ମହାକାଶକୁ ଯିବ କୃତ୍ରିମ ଉପଗ୍ରହ 'କଲାମ୍-ସାଟ୍': ନାସା ଚିହ୍ନିଲା ଭାରତୀୟ ଛାତ୍ରଙ୍କ ବିଜ୍ଞାନ ପ୍ରତିଭା [NASA to launch KalamSat made by Indian student]
କଲାମ୍-ସାଟ୍ ବିଶ୍ୱର ସବୁଠାରୁ କ୍ଷୁଦ୍ର ଓ ହାଲୁକା ଉପଗ୍ରହ । ରିନଫୋର୍ସଡ୍ କାର୍ବନ ଫାଇବର୍ ପଲିମରରେ 3-ଡି ପ୍ରିଣ୍ଟିଂ ପଦ୍ଧତିରେ ନିର୍ମିତ ଏହି ସାଟେଲାଇଟର ଓଜନ ମାତ୍ର 64 ଗ୍ରାମ ଏବଂ ଏହା 3.8 ସେଣ୍ଟିମିଟର ଆକାରର କ୍ୟୁବ୍ ମଧ୍ୟରେ ରହିପାରେ । ମାଇକ୍ରୋ ଗ୍ରାଭିଟି ବା କ୍ଷୀଣ ମାଧ୍ୟାକର୍ଷଣରେ 3-ଡି ପ୍ରିଣ୍ଟ ହୋଇଥିବା କାର୍ବନ ଫାଇବର୍ କିଭଳି କାର୍ଯ୍ୟ କରେ, ତାହା ଜାଣିବା ପାଇଁ ଏହି କୃତ୍ରିମ ଉପଗ୍ରହ ମହାକାଶରେ ମାତ୍ର 12 ମିନିଟ ପାଇଁ କାର୍ଯ୍ୟ କରିବ । ତେବେ ସ୍ୱଳ୍ପ ସମଯ ପାଇଁ କାର୍ଯ୍ୟ କଲେ ମଧ୍ୟ ମହାକାଶ ବିଜ୍ଞାନରେ ଏହା ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାର ସମ୍ଭବନା ରହିଛି ଏବଂ ନିଃସନ୍ଦେହରେ କୁହାଯାଇପାରେ, ଭାରତ ପାଇଁ ଏହା ଏକ ଗର୍ବର ବିଷୟ ।
Comments
Post a Comment