ଦେଖନ୍ତୁ ବୃହସ୍ପତିର ବିରଳ ଦୃଶ୍ୟ [Rare View of Jupiter]

Rare view of Jupiter in Space captured by Voyager-1
ସୌରଜଗତର ବୃହତ୍ତମ ଗ୍ରହ ବୃହସ୍ପତି [ଫଟୋ ସୌଜନ୍ୟ: ନାସା]

1979 ମସିହାରେ ଭୋୟେଜର୍-1 ମହାକାଶଯାନ ବୃହସ୍ପତିର ଏହି ଦୃଶ୍ୟ ରେକର୍ଡ କରିଥିଲା । 28 ଦିନ ଧରି ପ୍ରତିଦିନ ସମାନ ସମୟରେ (ବୃହସ୍ପତିର ସମୟ ଓ ଦିନ ଅନୁସାରେ) ଉଠାଯାଇଥିବା ଫଟୋଗୁଡ଼ିକୁ ଯୋଡ଼ି ଏହି ଦୃଶ୍ୟଟି ପ୍ରସ୍ତୁତ କରାଯାଇଛି । ଏଥିରେ ମଝିରେ ମଝିରେ ଦେଖାଯାଉଥିବା ଧଳା ବିନ୍ଦୁ ଗୁଡ଼ିକ ବୃହସ୍ପତିର ଉପଗ୍ରହ ଏବଂ କଳା ବିନ୍ଦୁ ଗୁଡ଼ିକ ସୂର୍ଯ୍ୟାଲୋକ ଦ୍ୱାରା ସୃଷ୍ଟି ହେଉଥିବା ଉପଗ୍ରହ ଗୁଡ଼ିକର ଛାଇ । ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି, ବୃହସ୍ପତିର କିଛି ବାଦଲ ପଟି ବା କ୍ଲାଉଡ ବେଲ୍ଟ ବାମରୁ ଦକ୍ଷିଣକୁ, ଆଉ କିଛି ଦକ୍ଷିଣରୁ ବାମକୁ ଯାଉଛି ଏବଂ ଗ୍ରେଟ୍ ରେଡ୍ ସ୍ପଟ୍ ନିଜ ସ୍ଥାନରେ ସ୍ଥିର ରହିଛି ।




Comments

Popular posts from this blog

ଜିନ୍ ଏଡିଟିଂର କମାଲ୍: ମଣିଷ ଦେହରେ ଲାଗିବ ଘୁଷୁରିର ଅଙ୍ଗପ୍ରତ୍ୟଙ୍ଗ [Pig organs for human transplants]

ଗ୍ରହମାନଙ୍କ ନାମକରଣ ରହସ୍ୟ: କେଉଁ ଗ୍ରହକୁ ମିଳିଛି କେଉଁ ଦେବାଦେବୀଙ୍କ ନାଁ (ଫଟୋଚିତ୍ର ସହ) [How did the planets get their names?]