ନେମେସିସ୍: ସୂର୍ଯ୍ୟର ଦାନବ ଯମଜ ଓ ଡାଇନୋସରଙ୍କ ବଂଶ ନାଶକ [Sun's Evil Twin Nemesis]
ପ୍ରାୟ 450 କୋଟି ବର୍ଷ ପୂର୍ବରୁ ସୌରମଣ୍ଡଳର ଏକମାତ୍ର ନକ୍ଷତ୍ର ସୂର୍ଯ୍ୟ ଜନ୍ମ ହେବା ବେଳକୁ ତାହାର ଏକ ଜମଜ ଭ୍ରାତା ଥିବା ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି, ଯାହାର ନାଁ 'ନେମେସିସ୍' ରଖାଯାଇଛି । ଗବେଷଣାରୁ ଜଣାପଡ଼ିଛି ଯେ, ସୂର୍ଯ୍ୟ ଭଳି ନକ୍ଷତ୍ରଗୁଡ଼ିକ ଅଧିକାଂଶ କ୍ଷେତ୍ରରେ ଜମଜ ନକ୍ଷତ୍ର ସହ ସୃଷ୍ଟି ହୋଇଥାନ୍ତି ।
ଆହୁରି ପଢ଼ନ୍ତୁ: ନୀଳତିମି ବଡ଼ ଯେ,କେତେ ବଡ଼?
ଏହି ନକ୍ଷତ୍ର ନେମେସିସ୍ ହିଁ ଡାଇନୋସରମାନଙ୍କ ବଂଶ ନିପାତ ପାଇଁ ଦାୟୀ ବୋଲି ଅନୁମାନ କରାଯାଉଛି । ନେମେସିସର ମହାକର୍ଷଣ ବଳ ଯୋଗୁଁ ସୌରମଣ୍ଡଳ ବାହାରୁ ଏକ କିମ୍ବା ଏକାଧିକ ଗ୍ରହାଣୁ ଆକର୍ଷିତ ହୋଇ ପୃଥିବୀ ସହ ଧକ୍କା ହେବା ଫଳରେ ପୃଥିବୀ ପୃଷ୍ଠରୁ ଡାଇନୋସର ନିପାତ ହୋଇଯାଇଥିଲା ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଯେ, ପ୍ରାୟ 650 ଲକ୍ଷ ବର୍ଷ ପୂର୍ବରୁ ପୃଥିବୀ ପୃଷ୍ଠରୁ ଡାଇନୋସରଙ୍କ ବଂଶ
ନିପାତ ହୋଇଥିଲା ଏବଂ ତାହାର ପ୍ରକୃତ କାରଣ ଆଜି ବି ଅଜଣା ।
ବିଗତ 2500 ଲକ୍ଷ ବର୍ଷ ପୂର୍ବର ଇତିହାସ ସମ୍ପର୍କରେ ଗବେଷଣାରୁ ଜଣା ପଡ଼ିଛି ଯେ, 12 ଥର ଏଭଳି କିଛି ଅଘଟଣ ଘଟିଛି, ଯାହାଦ୍ୱାରା ପୃଥିବୀ ପୃଷ୍ଠରୁ ସମ୍ପୂର୍ଣ୍ଣ ଜୀବସତ୍ତା ଲୋପ ପାଇଛି । ଅର୍ଥାତ ପ୍ରତି 260 ଲକ୍ଷ ବର୍ଷରେ ପୃଥିବୀରେ ଜୀବସତ୍ତା ଧ୍ୱଂସ ହୋଇଛି । ଏହା ପଛରେ ଏକ ବାହ୍ୟ ମହାଜାଗତିକ ବସ୍ତୁର ଭୂମିକା ରହିଛି ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ତାହା