Posts

Showing posts from January, 2017

ଆଲୋକ ବର୍ଷ: ସମୟ ନୁହେଁ, ଦୂରତା [About Light Year]

Image
ଦିନ, ସପ୍ତାହ, ମାସ ଓ ବର୍ଷ କହିଲେ ଆମେ ସମୟକୁ ବୁଝିଥାଉ। କାରଣ ଏଗୁଡ଼ିକ ସମୟର ଗୋଟିଏ ଗୋଟିଏ ଏକକ। ଯେମିତି, ଆମେ ବର୍ଷେ ତଳେ ଭେଟିଥିଲୁ, ରାମର ବୟସ 12 ବର୍ଷ, ଇତ୍ୟାଦି ଇତ୍ୟାଦି। କିନ୍ତୁ ଆଲୋକ ବର୍ଷ କହିଲେ ଏହା ସମୟକୁ ନୁହେଁ, ବରଂ ଦୂରତାକୁ ବୁଝାଇଥାଏ। କାରଣ ଏହା ଦୂରତାର ଗୋଟିଏ ଏକକ। ମହାକାଶ ବା ମହାଜଗତୀୟ ବସ୍ତୁର ଦୂରତା ମାପିବାର ଏକକ। ମହାକାଶରେ ଥିବା ନକ୍ଷତ୍ର ( Star ) ଓ ଛାୟାପଥ ( Galaxy ) ଆଦିର ଦୂରତାକୁ ଆଲୋକ ବର୍ଷ ଏକକରେ ଦର୍ଶାଯାଇଥାଏ। ଯଥା: 2 ଆଲୋକ ବର୍ଷ, 55 ଆଲୋକ ବର୍ଷ, 3.8 ଆଲୋକ ବର୍ଷ ଇତ୍ୟାଦି। ତେବେ ମନରେ ପ୍ରଶ୍ନ ଉଠେ ଆଲୋକ ବର୍ଷ ଯଦି ଦୂରତାର ଏକକ, ତେବେ ଏଥିରେ ବର୍ଷ ଶବ୍ଦ କାହିଁକି ବ୍ୟବହାର କରାଯାଏ। ପ୍ରକୃତରେ, 1 ବର୍ଷ (365.25 ଦିନ) ମଧ୍ୟରେ ଆଲୋକ ଅତିକ୍ରମ କରୁଥିବା ଦୂରତାକୁ 1 ଆଲୋକ ବର୍ଷ କୁହାଯାଏ। ଏହି ଦୂରତା କେତେ ବିଶାଳ ଆଉ ଟିକିଏ ସରଳ ଭାବେ ବୁଝିବା। ଆଲୋକ ଶୂନ୍ୟରେ ସେକେଣ୍ଡ ପ୍ରତି 3 ଲକ୍ଷ କିଲୋମିଟର ବେଗରେ ଗତି କରେ। ଅର୍ଥାତ 1 ସେକେଣ୍ଡ ମଧ୍ୟରେ ଆଲୋକ ଗୋଟିଏ ସ୍ଥାନରୁ 3 ଲକ୍ଷ କିଲୋମିଟର ଦୂର ପର୍ଯ୍ୟନ୍ତ ଯାଇପାରେ। ତେବେ ଚିନ୍ତାକର ଆଲୋକ ଗୋଟିଏ ମିନିଟରେ କେତେ, ଗୋଟିଏ ଘଣ୍ଟାରେ, ଦିନରେ, ସପ୍ତାହରେ, ମାସରେ ଏବଂ ବର୍ଷରେ କେତେ ଦୂରତା ଅତିକ୍ରମ କରିବ? ହିସାବରୁ କୁହାଯାଇପାରେ, ଆଲୋକ ଏକ ବର୍ଷରେ ପ୍ରାୟ 9500000000000 କିଲୋମିଟର ଦୂରତା ଅତିକ୍ରମ କରିବ। ଅର୍...

