Posts

Showing posts from July, 2017

ଜାଣନ୍ତି କି: ଆମେ ଗୀତ ଶୁଣିବା ବେଳେ ଗୋଡ଼ ହଲାଉ କାହିଁକି? [Why We Tap Our Feet to Music?]

Image
ଆପଣ ଅଧିକାଂଶ ସମୟରେ ଲକ୍ଷ୍ୟ କରିଥିବେ ଯେ କୌଣସି ପସନ୍ଦର ଗୀତ ଶୁଣୁଶୁଣୁ ଆମେ ଅଜାଣତରେ ଗୋଡ଼, ପାଦ, ମୁଣ୍ଡ, ହାତ କିମ୍ବା ହାତର ଆଙ୍ଗୁଠିକୁ ହଲାଇବାରେ ଲାଗିଥାଉ । କେବଳ ଆପଣ ନୁହେଁ, ଅଧିକାଂଶ ଅର୍ଥାତ୍ ପ୍ରାୟ ସମସ୍ତ ସାଧାରଣ ମଣିଷ ଗୀତ ଶୁଣିଲେ ସେହି ତାଳରେ ବା ଗୀତର ମ୍ୟୁଜିକ୍ ବିଟ୍ ରେ ଗୋଡ଼, ହାତ କିମ୍ବା ମୁଣ୍ଡ ହଲାଇଥାନ୍ତି । ସତ କହିବାକୁ ଗଲେ ଏଭଳି କରିବାକୁ ଆମକୁ ଭଲ ଲାଗେ ଏବଂ ବେଳେବେଳେ ଆମେ ଅଜାଣତରେ ଏଭଳି କରିବାରେ ଲାଗିଥାଉ । କିନ୍ତୁ ଏଭଳି କାହିଁକି ହୁଏ? ଏହାର କାରଣ କଣ? ଗବେଷଣାରୁ ଜଣାପଡ଼ିଛି ଏହା ଆମ ଶରୀରର ଏକ ପ୍ରକ୍ରିୟା  ଯୋଗୁଁ ହୋଇଥାଏ, ଯାହାକୁ ମୋଟୋର୍ ଥିଓରି ଅଫ୍ ପର୍ସେପସନ୍ କୁହାଯାଏ । ଶବ୍ଦକୁ ଗ୍ରହଣ କରିବା ପରେ ଏହା ମସ୍ତିଷ୍କର ଏକ ପ୍ରତିକ୍ରିୟାକୁ ବୁଝାଏ । ଶବ୍ଦ ଓ ଶରୀର ଚାଳନା ମଧ୍ୟରେ ଥିବା ଏହି ସମ୍ପର୍କ ଅନୁସାରେ, ଲୋକମାନେ ଯେତେବେଳେ କିଛି ଶୁଣନ୍ତି, ସେତେବେଳେ ତାହାକୁ ଭଲଭାବେ ବୁଝିବା ପାଇଁ ସେହି ଶବ୍ଦ ତିଆରି ପ୍ରକ୍ରିୟାରେ ନିଜକୁ ସାମିଲ କରାଇବା ଭଳି ଶରୀର ଚାଳନା କରନ୍ତି । ଅର୍ଥାତ୍ ଆମେ ଯେତେବେଳେ ଗୀତ ଶୁଣୁ, ଆମେ ସେହିଭଳି ଭାବେ ଗୋଡ଼ କିମ୍ବା ହାତ ହଲାଇବା ପସନ୍ଦ କରୁ, ସତେଯେପରି ଆମେ ସେହି ସଂଗୀତ ସୃଷ୍ଟିର ଏକ ଅଂଶ ବା ଆମେ ସେହି ମ୍ୟୁଜିକ ବଜାଇବାରେ ସାମିଲ ଅଛୁ । ଆଉ ଏକ ଗବେଷଣା କହେ, ସଂଗୀତର ତାଳ ବା ରିଦମ୍ ଭଳି ଆମ ଶରୀରର ମଧ୍ୟ ଏକ ଆଭ୍ୟନ୍ତରୀଣ ର...

ଗ୍ରହମାନଙ୍କ ନାମକରଣ ରହସ୍ୟ: କେଉଁ ଗ୍ରହକୁ ମିଳିଛି କେଉଁ ଦେବାଦେବୀଙ୍କ ନାଁ (ଫଟୋଚିତ୍ର ସହ) [How did the planets get their names?]

