ଚତୁର ମାଈ କଙ୍କି: ପୁରୁଷ ପିଛା କଲେ ରଚନ୍ତି ଆତ୍ମହତ୍ୟାର ନାଟକ [Female dragonflies fake death]

dragonflies fake death to avoid unwanted mating

ଏକ ଗବେଷଣାରୁ ଜଣା ପଡ଼ିଛି ଯେ, ଯଦି କୌଣସି ଅଣ୍ଡିରା କଙ୍କି ଏକ ମାଈ କଙ୍କି ସହ ଯୌନ ସମ୍ପର୍କ ରଖିବାକୁ ଇଚ୍ଛା କରେ ଓ ତାହାକୁ ପିଛା କରେ, କିନ୍ତୁ ମାଈ କଙ୍କିର ଏଥିପ୍ରତି ଇଚ୍ଛା ନଥାଏ, ତେବେ ଏଭଳି ପରିସ୍ଥିତିରୁ ବର୍ତ୍ତିବା ପାଇଁ ମାଈ କଙ୍କି ଆତ୍ମହତ୍ୟା କରିବାର ନାଟକ କରିଥାଏ । ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏଭଳି ଅବାଞ୍ଛିତ ସହବାସରୁ ବର୍ତ୍ତିବା ପାଇଁ ସେ ଉଡ଼ୁଥିବା ବେଳେ ହଠାତ୍ ତଳକୁ ଆସି ମାଟିରେ ପିଟି ହୋଇଯାଏ ବା ଭୂଇଁରେ ଖସିପଡ଼େ ଏବଂ ପୁରୁଷ କଙ୍କି ଯଥେଷ୍ଟ ଦୂରକୁ ଉଡ଼ିନଯିବା ପର୍ଯ୍ୟନ୍ତ ଗୋଡ଼ ଉପରକୁ କରି ମୃତବତ୍ ନିଶ୍ଚଳ ହୋଇ ପଡ଼ିରହେ 

କମନ୍ ହକର୍, ମୁରଲାଣ୍ଡ୍ ହକର୍ ବା ସେଜ୍ ଡାର୍ନର୍ ଭଳି ପ୍ରଜାତିର କଙ୍କି ଏଭଳି କରିବାର ଦେଖାଯାଏ । ପୂର୍ବରୁ କଙ୍କିର ଏହି ଲକ୍ଷଣ ସମସ୍ତଙ୍କୁ ଅଜଣା ଥିଲା । ରସିମ ଖଲିଫାଙ୍କ ନେତୃତ୍ୱରେ ଜ୍ୟୁରିକ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହା ଆବିଷ୍କାର କରିଛନ୍ତି । କଙ୍କି ଅଣ୍ଡାର ତାପମାତ୍ରା କିପରି ଶାବକର ଲିଙ୍ଗ ନିର୍ଦ୍ଧାରଣକୁ ପ୍ରଭାବିତ କରିଥାଏ ତାହା ପରୀକ୍ଷା କରିବା ପାଇଁ ସେମାନେ ସ୍ୱିଜରଲ୍ୟାଣ୍ଡର ଆଲ୍ପସ୍ ପର୍ବତମାଳାକୁ ଯାଇଥିଲେ, ଆଉ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ଆବିଷ୍କାର କଲେ ।


ଆହୁରି ପଢ଼ନ୍ତୁ: ନୀଳତିମି: ବଡ଼ ଯେ,କେତେ ବଡ଼?

Comments

Popular posts from this blog

ଜିନ୍ ଏଡିଟିଂର କମାଲ୍: ମଣିଷ ଦେହରେ ଲାଗିବ ଘୁଷୁରିର ଅଙ୍ଗପ୍ରତ୍ୟଙ୍ଗ [Pig organs for human transplants]

ଗ୍ରହମାନଙ୍କ ନାମକରଣ ରହସ୍ୟ: କେଉଁ ଗ୍ରହକୁ ମିଳିଛି କେଉଁ ଦେବାଦେବୀଙ୍କ ନାଁ (ଫଟୋଚିତ୍ର ସହ) [How did the planets get their names?]