପ୍ରାକୃତିକ ଉପଗ୍ରହ ମଧ୍ୟରୁ ବୃହତ୍ତମ ଉପଗ୍ରହ 'ଫୋବୋସ୍' ସୂର୍ଯ୍ୟ ଆଗ ଦେଇ ଗତି କରିବା ସମୟରେ ଏହି ଦୃଶ୍ୟକୁ ରେକର୍ଡ କରିଥିଲା ନାସା ଦ୍ୱାରା ମଙ୍ଗଳ ପୃଷ୍ଠକୁ ପଠାଯାଇଥିବା କ୍ୟୁରିଓସିଟି ଯାନ । ମଙ୍ଗଳ ଗ୍ରହ ଠାରୁ ଫୋବୋସର ଦୂରତା 6000 କିଲୋମିଟର ଏବଂ ଏହାର ଆକାର ପୃଥିବୀର ଚନ୍ଦ୍ର ପରି ଗୋଲାକାର ନୁହେଁ । ଫୋବୋସ୍ ମଙ୍ଗଳ ଗ୍ରହକୁ 7 ଘଣ୍ଟା 39 ମିନିଟରେ ଥରେ ପ୍ରଦକ୍ଷିଣ କରିଥାଏ । ମଙ୍ଗଳର ଗୋଟିଏ ଦିନ ଭିତରେ ଫୋବୋସ୍ ଗ୍ରହକୁ ଦୁଇଥର ପ୍ରଦକ୍ଷିଣ କରେ । ଏହା ମଙ୍ଗଳ ଗ୍ରହରେ ପଶ୍ଚିମରେ ଉଦୟ ହୋଇ ପୂର୍ବ ଦିଗରେ ଅସ୍ତ ହୋଇଥାଏ । ମଙ୍ଗଳ ଗ୍ରହର ଅନ୍ୟ ଉପଗ୍ରହର ନାଁ 'ଡିମୋସ୍' । ଫୋବୋସ୍ ଆହୁରି ପଢ଼ନ୍ତୁ: ଯଦି ଜହ୍ନମାମୁଁ ନଥାନ୍ତେ: କେମିତି ହୁଅନ୍ତା ଚନ୍ଦ୍ରବିହୀନ ପୃଥିବୀରେ ଜୀବନ?

ଯଦି ଜହ୍ନମାମୁଁ ନଥାନ୍ତେ: କେମିତି ହୁଅନ୍ତା ଚନ୍ଦ୍ରବିହୀନ ପୃଥିବୀରେ ଜୀବନ? [What if the moon didn't exist?]