Image
ଆମ ସୌରଜଗତର ସମସ୍ତ 8ଟି ଯାକ ଗ୍ରହ ଓ ବାମନ ଗ୍ରହ ପ୍ଲୁଟୋ ରୋମାନ୍ ଏବଂ ଗ୍ରୀକ୍ ଦେବାଦେବୀଙ୍କ ଅନୁସାରେ ନାମିତ ହୋଇଛନ୍ତି  । ବୃହସ୍ପତି, ଶନି, ମଙ୍ଗଳ, ଶୁକ୍ର ଓ ବୁଧ ଗ୍ରହର ନାମକରଣ ଗ୍ରୀକ୍ ଓ ରୋମାନ୍ ଦେବାଦେବୀଙ୍କ ନାମ ଅନୁସାରେ ହଜାରେରୁ ଅଧିକ ବର୍ଷ ପୂର୍ବରୁ ହୋଇସାରିଥିଲା  । ଦୂରବୀକ୍ଷଣ ଯନ୍ତ୍ର ବା ଟେଲିସ୍କୋପ ଉଦ୍ଭାବନ ହେବା ପରେ ଅନ୍ୟ ଗ୍ରହ ଗୁଡ଼ିକ ଆବିଷ୍କାର ହେଲା । କିନ୍ତୁ ସେହି ଗ୍ରୀକ୍ ଓ ରୋମାନ୍ ଦେବାଦେବୀଙ୍କ ଅନୁସାରେ ଗ୍ରହମାନଙ୍କ ନାମକରଣ ଧାରା ଜାରି ରହିଲା । ଆମ ଗ୍ରହ ପୃଥିବୀର ନାମକରଣ 'ଆର୍ଥ୍' ଉଭୟ ଇଂରାଜୀ ଓ ଜର୍ମାନ୍ ଭାଷାରୁ ଆସିଛି, ଯାହାର ଅର୍ଥ ଭୂମି । ତେବେ ଆସନ୍ତୁ ଦେଖିବା ଅନ୍ୟ ଗ୍ରହମାନେ କେଉଁ ଦେବାଦେବୀଙ୍କ ଅନୁସାରେ ନାମିତ ହୋଇଛନ୍ତି । ବୁଧ (ମର୍କ୍ୟୁରି) ସୂର୍ଯ୍ୟଙ୍କୁ ଖୁବ୍ ଶୀଘ୍ର ପରିକ୍ରମଣ କରୁଥିବାରୁ ଏହାକୁ ରୋମାନ୍ ପୁରାଣର ଭ୍ରମଣ, ବାଣିଜ୍ୟ ବା ବାର୍ତ୍ତାବହ ଦେବତାଙ୍କ ଅନୁସାରେ ନାମିତ ହୋଇଛି ।  ଶୁକ୍ର (ଭେନସ୍) ସୌନ୍ଦର୍ଯ୍ୟ ଓ ପ୍ରେମର ରୋମାନ୍ ଦେବୀଙ୍କ ଅନୁସାରେ ନାମିତ ହୋଇଛି । ସୂର୍ଯ୍ୟ ଓ ଚନ୍ଦ୍ର ବ୍ୟତୀତ ଆକାଶରେ ଶୁକ୍ର ଉଜ୍ଜ୍ୱଳ ଦେଖାଯାଉଥିବାରୁ ଏଭଳି ନାମକରଣ ହୋଇଛି । ମଙ୍ଗଳ (ମାର୍ସ୍) ଯୁଦ୍ଧର ରୋମାନ୍ ଦେବତାଙ୍କ ଅନୁସାରେ ନାମିତ ହୋଇଛି । ଏହି ଗ୍ରହର ରଙ୍ଗ ନାଲି ହୋଇଥିବାରୁ ଏହାର ନାମକରଣ ଏଭଳି ହୋଇଥାଇପାରେ ।    ...

ଅତି ନିକଟରୁ ଦେଖନ୍ତୁ 'ପ୍ଲୁଟୋ' ଏବଂ 'ଚାରନ୍'କୁ: ଭିଡିଓ ଜାରି କଲା ନାସା [Video of Pluto and Charon]