ପୋକମାନେ ଛିଙ୍କନ୍ତି କି? ଓ କେତୋଟି ମଜାଦାର ଛିଙ୍କ କଥା [Sneezing facts]

Image
ନା। ପୋକମାନେ ଛିଙ୍କନ୍ତି ନାହିଁ। କାରଣ  ପୋକ ବା କୀଟ ପତଙ୍ଗ ଆମ ଭଳି ନାକ ସାହାଯ୍ୟରେ ଶ୍ଵାସକ୍ରିୟା କରିନଥାନ୍ତି। ସେମାନେ ଶରୀରରେ ଥିବା ଅନେକ ଗୁଡ଼ିଏ ରନ୍ଧ୍ର ବା କଣାରେ ଶ୍ଵାସକ୍ରିୟା କରନ୍ତି। ତେଣୁ ସେମାନେ ଆମ ଭଳି ଛିଙ୍କନ୍ତି ନାହିଁ। ଆମେ ଛିଙ୍କିଥାଉ କାହିଁକି ?  ସାଧାରଣତଃ ଆମ ନାକ ଭିତର ଚର୍ମରେ (ନାସାରନ୍ଧ୍ର ଓ ଶ୍ଵାସନଳୀରେ ) କିଛି ଜୀବାଣୁ, ଧୂଳି, ପରାଗ ରେଣୁ, ପ୍ରଦୁଷକ ବା ସେହି ଜାତୀୟ କିଛି ପଦାର୍ଥ ଥିଲେ, ଏହାକୁ ବାହାର କରିବା ପାଇଁ ସେଠାକାର ସ୍ନାୟୁ ମସ୍ତିଷ୍କକୁ ଖବର ଦିଏ। ଫଳରେ ମସ୍ତିଷ୍କର ନିର୍ଦ୍ଦେଶ ଅନୁସାରେ ଆମେ ଏକ ଗଭୀର ପ୍ରଶ୍ଵାସ ନେଇଥାଉ, ବାୟୁ ଫୁସଫୁସ ରେ ଜମା ହୋଇ ରହେ, ଛାତିର ମାଂସପେଶୀ ଶକ୍ତ ହୁଏ ଏବଂ ଫୁସଫୁସରେ  ଚାପ ବଢ଼େ, ଜିଭ ପାଟି ଭିତରର ଉପରିଭାଗକୁ ବନ୍ଦ କରି ରଖେ ଏବଂ ଛିଙ୍କ ଆକାରରେ ନାକ ପଟେ ଦ୍ରୁତ ଗତିରେ ପବନ ବାହାରି ଆସେ। ଏହି ପବନ ସହିତ ନାକରେ ଥିବା ଧୂଳିକଣା ବା ସେହି ଜାତୀୟ ପଦାର୍ଥ ମଧ୍ୟ ବାହାରିଯାଏ। ତେଣୁ ଛିଙ୍କ ଆମ ଶରୀରର ଏକ ସାଧାରଣ ଏବଂ ଉପକାରୀ କ୍ରିୟା। ଛିଙ୍କ ସମ୍ପର୍କିତ 5ଟି ରୋଚକ ତଥ୍ୟ: ଆଖି ଖୋଲାରଖି ଛିଙ୍କିବା ସମ୍ଭବ ନୁହେଁ। ଛିଙ୍କ ଘଣ୍ଟାପ୍ରତି 100 କିଲୋମିଟର ବେଗରେ ଗତି କରିପାରେ। ଗୋଟିଏ ଛିଙ୍କରେ ପ୍ରାୟ 1ଲକ୍ଷ ଜୀବାଣୁ ବାୟୁକୁ ନିର୍ଗତ ହୋଇଥାଏ। ନିଦ୍ରାବସ୍ଥାରେ ଛିଙ୍କ ହୁଏନାହ...

