ହଁ, ଦିନେ ଆମେ ସମସ୍ତେ ନାରୀ ଥିଲୁ [We were once all female]
ଆଶ୍ଚର୍ଯ୍ୟ ଲାଗୁଚି ନା? କିଛି ପୁରୁଷ ପାଠକଙ୍କୁ ତ ଝଟକା ଲାଗୁଥିବ । କିନ୍ତୁ ଏହା ସତ କଥା । ଭ୍ରୁଣ ଅବସ୍ଥାରେ ଆମେ ସମସ୍ତେ ନାରୀ ହିଁ ଥିଲୁ । ଯଦିଓ ଡିମ୍ବାଣୁ ସହିତ ଶୁକ୍ରାଣୁର ମିଳନ ହେବା ସମୟରେ ହିଁ ସ୍ଥିର ହୋଇଯାଏ ଯେ ଶିଶୁଟି ପୁରୁଷ ହେବ କି ନାରୀ ହେବ, କିନ୍ତୁ ଶାରିରୀକ ବୃଦ୍ଧିର କିଛି ସପ୍ତାହ ପର୍ଯ୍ୟନ୍ତ ଭ୍ରୁଣ ଠାରେ କେବଳ ନାରୀର ଗୁଣ ପ୍ରକାଶ ପାଏ ଓ ତାହା ନାରୀ ଭାବେ ବିକଶିତ ହୋଇଥାଏ । ଅର୍ଥାତ୍ ଭ୍ରୁଣ ଅବସ୍ଥାରେ ପୁରୁଷଙ୍କ ଶରୀର ବି ଦିନେ ନାରୀର ଭ୍ରୁଣ ଭଳି ଥିଲା ।
ଏହାର ରହସ୍ୟକୁ ଭେଦ କରିବାକୁ ହେଲେ ପ୍ରଥମେ ଜାଣିବାକୁ ପଡ଼ିବ ଯେ, ଶିଶୁର ଲିଙ୍ଗ କିପରି ନିର୍ଦ୍ଧାରିତ ହୋଇଥାଏ ଏବଂ ସେଥିରେ ଗୁଣସୂତ୍ରର ଭୂମିକା କଣ? ପୁରୁଷ ଜୀବକୋଷରେ XY ଗୁଣସୂତ୍ର ଏବଂ ନାରୀ ଜୀବକୋଷରେ XX ଗୁଣସୂତ୍ର ରହିଥାଏ । କିନ୍ତୁ ଡିମ୍ବାଣୁରେ କେବଳ X ଗୁଣସୂତ୍ର ରହିଥିବା ବେଳେ ଶୁକ୍ରାଣୁରେ ହୁଏତ X ଅଥବା Y ଗୁଣସୂତ୍ର ରହିଥାଏ । ତେଣୁ ଡିମ୍ବାଣୁ (X) ସହିତ ଯଦି X ଗୁଣସୂତ୍ର ବିଶିଷ୍ଟ ଶୁକ୍ରାଣୁର ମିଳନ ହୁଏ ତେବେ ଶିଶୁଟି ନାରୀ (XX) ହୁଏ । ସେହିପରି ଯଦି ଶୁକ୍ରାଣୁଟି Y ଗୁଣସୂତ୍ରର ହୋଇଥାଏ, ତେବେ ଶିଶୁଟି ପୁରୁଷ (XY) ହୁଏ । ତେଣୁ ପୁରୁଷର ଶୁକ୍ରାଣୁ ହିଁ ନିର୍ଦ୍ଧାରଣ କରେ ଯେ ଶିଶୁଟି ପୁଅ ହେବ କି ଝିଅ ।
ଏବେ ଫେରିବା ମୂଳ ପ୍ରସଙ୍ଗକୁ । XY ଗୁଣସୂତ୍ର ବିଶିଷ୍ଟ ଭ୍ରୁଣଟି ସୃଷ୍ଟି ହେବାର ପ୍ରାୟ 6 ସପ୍ତାହ ପର୍ଯ୍ୟନ୍ତ ନାରୀର ଭ୍ରୁଣ ଭାବେ ବୃଦ୍ଧି ପାଏ । ତାଠାରେ କେବଳ X ଗୁଣସୂତ୍ରର ଲକ୍ଷଣ ପ୍ରକାଶ ପାଏ । 5ରୁ 6 ସପ୍ତାହ ପରେ Y ଗୁଣସୂତ୍ରର SRY ନାମକ ଏକ ଜିନ୍ ସକ୍ରିୟ ହୁଏ ଏବଂ ଭ୍ରୁଣ ଠାରେ ପୁରୁଷର ଲକ୍ଷଣ ପ୍ରକାଶ ପାଇବା ଆରମ୍ଭ ହୁଏ । ତେଣୁ ଏହି SRY ଜିନ୍ ସକ୍ରିୟ ନହେବା ପର୍ଯ୍ୟନ୍ତ ଅର୍ଥାତ୍ ଆମେ ସମସ୍ତେ ସୃଷ୍ଟି ହେବାର ପ୍ରାୟ 6 ସପ୍ତାହ ପର୍ଯ୍ୟନ୍ତ ନାରୀ ଭାବେ ହିଁ ବିକଶିତ ହୋଇଥାଉ ।
ତେବେ କେତେକ ଗବେଷକ ଏହାକୁ ଭୁଲ ବୋଲି କହନ୍ତି । ସେମାନଙ୍କ ମତରେ ଯଦିଓ କଥାରେ ଏଭଳି କୁହାଯାଇପାରେ, କିନ୍ତୁ ବୈଷୟିକ ଦୃଷ୍ଟିକୋଣରୁ ଏହା ଠିକ୍ ନୁହେଁ । ଭ୍ରୁଣର ଲିଙ୍ଗ ନିର୍ଦ୍ଧାରିତ ହେବା ଏକ ଜଟିଳ ପ୍ରକ୍ରିୟା ଏବଂ ଏହା ଥରେ ନିଶ୍ଚିତ ହୋଇସାରିବା ପରେ ଶାରିରୀକ ଦୃଷ୍ଟିକୋଣରୁ ଭ୍ରୁଣ ପ୍ରଥମ କିଛି ମାସ ନାରୀ ଭଳି ବୃଦ୍ଧି ପାଇଥିଲେ ବି ପୁରୁଷ ଭ୍ରୁଣ ନିକଟରେ ପୁରୁଷର ଗୁଣସୂତ୍ର ରହିଥାଏ ।
ଆହୁରି ପଢ଼ନ୍ତୁ: ଚତୁର ମାଈ କଙ୍କି, ପୁରୁଷ ପିଛା କଲେ ରଚନ୍ତି ଆତ୍ମହତ୍ୟାର ନାଟକ

Comments
Post a Comment