Image
ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପଠାଇଥିବା 'ନିୟୁ ହରାଇଜନ୍' ମହାକାଶଯାନ 2015 ମସିହା ଜୁଲାଇ ମାସରେ ବାମନ ଗ୍ରହ ପ୍ଲୁଟୋ ପାଖ ଦେଇ ଗତି କରିଥିଲା ଏବଂ ସେହି ସମୟରେ 'ପ୍ଲୁଟୋ' ଏବଂ ଏହାର ବୃହତ୍ତମ ଉପଗ୍ରହ 'ଚାରନ୍'ର କେତେକ କ୍ଲୋଜ୍ ଅପ୍ ଫଟୋ ନେଇଥିଲା ନିୟୁ ହରାଇଜନ୍ । ପୂର୍ବରୁ ଏହି ଧରଣର କୌଣସି ପ୍ଲୁଟୋ ଅଭିଯାନ ହୋଇନଥିଲା । ନିୟୁ ହରାଇଜନ୍ ପଠାଇଥିବା ଫଟୋ ଗୁଡ଼ିକୁ ବିଶ୍ଳେଷଣ କରି ନାସା ପକ୍ଷରୁ ଉଭୟ ପ୍ଲୁଟୋ ଓ ଚାରନର 3-ଡି ଆନିମେସନ ଭିଡିଓ ପ୍ରସ୍ତୁତ କରାଯାଇଛି । ଚାରନର ଆକାର ପ୍ଲୁଟୋ ଆକାରର ଅଧା । ଏହି ଦୁଇଟି 3-ଡି ଆନିମେସନ୍ ଭିଡିଓରେ ବାମନ ଗ୍ରହ ପ୍ଲୁଟୋ ଏବଂ ତାହାର ବୃହତ୍ତମ ଉପଗ୍ରହ ଚାରନ୍ ପୃଷ୍ଠରେ ଥିବା ପାହାଡ଼, ଗର୍ତ୍ତ ଓ ଅନ୍ୟାନ୍ୟ ବୈଶିଷ୍ଟ୍ୟ ଗୁଡ଼ିକୁ ଯଥାସମ୍ଭବ ସ୍ପଷ୍ଟ ଭାବେ ଦର୍ଶାଇବାକୁ ଚେଷ୍ଟା କରାଯାଇଛି ।   [ପ୍ଲୁଟୋ ଏବଂ ଚାରନ୍] ପ୍ଲୁଟୋ ସମ୍ପର୍କିତ କେତେକ ରୋଚକ ତଥ୍ୟ: ଏହା ପୃଥିବୀ ବର୍ଷ ଅନୁସାରେ 246.04 ବର୍ଷରେ ଥରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରେ । ଅର୍ଥାତ୍ 246.04 ପୃଥିବୀ ବର୍ଷରେ ଗୋଟିଏ ପ୍ଲୁଟୋ ବର୍ଷ ହୁଏ । ପ୍ଲୁଟୋ 1930 ମସିହା ଫେବୃଆରୀ 18 ତାରିଖରେ ଆବିଷ୍କାର ହୋଇଥିଲା । ଆବିଷ୍କାର ହେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଥରେ ବି ସୂର୍ଯ୍ୟଙ୍କୁ ପରିକ୍ରମଣ ସମ୍ପୂର୍ଣ୍ଣ କରିନାହିଁ ।  1930 ମସିହାରେ କ୍ଲାଇଡ୍ ଟମ୍ବାଓ ଲୋବେଲ୍ ...

ସମୟ ଗର୍ଭରୁ ଫେରିପାରେ ହିମ ଯୁଗର ବିଲୁପ୍ତ ଜୀବ 'ଉଲ୍ଲି ମାମଥ୍' [Scientists planning to clone Woolly Mammoth]

Image
[ଉଲ୍ଲି ମାମଥର କାଳ୍ପନିକ ଚିତ୍ର] ଆପଣ ଯଦି ଇଂରାଜୀ ଆନିମେସନ୍ ଫିଲ୍ମ 'ଆଇସ୍ ଏଜ୍' ଦେଖିଥିବେ, ତେବେ ଫିଲ୍ମର ମୁଖ୍ୟ ଚରିତ୍ରରେ ଥିବା ମ୍ୟାନଫ୍ରେଡ୍ ବା ମେନି ଚରିତ୍ରକୁ ନିଶ୍ଚୟ ଜାଣିଥିବେ । ତାହା ହେଉଛି ଏକ ଉଲ୍ଲି ମାମଥ୍ ବା ଲୋମଶ ବିଶାଳ ହସ୍ତୀ । ଏହାକୁ ବର୍ତ୍ତମାନର ହାତୀର ପୂର୍ବଜ କୁହାଯାଇପାରେ । ହଜାର ହଜାର ବର୍ଷ ତଳେ ହିମ ଯୁଗରେ ଏହି ଲୋମଶ ହାତୀମାନେ ପୃଥିବୀରେ ବିଚରଣ କରୁଥିଲେ । ସେମାନେ ପ୍ରଜାତି ଅନୁସାରେ ବର୍ତ୍ତମାନର ଏସୀୟ ହାତୀଙ୍କ ନିକଟତର, ଆକାରରେ ବର୍ତ୍ତମାନର ଆଫ୍ରିକୀୟ ହାତୀଙ୍କ ଭଳି ବିଶାଳ ଏବଂ ସେମାନଙ୍କ ଦେହସାରା ଲୋମ ଭର୍ତ୍ତି ଥିଲା । ସେମାନେ ଘନ ଲୋମ ଯୋଗୁଁ ହିମ ଯୁଗର ବାତାବରଣରେ ବଞ୍ଚିପାରୁଥିଲେ ଏବଂ ବଡ଼ ବଡ଼ ଦାନ୍ତରେ ବରଫ ଖୋଳୁଥିଲେ । ['ଆଇସ୍ ଏଜ୍' ଫିଲ୍ମର ଏକ ପୋଷ୍ଟର]  ହଜାର ହଜାର ବର୍ଷ ତଳେ ପୃଥିବୀ ପୃଷ୍ଠରେ ବିଚରଣ କରୁଥିବା ଏହି ଜୀବ ବିଲୁପ୍ତ ହୋଇଯାଇଛି । କିନ୍ତୁ ବୈଜ୍ଞାନିକମାନେ ଏହାକୁ ପୁଣି ଥରେ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ତେବେ ଏହା କିପରି ସମ୍ଭବ? ହଜାର ହଜାର ବର୍ଷ ତଳେ ବିଲୁପ୍ତ ହୋଇଯାଇଥିବା ଜୀବକୁ ପୁଣି ଜୀବିତ ଅବସ୍ଥାକୁ ଫେରାଇ ଆଣିବା ପାଇଁ ବୈଜ୍ଞାନିକ ମାନେ କେଉଁ  ଯୋଜନା କରୁଛନ୍ତି?  ପ୍ରକୃତରେ ବୈଜ୍ଞାନିକମାନେ ଚାହୁଁଛନ୍ତି କ୍ଲୋନିଂ ପଦ୍ଧତିରେ ବର୍ତ୍ତମାନର ଏସୀୟ ମାଈହାତୀଠାରୁ ଜୀବିତ ଉଲ୍ଲି ମାମଥ୍ ତିଆରି କରିବା ପାଇଁ । କ...