Image
ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ଯଦି ଆକାଶରେ ନଥାନ୍ତା, ଅର୍ଥାତ୍ ପ୍ରଥମରୁ ହିଁ ନଥାନ୍ତା ତେବେ କଣ ହୁଅନ୍ତା? ଅଥବା ଧରାଯାଉ କାଲି ଚନ୍ଦ୍ର ହଠାତ୍ ସବୁଦିନ ପାଇଁ ଆକାଶରୁ ଉଭାନ୍ ହୋଇଯିବ, ତେବେ କଣ ହେବ? ହୁଏତ ଅନେକେ କହିବେ ପୂର୍ଣ୍ଣିମା ଠୁ ଅମାବାସ୍ୟା ଏବଂ ଅମାବାସ୍ୟାଠୁ ପୂର୍ଣ୍ଣିମା ହେବ ନାହିଁ କି ଜ୍ୟୋତ୍ସ୍ନା ଦେଖାଯିବ ନାହିଁ । ଆଉ କିଏ ଟିକିଏ ଅଧିକ ଭାବି କହିବ ସମୁଦ୍ରରେ ଜୁଆର ଆସିବ ନାହିଁ । କିନ୍ତୁ ଏହାସହ ପୃଥିବୀରେ ଆହୁରି ଅନେକ କଥା ଅଛି, ଯାହାକି ଚନ୍ଦ୍ର ଯୋଗୁଁ ସମ୍ଭବ ହୋଇପାରିଛି । ଅନେକେ କହନ୍ତି ଚନ୍ଦ୍ର ନଥିଲେ ପୃଥିବୀରେ ଜୀବସତ୍ତା ସୃଷ୍ଟି ହୋଇପାରିନଥାନ୍ତା କିମ୍ବା ଯଦିବି ହୋଇଥାନ୍ତା ଏଭଳି ଜଟିଳ ଗଠନ ପ୍ରକ୍ରିୟା ସମ୍ଭବ ହୋଇପାରିନଥାନ୍ତା । ତେବେ ଆସନ୍ତୁ ଜାଣିବା ଚନ୍ଦ୍ରବିହୀନ ପୃଥିବୀ କେମିତି ହୁଅନ୍ତା? ଆହୁରି ଅନ୍ଧାର ରାତି: ଚନ୍ଦ୍ର ନଥିଲେ ରାତି ଆହୁରି ଯଥେଷ୍ଟ ଅଧିକ ଅନ୍ଧକାରମୟ ହୁଅନ୍ତା । ରାତି ଆକାଶରେ ଚନ୍ଦ୍ର ପରେ ଶୁକ୍ର ଗ୍ରହ ହେଉଛି ଉଜ୍ଜ୍ୱଳତମ ବସ୍ତୁ । କିନ୍ତୁ ପୃଥିବୀକୁ ଆଲୋକିତ କରିବା ପାଇଁ ଯଥେଷ୍ଟ ହୋଇନଥାନ୍ତା । ପୂର୍ଣ୍ଣିମାରେ ଚନ୍ଦ୍ରର ଆଲୋକ ଶୁକ୍ର ଗ୍ରହର ଆଲୋକ ଠାରୁ 2000 ଗୁଣ ଉଜ୍ଜ୍ୱଳ । ଛୋଟ ଦିନ, ବଡ଼ ବର୍ଷ: ଚନ୍ଦ୍ର ନଥିଲେ ପୃଥିବୀରେ 24 ଘଣ୍ଟାରେ ଗୋଟିଏ ଦିନ ହେବା ପରିବର୍ତ୍ତେ 6 ରୁ 12 ଘଣ୍ଟାରେ ଗୋଟିଏ ଦିନ ହୁଅନ୍ତା ଏବଂ 1100 ରୁ 1400 ଦ...

ଜାଣନ୍ତି କି: ଆମେ ଗୀତ ଶୁଣିବା ବେଳେ ଗୋଡ଼ ହଲାଉ କାହିଁକି? [Why We Tap Our Feet to Music?]

Image
ଆପଣ ଅଧିକାଂଶ ସମୟରେ ଲକ୍ଷ୍ୟ କରିଥିବେ ଯେ କୌଣସି ପସନ୍ଦର ଗୀତ ଶୁଣୁଶୁଣୁ ଆମେ ଅଜାଣତରେ ଗୋଡ଼, ପାଦ, ମୁଣ୍ଡ, ହାତ କିମ୍ବା ହାତର ଆଙ୍ଗୁଠିକୁ ହଲାଇବାରେ ଲାଗିଥାଉ । କେବଳ ଆପଣ ନୁହେଁ, ଅଧିକାଂଶ ଅର୍ଥାତ୍ ପ୍ରାୟ ସମସ୍ତ ସାଧାରଣ ମଣିଷ ଗୀତ ଶୁଣିଲେ ସେହି ତାଳରେ ବା ଗୀତର ମ୍ୟୁଜିକ୍ ବିଟ୍ ରେ ଗୋଡ଼, ହାତ କିମ୍ବା ମୁଣ୍ଡ ହଲାଇଥାନ୍ତି । ସତ କହିବାକୁ ଗଲେ ଏଭଳି କରିବାକୁ ଆମକୁ ଭଲ ଲାଗେ ଏବଂ ବେଳେବେଳେ ଆମେ ଅଜାଣତରେ ଏଭଳି କରିବାରେ ଲାଗିଥାଉ । କିନ୍ତୁ ଏଭଳି କାହିଁକି ହୁଏ? ଏହାର କାରଣ କଣ? ଗବେଷଣାରୁ ଜଣାପଡ଼ିଛି ଏହା ଆମ ଶରୀରର ଏକ ପ୍ରକ୍ରିୟା  ଯୋଗୁଁ ହୋଇଥାଏ, ଯାହାକୁ ମୋଟୋର୍ ଥିଓରି ଅଫ୍ ପର୍ସେପସନ୍ କୁହାଯାଏ । ଶବ୍ଦକୁ ଗ୍ରହଣ କରିବା ପରେ ଏହା ମସ୍ତିଷ୍କର ଏକ ପ୍ରତିକ୍ରିୟାକୁ ବୁଝାଏ । ଶବ୍ଦ ଓ ଶରୀର ଚାଳନା ମଧ୍ୟରେ ଥିବା ଏହି ସମ୍ପର୍କ ଅନୁସାରେ, ଲୋକମାନେ ଯେତେବେଳେ କିଛି ଶୁଣନ୍ତି, ସେତେବେଳେ ତାହାକୁ ଭଲଭାବେ ବୁଝିବା ପାଇଁ ସେହି ଶବ୍ଦ ତିଆରି ପ୍ରକ୍ରିୟାରେ ନିଜକୁ ସାମିଲ କରାଇବା ଭଳି ଶରୀର ଚାଳନା କରନ୍ତି । ଅର୍ଥାତ୍ ଆମେ ଯେତେବେଳେ ଗୀତ ଶୁଣୁ, ଆମେ ସେହିଭଳି ଭାବେ ଗୋଡ଼ କିମ୍ବା ହାତ ହଲାଇବା ପସନ୍ଦ କରୁ, ସତେଯେପରି ଆମେ ସେହି ସଂଗୀତ ସୃଷ୍ଟିର ଏକ ଅଂଶ ବା ଆମେ ସେହି ମ୍ୟୁଜିକ ବଜାଇବାରେ ସାମିଲ ଅଛୁ । ଆଉ ଏକ ଗବେଷଣା କହେ, ସଂଗୀତର ତାଳ ବା ରିଦମ୍ ଭଳି ଆମ ଶରୀରର ମଧ୍ୟ ଏକ ଆଭ୍ୟନ୍ତରୀଣ ର...

