Posts

Showing posts from April, 2017

ଦେଖନ୍ତୁ ବୃହସ୍ପତିର ବିରଳ ଦୃଶ୍ୟ [Rare View of Jupiter]

Image
ସୌରଜଗତର ବୃହତ୍ତମ ଗ୍ରହ ବୃହସ୍ପତି [ଫଟୋ ସୌଜନ୍ୟ: ନାସା] 1979 ମସିହାରେ ଭୋୟେଜର୍-1 ମହାକାଶଯାନ ବୃହସ୍ପତିର ଏହି ଦୃଶ୍ୟ ରେକର୍ଡ କରିଥିଲା । 28 ଦିନ ଧରି ପ୍ରତିଦିନ ସମାନ ସମୟରେ (ବୃହସ୍ପତିର ସମୟ ଓ ଦିନ ଅନୁସାରେ) ଉଠାଯାଇଥିବା ଫଟୋଗୁଡ଼ିକୁ ଯୋଡ଼ି ଏହି ଦୃଶ୍ୟଟି ପ୍ରସ୍ତୁତ କରାଯାଇଛି । ଏଥିରେ ମଝିରେ ମଝିରେ ଦେଖାଯାଉଥିବା ଧଳା ବିନ୍ଦୁ ଗୁଡ଼ିକ ବୃହସ୍ପତିର ଉପଗ୍ରହ ଏବଂ କଳା ବିନ୍ଦୁ ଗୁଡ଼ିକ ସୂର୍ଯ୍ୟାଲୋକ ଦ୍ୱାରା ସୃଷ୍ଟି ହେଉଥିବା ଉପଗ୍ରହ ଗୁଡ଼ିକର ଛାଇ । ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି, ବୃହସ୍ପତିର କିଛି ବାଦଲ ପଟି ବା କ୍ଲାଉଡ ବେଲ୍ଟ ବାମରୁ ଦକ୍ଷିଣକୁ, ଆଉ କିଛି ଦକ୍ଷିଣରୁ ବାମକୁ ଯାଉଛି ଏବଂ ଗ୍ରେଟ୍ ରେଡ୍ ସ୍ପଟ୍ ନିଜ ସ୍ଥାନରେ ସ୍ଥିର ରହିଛି । ଆହୁରି ପଢ଼ନ୍ତୁ : ଟାଇଟନ୍: ବାଲୁକା ଶିଳ୍ପୀଙ୍କ ପାଇଁ ସ୍ୱର୍ଗସମାନ, କାହିଁକି ଜାଣନ୍ତୁ?

ଖୁସି ଖବର: ମିଳିଲା ପ୍ଲାଷ୍ଟିକ ଖାଉଥିବା କବକର ସନ୍ଧାନ [Plastic-eating fungus discovered]

Image
Aspergillus Tubingensis Fungus ପରିବେଶ ସୁରକ୍ଷା ଦିଗରେ ମନୁଷ୍ୟକୃତ ସମସ୍ୟା ଗୁଡ଼ିକ ମଧ୍ୟରୁ ସବୁଠାରୁ ବଡ଼ ସମସ୍ୟାଟି ହେଲା ପ୍ଲାଷ୍ଟିକ ଆବର୍ଜନା ଜନିତ ପ୍ରଦୁଷଣ । ପ୍ଲାଷ୍ଟିକ ସାମଗ୍ରୀ, ପ୍ଲାଷ୍ଟିକ ବୋତଲ ଓ ପଲିଥିନ ବ୍ୟାଗ ଯୋଗୁଁ ମାଟି ଓ ପାଣି ପ୍ରଦୁଷିତ ହୋଇଥାଏ । ପ୍ଲାଷ୍ଟିକ ସାମଗ୍ରୀ ଜୈବିକ-ଅବକ୍ଷୟ ହୋଇ ମାଟିରେ ମିଶିବା ପାଇଁ ବହୁ ବର୍ଷ ଲାଗେ । ଖବରକାଗଜ ମାଟିରେ ମିଶିବା ପାଇଁ 6 ସପ୍ତାହ ସମୟ ଲାଗୁଥିବା ବେଳେ ପ୍ଲାଷ୍ଟିକ ବ୍ୟାଗ ମାଟିରେ ମିଶିବା ପାଇଁ 20 ବର୍ଷ ଓ ପ୍ଲାଷ୍ଟିକ ବୋତଲ ପ୍ରାୟ 450 ବର୍ଷ ସମୟ ନେଇଥାଏ । ତେବେ ଏ ଦିଗରେ ଖୁସି ଖବର । ନିକଟରେ ପ୍ରକାଶିତ ଏକ ବିଜ୍ଞାନ ଗବେଷଣା ସନ୍ଦର୍ଭ ଅନୁଯାୟୀ, ପ୍ଲାଷ୍ଟିକକୁ ଅବକ୍ଷୟ କରିପାରୁଥିବା ଏକ କବକର ଗୁଣ ବା କ୍ଷମତା ସମ୍ପର୍କରେ ସନ୍ଧାନ ମିଳିଛି । ପ୍ଲାଷ୍ଟିକ ସାମଗ୍ରୀ ତିଆରି ପାଇଁ ବହୁଳ ଭାବେ ବ୍ୟବହୃତ ମୁଖ୍ୟ ସିନ୍ଥେଟିକ ପଲିମର୍ 'ପଲିୟୁରିଥେନ'କୁ ଅବକ୍ଷୟ କରି ମାଟିରେ ମିଶାଉଥିବା ଏହି କବକର କ୍ଷମତା ଚୀନର ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି । କବକର ନାଁ ଆସ୍ପେରଗିଲସ୍ ଟ୍ୟୁବିଞ୍ଜେନ୍ସିସ୍ (Aspergillus tubingensis) । ଏହି କବକ ପଲିୟୁରିଥେନ ଉପରେ ବଢ଼ିପାରେ ଏବଂ ନିଜ ଇଂଜାଇମ୍ ଦ୍ୱାରା ପଲିମର ଅଣୁକୁ ଭାଙ୍ଗି ପ୍ଲାଷ୍ଟିକର ଅବକ୍ଷୟରେ ସହାୟକ ହୁଏ । ଏହା ନିଜର ବଳ ପ୍ରୟୋଗ କରି ପଲିମରକୁ ଖଣ୍ଡଖଣ୍ଡ କରିପାରୁଥିବା ମଧ୍ୟ ବ...

