ନେମେସିସ୍: ସୂର୍ଯ୍ୟର ଦାନବ ଯମଜ ଓ ଡାଇନୋସରଙ୍କ ବଂଶ ନାଶକ [Sun's Evil Twin Nemesis]
ପ୍ରାୟ 450 କୋଟି ବର୍ଷ ପୂର୍ବରୁ ସୌରମଣ୍ଡଳର ଏକମାତ୍ର ନକ୍ଷତ୍ର ସୂର୍ଯ୍ୟ ଜନ୍ମ ହେବା ବେଳକୁ ତାହାର ଏକ ଜମଜ ଭ୍ରାତା ଥିବା ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି, ଯାହାର ନାଁ 'ନେମେସିସ୍' ରଖାଯାଇଛି । ଗବେଷଣାରୁ ଜଣାପଡ଼ିଛି ଯେ, ସୂର୍ଯ୍ୟ ଭଳି ନକ୍ଷତ୍ରଗୁଡ଼ିକ ଅଧିକାଂଶ କ୍ଷେତ୍ରରେ ଜମଜ ନକ୍ଷତ୍ର ସହ ସୃଷ୍ଟି ହୋଇଥାନ୍ତି । ଏହି ନକ୍ଷତ୍ର ନେମେସିସ୍ ହିଁ ଡାଇନୋସରମାନଙ୍କ ବଂଶ ନିପାତ ପାଇଁ ଦାୟୀ ବୋଲି ଅନୁମାନ କରାଯାଉଛି । ନେମେସିସର ମହାକର୍ଷଣ ବଳ ଯୋଗୁଁ ସୌରମଣ୍ଡଳ ବାହାରୁ ଏକ କିମ୍ବା ଏକାଧିକ ଗ୍ରହାଣୁ ଆକର୍ଷିତ ହୋଇ ପୃଥିବୀ ସହ ଧକ୍କା ହେବା ଫଳରେ ପୃଥିବୀ ପୃଷ୍ଠରୁ ଡାଇନୋସର ନିପାତ ହୋଇଯାଇଥିଲା ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଯେ, ପ୍ରାୟ 650 ଲକ୍ଷ ବର୍ଷ ପୂର୍ବରୁ ପୃଥିବୀ ପୃଷ୍ଠରୁ ଡାଇନୋସରଙ୍କ ବଂଶ ନିପାତ ହୋଇଥିଲା ଏବଂ ତାହାର ପ୍ରକୃତ କାରଣ ଆଜି ବି ଅଜଣା । [ନେମେସିସର କାଳ୍ପନିକ କକ୍ଷପଥ] ବିଗତ 2500 ଲକ୍ଷ ବର୍ଷ ପୂର୍ବର ଇତିହାସ ସମ୍ପର୍କରେ ଗବେଷଣାରୁ ଜଣା ପଡ଼ିଛି ଯେ, 12 ଥର ଏଭଳି କିଛି ଅଘଟଣ ଘଟିଛି, ଯାହାଦ୍ୱାରା ପୃଥିବୀ ପୃଷ୍ଠରୁ ସମ୍ପୂର୍ଣ୍ଣ ଜୀବସତ୍ତା ଲୋପ ପାଇଛି । ଅର୍ଥାତ ପ୍ରତି 260 ଲକ୍ଷ ବର୍ଷରେ ପୃଥିବୀରେ ଜୀବସତ୍ତା ଧ୍ୱଂସ ହୋଇଛି । ଏହା ପଛରେ ଏକ ବାହ୍ୟ ମହାଜାଗତିକ ବସ୍ତୁର ଭୂମିକା ରହିଛି ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ତାହା କଣ ବୋଲି କେହି ଜାଣିପାରୁନଥିଲେ ...