ସୂର୍ଯ୍ୟ ପରାଗର ସର୍ବପୁରାତନ ଫଟୋ: କିଏ, କେବେ ଓ କେମିତି ନେଇଥିଲେ ଏହି ଫଟୋ? [First Photo of Solar Eclipse]

Image
(ସୂର୍ଯ୍ୟ ପରାଗର ସର୍ବପୁରାତନ ଫଟୋ ) ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଅନୁଯାୟୀ, 5000 ବର୍ଷ ତଳେ ହୋଇଥିବା ଏକ ସୂର୍ଯ୍ୟ ପରାଗର ଚିତ୍ର ଆୟରଲ୍ୟାଣ୍ଡରେ ପଥର ଖୋଦେଇ ଆକାରରେ ମିଳିଛି । ଏହାକୁ ସୂର୍ଯ୍ୟପରାଗ ସମ୍ପର୍କିତ ସର୍ବପୁରାତନ ଚିତ୍ର ବୋଲି କୁହାଯାଇପାରେ । ଏଥିରେ ସୂର୍ଯ୍ୟ, ଚନ୍ଦ୍ର ଓ ଦିଗବଳୟ ଏକ ରେଖାରେ ରହିଥିବା ଦେଖିବାକୁ ମିଳେ । ନାସା ସୂଚନା ଅନୁସାରେ, ଏହି ସୂର୍ଯ୍ୟ ପରାଗ ଖ୍ରୀଷ୍ଟପୂର୍ବ 3340 ନଭେମ୍ବର 30ରେ ହୋଇଥିଲା । ତେବେ ଏ'ତ ଗଲା ଚିତ୍ର ବା ପଥର ଖୋଦେଇ କଥା । କିନ୍ତୁ ସୂର୍ଯ୍ୟ ପରାଗର ପ୍ରଥମ ଫଟୋ ଜୁଲାଇ 28, 1851ରେ ଉଠାଯାଇଥିବା ଅନୁମାନ କରାଯାଉଛି । ଏହାକୁ ତତ୍କାଳୀନ ରୋମାନ ସାମ୍ରାଜ୍ୟ କିମ୍ବା ବର୍ତ୍ତମାନର ଋଷ ସ୍ଥିତ କାଲିନିଙ୍ଗାର୍ଡରେ ନିଆଯାଇଥିଲା । ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗର ଏହି ଫଟୋ ନେଇଥିଲେ ଜୋହାନ ଜୁଲିୟସ୍ ଫ୍ରେଡ୍ରିକ୍ ବର୍କାୱସ୍କି । ସେ ଏହାକୁ ଏକ କ୍ଷୁଦ୍ର ରିଫ୍ରାକ୍ଟିଂ ଟେଲିସ୍କୋପ ସାହାଯ୍ୟରେ ଉଠାଇଥିଲେ । ଆହୁରି ପଢ଼ନ୍ତୁ: ନେମେସିସ୍, ସୂର୍ଯ୍ୟର ଦାନବ ଯମଜ ଓ ଡାଇନୋସରଙ୍କ ବଂଶ ନାଶକ