ଟାଇଟନ୍: ବାଲୁକା ଶିଳ୍ପୀଙ୍କ ପାଇଁ ସ୍ୱର୍ଗସମାନ, କାହିଁକି ଜାଣନ୍ତୁ? [Titan has electric sand]

Image
ବାଲୁକା ଶିଳ୍ପୀମାନେ ନିଜ କଳା ଓ ସୃଜନଶୀଳତାକୁ ଉପଯୋଗ କରି ବାଲିରେ ବିଭିନ୍ନ ପ୍ରକାର ବାଲୁକା କଳା ଓ ବାଲୁକା ସ୍ତୁପ ନିର୍ମାଣ କରିଥାନ୍ତି । କିନ୍ତୁ ଏଥିରେ ଗୋଟିଏ ସମସ୍ୟା ହେଉଛି, ବାଲୁକା କଳା ଗୁଡ଼ିକ ଦୀର୍ଘ ସ୍ଥାୟୀ ନୁହେଁ । ଯଦିଓ ସେମାନେ ଓଦା ବାଲିରେ ବାଲୁକା ସ୍ତୁପ ନିର୍ମାଣ କରିଥାନ୍ତି, କିନ୍ତୁ ବାଲି ଶୁଖିଯିବା ପରେ ବାଲୁକା କଳାଟି ଭାଙ୍ଗିବାରେ ଲାଗେ । କିନ୍ତୁ ଯଦି ଏଭଳି ବାଲି ଥାଆନ୍ତା ଯେ, ବାଲି କଣିକା ଗୁଡ଼ିକ ଅଠା ଲାଗିଲା ଭଳି ପରସ୍ପର ସହ ମାସମାସ ପର୍ଯ୍ୟନ୍ତ ଲାଗି ରହନ୍ତେ, ତେବେ କେତେ ବଢ଼ିଆ ହୋଇଥାନ୍ତା ନା? ଆମ ରାଜ୍ୟର ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କିମ୍ବା ମାନସ ସାହୁଙ୍କୁ ପଚାରିଲେ, ସେମାନେ ନିଶ୍ଚୟ କହିବେ ଆମକୁ ଶୀଘ୍ର ସେଭଳି ବାଲି କେଉଁଠି ଅଛି କୁହ । କିନ୍ତୁ ସେଭଳି ବାଲିର ଠିକଣା ଆମ ପୃଥିବୀ ନୁହେଁ, ବରଂ ଶନିର ଉପଗ୍ରହ ଟାଇଟନ୍ । ଶନି ଓ ତାହାର ବୃହତ୍ତମ ଉପଗ୍ରହ ଟାଇଟନ୍ ଆମ ସୌରଜଗତର ପଞ୍ଚମ ଗ୍ରହ ଶନି ଚାରିପଟେ ବୁଲୁଥିବା ଉପଗ୍ରହ ଗୁଡ଼ିକ ମଧ୍ୟରୁ ସବୁଠାରୁ ବଡ଼ ଉପଗ୍ରହ ହେଉଛି ଟାଇଟନ୍ । ଏହି ଟାଇଟନର ବାଲି କଣିକା ଗୁଡ଼ିକରେ ବୈଦ୍ୟୁତିକ ଚାର୍ଜ ରହିଥିବା ଗବେଷକମାନେ ଜାଣିବାକୁ ପାଇଛନ୍ତି । ଟାଇଟନରେ ପବନ ପୂର୍ବ ଦିଗରୁ ପଶ୍ଚିମକୁ ବହେ । କିନ୍ତୁ ଏହାର କେତେକ ସୁଉଚ୍ଚ ବାଲି ପାହାଡ଼ ବା ବାଲିକୁଦ ଗୁଡ଼ିକ (sand dunes) ବିପରୀତ ଦିଗରେ ଅର୍ଥାତ୍ ପଶ୍ଚିମରୁ ପୂ...