ସୂର୍ଯ୍ୟ ପରାଗର ସର୍ବପୁରାତନ ଫଟୋ: କିଏ, କେବେ ଓ କେମିତି ନେଇଥିଲେ ଏହି ଫଟୋ? [First Photo of Solar Eclipse]
(ସୂର୍ଯ୍ୟ ପରାଗର ସର୍ବପୁରାତନ ଫଟୋ ) |
ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଅନୁଯାୟୀ, 5000 ବର୍ଷ ତଳେ ହୋଇଥିବା ଏକ ସୂର୍ଯ୍ୟ ପରାଗର ଚିତ୍ର ଆୟରଲ୍ୟାଣ୍ଡରେ ପଥର ଖୋଦେଇ ଆକାରରେ ମିଳିଛି । ଏହାକୁ ସୂର୍ଯ୍ୟପରାଗ ସମ୍ପର୍କିତ ସର୍ବପୁରାତନ ଚିତ୍ର ବୋଲି କୁହାଯାଇପାରେ । ଏଥିରେ ସୂର୍ଯ୍ୟ, ଚନ୍ଦ୍ର ଓ ଦିଗବଳୟ ଏକ ରେଖାରେ ରହିଥିବା ଦେଖିବାକୁ ମିଳେ । ନାସା ସୂଚନା ଅନୁସାରେ, ଏହି ସୂର୍ଯ୍ୟ ପରାଗ ଖ୍ରୀଷ୍ଟପୂର୍ବ 3340 ନଭେମ୍ବର 30ରେ ହୋଇଥିଲା ।
ତେବେ ଏ'ତ ଗଲା ଚିତ୍ର ବା ପଥର ଖୋଦେଇ କଥା । କିନ୍ତୁ ସୂର୍ଯ୍ୟ ପରାଗର ପ୍ରଥମ ଫଟୋ ଜୁଲାଇ 28, 1851ରେ ଉଠାଯାଇଥିବା ଅନୁମାନ କରାଯାଉଛି । ଏହାକୁ ତତ୍କାଳୀନ ରୋମାନ ସାମ୍ରାଜ୍ୟ କିମ୍ବା ବର୍ତ୍ତମାନର ଋଷ ସ୍ଥିତ କାଲିନିଙ୍ଗାର୍ଡରେ ନିଆଯାଇଥିଲା । ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗର ଏହି ଫଟୋ ନେଇଥିଲେ ଜୋହାନ ଜୁଲିୟସ୍ ଫ୍ରେଡ୍ରିକ୍ ବର୍କାୱସ୍କି । ସେ ଏହାକୁ ଏକ କ୍ଷୁଦ୍ର ରିଫ୍ରାକ୍ଟିଂ ଟେଲିସ୍କୋପ ସାହାଯ୍ୟରେ ଉଠାଇଥିଲେ ।
Comments
Post a Comment