ଗ୍ରହମାନଙ୍କ ନାମକରଣ ରହସ୍ୟ: କେଉଁ ଗ୍ରହକୁ ମିଳିଛି କେଉଁ ଦେବାଦେବୀଙ୍କ ନାଁ (ଫଟୋଚିତ୍ର ସହ) [How did the planets get their names?]

Image
ଆମ ସୌରଜଗତର ସମସ୍ତ 8ଟି ଯାକ ଗ୍ରହ ଓ ବାମନ ଗ୍ରହ ପ୍ଲୁଟୋ ରୋମାନ୍ ଏବଂ ଗ୍ରୀକ୍ ଦେବାଦେବୀଙ୍କ ଅନୁସାରେ ନାମିତ ହୋଇଛନ୍ତି  । ବୃହସ୍ପତି, ଶନି, ମଙ୍ଗଳ, ଶୁକ୍ର ଓ ବୁଧ ଗ୍ରହର ନାମକରଣ ଗ୍ରୀକ୍ ଓ ରୋମାନ୍ ଦେବାଦେବୀଙ୍କ ନାମ ଅନୁସାରେ ହଜାରେରୁ ଅଧିକ ବର୍ଷ ପୂର୍ବରୁ ହୋଇସାରିଥିଲା  । ଦୂରବୀକ୍ଷଣ ଯନ୍ତ୍ର ବା ଟେଲିସ୍କୋପ ଉଦ୍ଭାବନ ହେବା ପରେ ଅନ୍ୟ ଗ୍ରହ ଗୁଡ଼ିକ ଆବିଷ୍କାର ହେଲା । କିନ୍ତୁ ସେହି ଗ୍ରୀକ୍ ଓ ରୋମାନ୍ ଦେବାଦେବୀଙ୍କ ଅନୁସାରେ ଗ୍ରହମାନଙ୍କ ନାମକରଣ ଧାରା ଜାରି ରହିଲା । ଆମ ଗ୍ରହ ପୃଥିବୀର ନାମକରଣ 'ଆର୍ଥ୍' ଉଭୟ ଇଂରାଜୀ ଓ ଜର୍ମାନ୍ ଭାଷାରୁ ଆସିଛି, ଯାହାର ଅର୍ଥ ଭୂମି । ତେବେ ଆସନ୍ତୁ ଦେଖିବା ଅନ୍ୟ ଗ୍ରହମାନେ କେଉଁ ଦେବାଦେବୀଙ୍କ ଅନୁସାରେ ନାମିତ ହୋଇଛନ୍ତି । ବୁଧ (ମର୍କ୍ୟୁରି) ସୂର୍ଯ୍ୟଙ୍କୁ ଖୁବ୍ ଶୀଘ୍ର ପରିକ୍ରମଣ କରୁଥିବାରୁ ଏହାକୁ ରୋମାନ୍ ପୁରାଣର ଭ୍ରମଣ, ବାଣିଜ୍ୟ ବା ବାର୍ତ୍ତାବହ ଦେବତାଙ୍କ ଅନୁସାରେ ନାମିତ ହୋଇଛି ।  ଶୁକ୍ର (ଭେନସ୍) ସୌନ୍ଦର୍ଯ୍ୟ ଓ ପ୍ରେମର ରୋମାନ୍ ଦେବୀଙ୍କ ଅନୁସାରେ ନାମିତ ହୋଇଛି । ସୂର୍ଯ୍ୟ ଓ ଚନ୍ଦ୍ର ବ୍ୟତୀତ ଆକାଶରେ ଶୁକ୍ର ଉଜ୍ଜ୍ୱଳ ଦେଖାଯାଉଥିବାରୁ ଏଭଳି ନାମକରଣ ହୋଇଛି । ମଙ୍ଗଳ (ମାର୍ସ୍) ଯୁଦ୍ଧର ରୋମାନ୍ ଦେବତାଙ୍କ ଅନୁସାରେ ନାମିତ ହୋଇଛି । ଏହି ଗ୍ରହର ରଙ୍ଗ ନାଲି ହୋଇଥିବାରୁ ଏହାର ନାମକରଣ ଏଭଳି ହୋଇଥାଇପାରେ ।    ...

