ପୋକମାନେ ଛିଙ୍କନ୍ତି କି? ଓ କେତୋଟି ମଜାଦାର ଛିଙ୍କ କଥା [Sneezing facts]

Insects neither sneeze nor cough. But why do we sneeze?
ନା। ପୋକମାନେ ଛିଙ୍କନ୍ତି ନାହିଁ। କାରଣ ପୋକ ବା କୀଟ ପତଙ୍ଗ ଆମ ଭଳି ନାକ ସାହାଯ୍ୟରେ ଶ୍ଵାସକ୍ରିୟା କରିନଥାନ୍ତି। ସେମାନେ ଶରୀରରେ ଥିବା ଅନେକ ଗୁଡ଼ିଏ ରନ୍ଧ୍ର ବା କଣାରେ ଶ୍ଵାସକ୍ରିୟା କରନ୍ତି। ତେଣୁ ସେମାନେ ଆମ ଭଳି ଛିଙ୍କନ୍ତି ନାହିଁ।

ଆମେ ଛିଙ୍କିଥାଉ କାହିଁକି ? 

ସାଧାରଣତଃ ଆମ ନାକ ଭିତର ଚର୍ମରେ (ନାସାରନ୍ଧ୍ର ଓ ଶ୍ଵାସନଳୀରେ ) କିଛି ଜୀବାଣୁ, ଧୂଳି, ପରାଗ ରେଣୁ, ପ୍ରଦୁଷକ ବା ସେହି ଜାତୀୟ କିଛି ପଦାର୍ଥ ଥିଲେ, ଏହାକୁ ବାହାର କରିବା ପାଇଁ ସେଠାକାର ସ୍ନାୟୁ ମସ୍ତିଷ୍କକୁ ଖବର ଦିଏ। ଫଳରେ ମସ୍ତିଷ୍କର ନିର୍ଦ୍ଦେଶ ଅନୁସାରେ ଆମେ ଏକ ଗଭୀର ପ୍ରଶ୍ଵାସ ନେଇଥାଉ, ବାୟୁ ଫୁସଫୁସରେ ଜମା ହୋଇ ରହେ, ଛାତିର ମାଂସପେଶୀ ଶକ୍ତ ହୁଏ ଏବଂ ଫୁସଫୁସରେ  ଚାପ ବଢ଼େ, ଜିଭ ପାଟି ଭିତରର ଉପରିଭାଗକୁ ବନ୍ଦ କରି ରଖେ ଏବଂ
ଛିଙ୍କ ଆକାରରେ ନାକ ପଟେ ଦ୍ରୁତ ଗତିରେ ପବନ ବାହାରି ଆସେ। ଏହି ପବନ ସହିତ ନାକରେ ଥିବା ଧୂଳିକଣା ବା ସେହି ଜାତୀୟ ପଦାର୍ଥ ମଧ୍ୟ ବାହାରିଯାଏ। ତେଣୁ ଛିଙ୍କ ଆମ ଶରୀରର ଏକ ସାଧାରଣ ଏବଂ ଉପକାରୀ କ୍ରିୟା।

ଛିଙ୍କ ସମ୍ପର୍କିତ 5ଟି ରୋଚକ ତଥ୍ୟ:

  • ଆଖି ଖୋଲାରଖି ଛିଙ୍କିବା ସମ୍ଭବ ନୁହେଁ।
  • ଛିଙ୍କ ଘଣ୍ଟାପ୍ରତି 100 କିଲୋମିଟର ବେଗରେ ଗତି କରିପାରେ।
  • ଗୋଟିଏ ଛିଙ୍କରେ ପ୍ରାୟ 1ଲକ୍ଷ ଜୀବାଣୁ ବାୟୁକୁ ନିର୍ଗତ ହୋଇଥାଏ।
  • ନିଦ୍ରାବସ୍ଥାରେ ଛିଙ୍କ ହୁଏନାହିଁ, କାରଣ ଏହି ସମୟରେ ଛିଙ୍କ ସମ୍ପର୍କିତ ସ୍ନାୟୁ କାର୍ଯ୍ୟ କରିନଥାଏ।
  • ଛିଙ୍କ ହେବା ସମୟରେ ଆମ ହୃଦ୍-ଗତି ପ୍ରଭାବିତ ହୁଏ, କିନ୍ତୁ ଏହା ବନ୍ଦ ହୋଇଯାଉଥିବା କଥା ଏକ ଗୁଜବ।
କୁହାଯ଼ାଏ, ଆଖି ଖୋଲା ରଖି ଛିଙ୍କିଲେ ଆମ ଆଖିଡୋଳା ବାହାରିଆସିପାରେ। ଏହା କ'ଣ ସତ?



ଆହୁରି ପଢ଼ନ୍ତୁ : ପଢ଼ିଲା ବେଳେ ଆମକୁ ନିଦ ଲାଗେ କାହିଁକି?

Comments

Popular posts from this blog

ଜିନ୍ ଏଡିଟିଂର କମାଲ୍: ମଣିଷ ଦେହରେ ଲାଗିବ ଘୁଷୁରିର ଅଙ୍ଗପ୍ରତ୍ୟଙ୍ଗ [Pig organs for human transplants]

ଗ୍ରହମାନଙ୍କ ନାମକରଣ ରହସ୍ୟ: କେଉଁ ଗ୍ରହକୁ ମିଳିଛି କେଉଁ ଦେବାଦେବୀଙ୍କ ନାଁ (ଫଟୋଚିତ୍ର ସହ) [How did the planets get their names?]