ଖୁସି ଖବର: ମିଳିଲା ପ୍ଲାଷ୍ଟିକ ଖାଉଥିବା କବକର ସନ୍ଧାନ [Plastic-eating fungus discovered]

Aspergillus Tubingensis Fungus

ପରିବେଶ ସୁରକ୍ଷା ଦିଗରେ ମନୁଷ୍ୟକୃତ ସମସ୍ୟା ଗୁଡ଼ିକ ମଧ୍ୟରୁ ସବୁଠାରୁ ବଡ଼ ସମସ୍ୟାଟି ହେଲା ପ୍ଲାଷ୍ଟିକ ଆବର୍ଜନା ଜନିତ ପ୍ରଦୁଷଣ । ପ୍ଲାଷ୍ଟିକ ସାମଗ୍ରୀ, ପ୍ଲାଷ୍ଟିକ ବୋତଲ ଓ ପଲିଥିନ ବ୍ୟାଗ ଯୋଗୁଁ ମାଟି ଓ ପାଣି ପ୍ରଦୁଷିତ ହୋଇଥାଏ । ପ୍ଲାଷ୍ଟିକ ସାମଗ୍ରୀ ଜୈବିକ-ଅବକ୍ଷୟ ହୋଇ ମାଟିରେ ମିଶିବା ପାଇଁ ବହୁ ବର୍ଷ ଲାଗେ । ଖବରକାଗଜ ମାଟିରେ ମିଶିବା ପାଇଁ 6 ସପ୍ତାହ ସମୟ ଲାଗୁଥିବା ବେଳେ ପ୍ଲାଷ୍ଟିକ ବ୍ୟାଗ
ମାଟିରେ ମିଶିବା ପାଇଁ 20 ବର୍ଷ ଓ ପ୍ଲାଷ୍ଟିକ ବୋତଲ ପ୍ରାୟ 450 ବର୍ଷ ସମୟ ନେଇଥାଏ ।

ତେବେ ଏ ଦିଗରେ ଖୁସି ଖବର । ନିକଟରେ ପ୍ରକାଶିତ ଏକ ବିଜ୍ଞାନ ଗବେଷଣା ସନ୍ଦର୍ଭ ଅନୁଯାୟୀ, ପ୍ଲାଷ୍ଟିକକୁ ଅବକ୍ଷୟ କରିପାରୁଥିବା ଏକ କବକର ଗୁଣ ବା କ୍ଷମତା ସମ୍ପର୍କରେ ସନ୍ଧାନ ମିଳିଛି । ପ୍ଲାଷ୍ଟିକ ସାମଗ୍ରୀ ତିଆରି ପାଇଁ ବହୁଳ ଭାବେ ବ୍ୟବହୃତ ମୁଖ୍ୟ ସିନ୍ଥେଟିକ ପଲିମର୍ 'ପଲିୟୁରିଥେନ'କୁ ଅବକ୍ଷୟ କରି ମାଟିରେ ମିଶାଉଥିବା ଏହି କବକର କ୍ଷମତା ଚୀନର ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି । କବକର ନାଁ ଆସ୍ପେରଗିଲସ୍ ଟ୍ୟୁବିଞ୍ଜେନ୍ସିସ୍ (Aspergillus tubingensis) ।

ଏହି କବକ ପଲିୟୁରିଥେନ ଉପରେ ବଢ଼ିପାରେ ଏବଂ ନିଜ ଇଂଜାଇମ୍ ଦ୍ୱାରା ପଲିମର ଅଣୁକୁ ଭାଙ୍ଗି ପ୍ଲାଷ୍ଟିକର ଅବକ୍ଷୟରେ ସହାୟକ ହୁଏ । ଏହା ନିଜର ବଳ ପ୍ରୟୋଗ କରି ପଲିମରକୁ ଖଣ୍ଡଖଣ୍ଡ କରିପାରୁଥିବା ମଧ୍ୟ ବୈଜ୍ଞାନିକମାନେ କହିଛନ୍ତି । ତେବେ ଏଭଳି କବକ କେଉଁ ପରିବେଶ ଓ ପରିସ୍ଥିତିରେ ଭଲଭାବେ ବଢ଼ିପାରିବ ଓ ଅଧିକରୁ ଅଧିକ ପ୍ଲାଷ୍ଟିକ ଅବକ୍ଷୟ କରିପାରିବ, ସେନେଇ ଗବେଷଣା ଜାରି ରହିଛି ।

ଆହୁରି ପଢ଼ନ୍ତୁ : ବିଦ୍ୟୁତ ସଞ୍ଚୟର କେତୋଟି ସରଳ ଉପାୟ

Comments

Popular posts from this blog

ଜିନ୍ ଏଡିଟିଂର କମାଲ୍: ମଣିଷ ଦେହରେ ଲାଗିବ ଘୁଷୁରିର ଅଙ୍ଗପ୍ରତ୍ୟଙ୍ଗ [Pig organs for human transplants]

ଗ୍ରହମାନଙ୍କ ନାମକରଣ ରହସ୍ୟ: କେଉଁ ଗ୍ରହକୁ ମିଳିଛି କେଉଁ ଦେବାଦେବୀଙ୍କ ନାଁ (ଫଟୋଚିତ୍ର ସହ) [How did the planets get their names?]