ଅତି ନିକଟରୁ ଦେଖନ୍ତୁ 'ପ୍ଲୁଟୋ' ଏବଂ 'ଚାରନ୍'କୁ: ଭିଡିଓ ଜାରି କଲା ନାସା [Video of Pluto and Charon]

Image
ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପଠାଇଥିବା 'ନିୟୁ ହରାଇଜନ୍' ମହାକାଶଯାନ 2015 ମସିହା ଜୁଲାଇ ମାସରେ ବାମନ ଗ୍ରହ ପ୍ଲୁଟୋ ପାଖ ଦେଇ ଗତି କରିଥିଲା ଏବଂ ସେହି ସମୟରେ 'ପ୍ଲୁଟୋ' ଏବଂ ଏହାର ବୃହତ୍ତମ ଉପଗ୍ରହ 'ଚାରନ୍'ର କେତେକ କ୍ଲୋଜ୍ ଅପ୍ ଫଟୋ ନେଇଥିଲା ନିୟୁ ହରାଇଜନ୍ । ପୂର୍ବରୁ ଏହି ଧରଣର କୌଣସି ପ୍ଲୁଟୋ ଅଭିଯାନ ହୋଇନଥିଲା । ନିୟୁ ହରାଇଜନ୍ ପଠାଇଥିବା ଫଟୋ ଗୁଡ଼ିକୁ ବିଶ୍ଳେଷଣ କରି ନାସା ପକ୍ଷରୁ ଉଭୟ ପ୍ଲୁଟୋ ଓ ଚାରନର 3-ଡି ଆନିମେସନ ଭିଡିଓ ପ୍ରସ୍ତୁତ କରାଯାଇଛି । ଚାରନର ଆକାର ପ୍ଲୁଟୋ ଆକାରର ଅଧା । ଏହି ଦୁଇଟି 3-ଡି ଆନିମେସନ୍ ଭିଡିଓରେ ବାମନ ଗ୍ରହ ପ୍ଲୁଟୋ ଏବଂ ତାହାର ବୃହତ୍ତମ ଉପଗ୍ରହ ଚାରନ୍ ପୃଷ୍ଠରେ ଥିବା ପାହାଡ଼, ଗର୍ତ୍ତ ଓ ଅନ୍ୟାନ୍ୟ ବୈଶିଷ୍ଟ୍ୟ ଗୁଡ଼ିକୁ ଯଥାସମ୍ଭବ ସ୍ପଷ୍ଟ ଭାବେ ଦର୍ଶାଇବାକୁ ଚେଷ୍ଟା କରାଯାଇଛି ।   [ପ୍ଲୁଟୋ ଏବଂ ଚାରନ୍] ପ୍ଲୁଟୋ ସମ୍ପର୍କିତ କେତେକ ରୋଚକ ତଥ୍ୟ: ଏହା ପୃଥିବୀ ବର୍ଷ ଅନୁସାରେ 246.04 ବର୍ଷରେ ଥରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରେ । ଅର୍ଥାତ୍ 246.04 ପୃଥିବୀ ବର୍ଷରେ ଗୋଟିଏ ପ୍ଲୁଟୋ ବର୍ଷ ହୁଏ । ପ୍ଲୁଟୋ 1930 ମସିହା ଫେବୃଆରୀ 18 ତାରିଖରେ ଆବିଷ୍କାର ହୋଇଥିଲା । ଆବିଷ୍କାର ହେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଥରେ ବି ସୂର୍ଯ୍ୟଙ୍କୁ ପରିକ୍ରମଣ ସମ୍ପୂର୍ଣ୍ଣ କରିନାହିଁ ।  1930 ମସିହାରେ କ୍ଲାଇଡ୍ ଟମ୍ବାଓ ଲୋବେଲ୍ ...

