ମସ୍ତିଷ୍କ: ନିଜେ ନିଜର ନାମକରଣ କରିଥିବା ଅଙ୍ଗ [Brain named itself]
ଆମ ଶରୀରର ବିଭିନ୍ନ ଅଙ୍ଗ ରହିଛି ଏବଂ ସେଗୁଡିକର ସ୍ୱତନ୍ତ୍ର ନାମ ରହିଛି। ହାତ, ଗୋଡ, ଜିଭ, ପାକସ୍ଥଳୀ ଇତ୍ୟାଦି। କିନ୍ତୁ ଜାଣିଛନ୍ତି, ଏସବୁ ମଧ୍ୟରେ ଏଭଳି ଏକ ଅଙ୍ଗ ରହିଛି ଯିଏକି ନିଜେ ନିଜର ନାଁ ରଖିଛି। ତାହା ହେଉଛି ମସ୍ତିଷ୍କ। କାରଣ ଆମେ ଯାହାବି ଚିନ୍ତା କରୁ କିମ୍ବା ନିଷ୍ପତ୍ତି ନେଉ ତାହା ଆମ ମସ୍ତିଷ୍କ କରିଥାଏ। ତେଣୁ ଆମ ଖପୁରି ଭିତରେ ଥିବା ଅଙ୍ଗର (ଅର୍ଥାତ୍ ମସ୍ତିଷ୍କର) ନାମ କ'ଣ ରହିବ ତାହା ନିଜେ ମସ୍ତିଷ୍କ ହିଁ ନିଷ୍ପତ୍ତି ନେଇଥିଲା।
ଭାବିଲେ ଆଶ୍ଚର୍ଯ୍ୟ ଲାଗେ ନା? ମସ୍ତିଷ୍କ ନିଜେ କିପରି ନିଜର ନାମକରଣ କଲା? ନିଜର ନାଁ ସେ ମସ୍ତିଷ୍କ ବୋଲି କାହିଁକି ରଖିଲା? କେତେକେ ଯୁକ୍ତି ବାଢ଼ନ୍ତି ମସ୍ତିଷ୍କ ନିଜର ନାଁ ନିଜେ ରଖିନାହିଁ, ବରଂ ଏକାଧିକ ଲୋକଙ୍କର ମସ୍ତିଷ୍କ ମିଶି ଏହି ଅଙ୍ଗର ନାଁ ମସ୍ତିଷ୍କ ରଖିଛନ୍ତି। ତେଣୁ ମସ୍ତିଷ୍କର ନାମକରଣ ପଛରେ ଏକାଧିକ ମସ୍ତିଷ୍କ କାର୍ଯ୍ୟ କରିଛନ୍ତି। ତେବେ
ଗୋଟିଏ ହେଉ କି ଏକାଧିକ, ଆମ ଖପୁରି ଭିତରେ ଥିବା ଅଙ୍ଗଟିର ନାଁ ମସ୍ତିଷ୍କ ରଖିବା ପଛରେ ମସ୍ତିଷ୍କର ହିଁ ହାତ ଅଛି। ଅବଶ୍ୟ ବିଭିନ୍ନ ଭାଷାଭାଷି ଲୋକଙ୍କ ମସ୍ତିଷ୍କ, ସେମାନଙ୍କ ନିଜର ଭାଷା ଅନୁଯାୟୀ ନିଜର ନାଁ ଭିନ୍ନ ଭିନ୍ନ ରଖିଛି। ଯେପରି ଓଡ଼ିଆଙ୍କ ମସ୍ତିଷ୍କ ନିଜର ନାଁ 'ମସ୍ତିଷ୍କ' ରଖିଛି ଏବଂ ଇଂରାଜୀ ଭାଷାଭାଷୀ ଲୋକଙ୍କ ମସ୍ତିଷ୍କ ନିଜ ନାଁ 'ବ୍ରେନ୍' ରଖିଛି।

ଆଉ ଏକ ମଜାଦାର କଥା ହେଲା ମସ୍ତିଷ୍କ ନିଜେ ନିଜକୁ ଶରୀରର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ବୋଲି ଅଭିହିତ କରାଇଛି ।
ମନୁଷ୍ୟର ମସ୍ତିଷ୍କ ସମ୍ପର୍କିତ 5ଟି ରୋଚକ ତଥ୍ୟ:
- ମସ୍ତିଷ୍କର 4 ଭାଗରୁ 3ଭାଗ (75%) କେବଳ ପାଣିକୁ ନେଇ ଗଠିତ।
- ମସ୍ତିଷ୍କ ଶରୀରର ସବୁଠାରୁ ଅଧିକ ମେଦବହୁଳ ଅଙ୍ଗ। ଏହାର 60% ଚର୍ବିରେ ତିଆରି।
- ମସ୍ତିଷ୍କରେ ପ୍ରାୟ 1ଲକ୍ଷ ମାଇଲ୍ ଲମ୍ବର ରକ୍ତ ବାହିକା (blood vessel) ରହିଛି।
- ଜାଗ୍ରତ ଅବସ୍ଥାରେ ମସ୍ତିଷ୍କ ଦ୍ଵାରା ସୃଷ୍ଟି ହେଉଥିବା ଶକ୍ତି ଏକ ବିଦ୍ୟୁତ ବଲ୍ବକୁ ଜଳାଇବାକୁ ଯଥେଷ୍ଟ।
- ମସ୍ତିଷ୍କରେ ସ୍ନାୟୁ ବା ନର୍ଭ୍ ନଥିବାରୁ ଏହା କଷ୍ଟ ବା ବ୍ୟଥା ଅନୁଭବ କରିପାରେ ନାହିଁ।
ତେବେ ଥରେ ଚିନ୍ତା କଲେ, ଆମେ ମୁଣ୍ଡବିନ୍ଧା କିପରି ଅନୁଭବ କରିପାରୁ?
ଆହୁରି ପଢ଼ନ୍ତୁ : ବିଦ୍ୟୁତ ସଞ୍ଚୟର କେତୋଟି ସରଳ ଉପାୟ
ଆହୁରି ପଢ଼ନ୍ତୁ : ବିଦ୍ୟୁତ ସଞ୍ଚୟର କେତୋଟି ସରଳ ଉପାୟ
Comments
Post a Comment