କଣ ବୋଲି କେହି ଜାଣିପାରୁନଥିଲେ । କିନ୍ତୁ ଏବେ ଏହା ପଛରେ ନେମେସିସର ହାତ ଥିବା ଅନୁମାନ କରାଯାଉଛି । ଅନୁମାନ କରାଯାଉଛି ଯେ, ପ୍ରତି 260 ଲକ୍ଷ ବର୍ଷରେ ନେମେସିସ୍ ସୂର୍ଯ୍ୟର ନିକଟତର ହୋଇଥାଏ ଏବଂ ସେହି ସମୟରେ ତାହାକୁ ଏକ ଗ୍ରହାଣୁ ପୁଞ୍ଜ ପଟି ଭିତର ଦେଇ ଗତି କରିବାକୁ ପଡ଼େ । ତେଣୁ ନେମେସିସର ମହାକର୍ଷଣ ଶକ୍ତି ସେହି ଗ୍ରହାଣୁ ପୁଞ୍ଜରୁ କିଛି ଗ୍ରହାଣୁକୁ କକ୍ଷଚ୍ୟୁତ କରି ସୌରମଣ୍ଡଳ ଆଡ଼କୁ ନିକ୍ଷେପ କରୁଥିବା ଅନୁମାନ କରାଯାଉଛି ।
ଯଦି ଏହି ପରିକଳ୍ପନା ସତ ହୁଏ, ଆଗାମୀ 250 ଲକ୍ଷ ବର୍ଷ ପରେ ପୁଣି ଏକ ବିରାଟ ଧ୍ୱଂସ ଲୀଳା ପୃଥିବୀ ପୃଷ୍ଠରେ ହେବ ଏବଂ ସମସ୍ତ ଜୀବଜଗତ ଲୋପ ପାଇଯିବ । ବର୍ତ୍ତମାନ ସୂର୍ଯ୍ୟ ଠାରୁ ନେପଚୁନ ମଧ୍ୟରେ ଦୂରତାର 17 ଗୁଣ ଦୂରରେ ନେମେସିସ୍ ରହିଛି ଏବଂ ଏଭଳି ମଧ୍ୟ ସମ୍ଭବ ହୋଇପାରେ ଯେ, ରାତି ଆକାଶରେ ତାହା ଆମକୁ ଅନ୍ୟ ତାରା ଭଳି ଗୋଟିଏ ସାଧାରଣ ତାରା ଭଳି ଦେଖା ଯାଉଥାଇପାରେ ।
ନିପାତ ହୋଇଥିଲା ଏବଂ ତାହାର ପ୍ରକୃତ କାରଣ ଆଜି ବି ଅଜଣା ।
[ନେମେସିସର କାଳ୍ପନିକ କକ୍ଷପଥ] |
ଯଦି ଏହି ପରିକଳ୍ପନା ସତ ହୁଏ, ଆଗାମୀ 250 ଲକ୍ଷ ବର୍ଷ ପରେ ପୁଣି ଏକ ବିରାଟ ଧ୍ୱଂସ ଲୀଳା ପୃଥିବୀ ପୃଷ୍ଠରେ ହେବ ଏବଂ ସମସ୍ତ ଜୀବଜଗତ ଲୋପ ପାଇଯିବ । ବର୍ତ୍ତମାନ ସୂର୍ଯ୍ୟ ଠାରୁ ନେପଚୁନ ମଧ୍ୟରେ ଦୂରତାର 17 ଗୁଣ ଦୂରରେ ନେମେସିସ୍ ରହିଛି ଏବଂ ଏଭଳି ମଧ୍ୟ ସମ୍ଭବ ହୋଇପାରେ ଯେ, ରାତି ଆକାଶରେ ତାହା ଆମକୁ ଅନ୍ୟ ତାରା ଭଳି ଗୋଟିଏ ସାଧାରଣ ତାରା ଭଳି ଦେଖା ଯାଉଥାଇପାରେ ।
ଆହୁରି ପଢ଼ନ୍ତୁ: ନୀଳତିମି ବଡ଼ ଯେ,କେତେ ବଡ଼?
Comments
Post a Comment