ସମୟ ଗର୍ଭରୁ ଫେରିପାରେ ହିମ ଯୁଗର ବିଲୁପ୍ତ ଜୀବ 'ଉଲ୍ଲି ମାମଥ୍' [Scientists planning to clone Woolly Mammoth]

Image
[ଉଲ୍ଲି ମାମଥର କାଳ୍ପନିକ ଚିତ୍ର] ଆପଣ ଯଦି ଇଂରାଜୀ ଆନିମେସନ୍ ଫିଲ୍ମ 'ଆଇସ୍ ଏଜ୍' ଦେଖିଥିବେ, ତେବେ ଫିଲ୍ମର ମୁଖ୍ୟ ଚରିତ୍ରରେ ଥିବା ମ୍ୟାନଫ୍ରେଡ୍ ବା ମେନି ଚରିତ୍ରକୁ ନିଶ୍ଚୟ ଜାଣିଥିବେ । ତାହା ହେଉଛି ଏକ ଉଲ୍ଲି ମାମଥ୍ ବା ଲୋମଶ ବିଶାଳ ହସ୍ତୀ । ଏହାକୁ ବର୍ତ୍ତମାନର ହାତୀର ପୂର୍ବଜ କୁହାଯାଇପାରେ । ହଜାର ହଜାର ବର୍ଷ ତଳେ ହିମ ଯୁଗରେ ଏହି ଲୋମଶ ହାତୀମାନେ ପୃଥିବୀରେ ବିଚରଣ କରୁଥିଲେ । ସେମାନେ ପ୍ରଜାତି ଅନୁସାରେ ବର୍ତ୍ତମାନର ଏସୀୟ ହାତୀଙ୍କ ନିକଟତର, ଆକାରରେ ବର୍ତ୍ତମାନର ଆଫ୍ରିକୀୟ ହାତୀଙ୍କ ଭଳି ବିଶାଳ ଏବଂ ସେମାନଙ୍କ ଦେହସାରା ଲୋମ ଭର୍ତ୍ତି ଥିଲା । ସେମାନେ ଘନ ଲୋମ ଯୋଗୁଁ ହିମ ଯୁଗର ବାତାବରଣରେ ବଞ୍ଚିପାରୁଥିଲେ ଏବଂ ବଡ଼ ବଡ଼ ଦାନ୍ତରେ ବରଫ ଖୋଳୁଥିଲେ । ['ଆଇସ୍ ଏଜ୍' ଫିଲ୍ମର ଏକ ପୋଷ୍ଟର]  ହଜାର ହଜାର ବର୍ଷ ତଳେ ପୃଥିବୀ ପୃଷ୍ଠରେ ବିଚରଣ କରୁଥିବା ଏହି ଜୀବ ବିଲୁପ୍ତ ହୋଇଯାଇଛି । କିନ୍ତୁ ବୈଜ୍ଞାନିକମାନେ ଏହାକୁ ପୁଣି ଥରେ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ତେବେ ଏହା କିପରି ସମ୍ଭବ? ହଜାର ହଜାର ବର୍ଷ ତଳେ ବିଲୁପ୍ତ ହୋଇଯାଇଥିବା ଜୀବକୁ ପୁଣି ଜୀବିତ ଅବସ୍ଥାକୁ ଫେରାଇ ଆଣିବା ପାଇଁ ବୈଜ୍ଞାନିକ ମାନେ କେଉଁ  ଯୋଜନା କରୁଛନ୍ତି?  ପ୍ରକୃତରେ ବୈଜ୍ଞାନିକମାନେ ଚାହୁଁଛନ୍ତି କ୍ଲୋନିଂ ପଦ୍ଧତିରେ ବର୍ତ୍ତମାନର ଏସୀୟ ମାଈହାତୀଠାରୁ ଜୀବିତ ଉଲ୍ଲି ମାମଥ୍ ତିଆରି କରିବା ପାଇଁ । କ...