ଦେଖନ୍ତୁ ମଙ୍ଗଳରେ ସୂର୍ଯ୍ୟପରାଗ: ସୂର୍ଯ୍ୟ ଆଗ ଦେଇ ଫୋବୋସ୍ ଯିବାର ଦୃଶ୍ୟ [Solar eclipse on Mars]
ମଙ୍ଗଳ ଗ୍ରହର ଦୁଇଟି ପ୍ରାକୃତିକ ଉପଗ୍ରହ ମଧ୍ୟରୁ ବୃହତ୍ତମ ଉପଗ୍ରହ 'ଫୋବୋସ୍' ସୂର୍ଯ୍ୟ ଆଗ ଦେଇ ଗତି କରିବା ସମୟରେ ଏହି ଦୃଶ୍ୟକୁ ରେକର୍ଡ କରିଥିଲା ନାସା ଦ୍ୱାରା ମଙ୍ଗଳ ପୃଷ୍ଠକୁ ପଠାଯାଇଥିବା କ୍ୟୁରିଓସିଟି ଯାନ । ମଙ୍ଗଳ ଗ୍ରହ ଠାରୁ ଫୋବୋସର
ଦୂରତା 6000 କିଲୋମିଟର ଏବଂ ଏହାର ଆକାର ପୃଥିବୀର ଚନ୍ଦ୍ର ପରି ଗୋଲାକାର ନୁହେଁ । ଫୋବୋସ୍ ମଙ୍ଗଳ ଗ୍ରହକୁ 7 ଘଣ୍ଟା 39 ମିନିଟରେ ଥରେ ପ୍ରଦକ୍ଷିଣ କରିଥାଏ । ମଙ୍ଗଳର ଗୋଟିଏ ଦିନ ଭିତରେ ଫୋବୋସ୍ ଗ୍ରହକୁ ଦୁଇଥର ପ୍ରଦକ୍ଷିଣ କରେ । ଏହା ମଙ୍ଗଳ ଗ୍ରହରେ ପଶ୍ଚିମରେ ଉଦୟ ହୋଇ ପୂର୍ବ ଦିଗରେ ଅସ୍ତ ହୋଇଥାଏ । ମଙ୍ଗଳ ଗ୍ରହର ଅନ୍ୟ ଉପଗ୍ରହର ନାଁ 'ଡିମୋସ୍' ।
Comments
Post a Comment