ମସ୍ତିଷ୍କ: ନିଜେ ନିଜର ନାମକରଣ କରିଥିବା ଅଙ୍ଗ [Brain named itself]

Image
ଆମ ଶରୀରର ବିଭିନ୍ନ ଅଙ୍ଗ ରହିଛି ଏବଂ ସେଗୁଡିକର ସ୍ୱତନ୍ତ୍ର ନାମ ରହିଛି। ହାତ, ଗୋଡ, ଜିଭ, ପାକସ୍ଥଳୀ ଇତ୍ୟାଦି। କିନ୍ତୁ ଜାଣିଛନ୍ତି, ଏସବୁ ମଧ୍ୟରେ ଏଭଳି ଏକ ଅଙ୍ଗ ରହିଛି ଯିଏକି ନିଜେ ନିଜର ନାଁ ରଖିଛି। ତାହା ହେଉଛି ମସ୍ତିଷ୍କ । କାରଣ ଆମେ ଯାହାବି ଚିନ୍ତା କରୁ କିମ୍ବା ନିଷ୍ପତ୍ତି ନେଉ ତାହା ଆମ ମସ୍ତିଷ୍କ କରିଥାଏ। ତେଣୁ ଆମ ଖପୁରି ଭିତରେ ଥିବା ଅଙ୍ଗର (ଅର୍ଥାତ୍ ମସ୍ତିଷ୍କର) ନାମ କ'ଣ ରହିବ ତାହା ନିଜେ ମସ୍ତିଷ୍କ ହିଁ ନିଷ୍ପତ୍ତି ନେଇଥିଲା। ଭାବିଲେ ଆଶ୍ଚର୍ଯ୍ୟ ଲାଗେ ନା? ମସ୍ତିଷ୍କ ନିଜେ କିପରି ନିଜର ନାମକରଣ କଲା? ନିଜର ନାଁ ସେ ମସ୍ତିଷ୍କ ବୋଲି କାହିଁକି ରଖିଲା? କେତେକେ ଯୁକ୍ତି ବାଢ଼ନ୍ତି ମସ୍ତିଷ୍କ ନିଜର ନାଁ ନିଜେ ରଖିନାହିଁ, ବରଂ ଏକାଧିକ ଲୋକଙ୍କର ମସ୍ତିଷ୍କ ମିଶି ଏହି ଅଙ୍ଗର ନାଁ ମସ୍ତିଷ୍କ ରଖିଛନ୍ତି। ତେଣୁ ମସ୍ତିଷ୍କର ନାମକରଣ ପଛରେ ଏକାଧିକ ମସ୍ତିଷ୍କ କାର୍ଯ୍ୟ କରିଛନ୍ତି। ତେବେ ଗୋଟିଏ ହେଉ କି ଏକାଧିକ, ଆମ ଖପୁରି ଭିତରେ ଥିବା ଅଙ୍ଗଟିର ନାଁ ମସ୍ତିଷ୍କ ରଖିବା ପଛରେ ମସ୍ତିଷ୍କର ହିଁ ହାତ ଅଛି। ଅବଶ୍ୟ ବିଭିନ୍ନ ଭାଷାଭାଷି ଲୋକଙ୍କ ମସ୍ତିଷ୍କ, ସେମାନଙ୍କ ନିଜର ଭାଷା ଅନୁଯାୟୀ ନିଜର ନାଁ ଭିନ୍ନ ଭିନ୍ନ ରଖିଛି। ଯେପରି ଓଡ଼ିଆଙ୍କ ମସ୍ତିଷ୍କ ନିଜର ନାଁ 'ମସ୍ତିଷ୍କ' ରଖିଛି ଏବଂ ଇଂରାଜୀ ଭାଷାଭାଷୀ ଲୋକଙ୍କ ମସ୍ତିଷ୍କ ନିଜ ନାଁ 'ବ୍ରେନ୍' ରଖିଛି। ଆଉ ଏକ ମଜାଦାର କ...