ଆସନ୍ତା ବର୍ଷକୁ ସୌର ଅଭିଯାନ: ଜାଣନ୍ତୁ ସୂର୍ଯ୍ୟକୁ ହାତମୁଠାରେ ପାଇବାକୁ କ'ଣ ରହିଛି ଯୋଜନା [Mission to sun in 2018]
ଏହି ସୌର ଅଭିଯାନ ଓ ପାର୍କର୍ ସୋଲାର୍ ପ୍ରୋବ୍ ସମ୍ପର୍କିତ କିଛି ତଥ୍ୟ:
- ଜୁଲାଇ 31, 2018ରେ ଏହି ମହାକାଶଯାନ ଉତକ୍ଷେପଣ ହେବ
- ଲଞ୍ଚ୍ ୱିଣ୍ଡୋ ରହିଛି ଜୁଲାଇ 31- ଅଗଷ୍ଟ 19, 2018
- ଆମେରିକାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେଶ୍ ସେଣ୍ଟରରୁ ଉତକ୍ଷେପଣ ହେବ
- ଡେଲଟା IV ହେଭି ରକେଟ୍ ସାହାଯ୍ୟରେ ଏହାକୁ ଉତକ୍ଷେପଣ କରାଯିବ
- ସିଧାସଳଖ ସୌରମଣ୍ଡଳ ବା କୋରୋନା ମଧ୍ୟକୁ ପ୍ରବେଶ କରିବ
- 7 ବର୍ଷ ମଧ୍ୟରେ ସୂର୍ଯ୍ୟ ନିକଟ ଦେଇ 7ଥର ଗତି କରିବ
- ନଭେମ୍ବର 1, 2018ରେ ପ୍ରଥମ ଥର ପାଇଁ ସୂର୍ଯ୍ୟର ନିକଟବର୍ତ୍ତୀ ହେବ
- ଡିସେମ୍ବର 19, 2024ରେ ସୂର୍ଯ୍ୟର ଅତି ନିକଟତର (63ଲକ୍ଷ କିଲୋମିଟର ଦୂରତା) ହୋଇ ଗତି କରିବ
- 1377 ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରା ଦେଇ ଏହା ଗତି କରିବ
- ପାର୍କର୍ ସୋଲାର୍ ପ୍ରୋବ୍ 11.5 ସେମି ମୋଟେଇର କାର୍ବନ-କମ୍ପୋଜିଟରେ ଢାଙ୍କି ହୋଇ ରହିଛି
- ଏହା 1400 ଡିଗ୍ରୀ ସେଲସିୟସ ତାପମାତ୍ରା ସହ୍ୟ କରିପାରିବ
- ଫଳରେ ଏହା ଭିତରେ ଥିବା ଯନ୍ତ୍ର ଗୁଡ଼ିକର ତାପମାତ୍ରା ସାଧାରଣ ରହିବ
- ଏହା ଘଣ୍ଟା ପ୍ରତି ପ୍ରାୟ 7ଲକ୍ଷ କିଲୋମିଟର ବେଗରେ ଗତି କରିବ
- ଏହାର ଲମ୍ବ 3 ମିଟର ଏବଂ ଓଜନ 685 କିଲୋଗ୍ରାମ
ଆହୁରି ପଢ଼ନ୍ତୁ: ଆଲୋକ ବର୍ଷ: ସମୟ ନୁହେଁ, ଦୂରତା
Comments
Post a Comment