ହଁ, ଦିନେ ଆମେ ସମସ୍ତେ ନାରୀ ଥିଲୁ [We were once all female]
ଆଶ୍ଚର୍ଯ୍ୟ ଲାଗୁଚି ନା? କିଛି ପୁରୁଷ ପାଠକଙ୍କୁ ତ ଝଟକା ଲାଗୁଥିବ । କିନ୍ତୁ ଏହା ସତ କଥା । ଭ୍ରୁଣ ଅବସ୍ଥାରେ ଆମେ ସମସ୍ତେ ନାରୀ ହିଁ ଥିଲୁ । ଯଦିଓ ଡିମ୍ବାଣୁ ସହିତ ଶୁକ୍ରାଣୁର ମିଳନ ହେବା ସମୟରେ ହିଁ ସ୍ଥିର ହୋଇଯାଏ ଯେ ଶିଶୁଟି ପୁରୁଷ ହେବ କି ନାରୀ ହେବ, କିନ୍ତୁ ଶାରିରୀକ ବୃଦ୍ଧିର କିଛି ସପ୍ତାହ ପର୍ଯ୍ୟନ୍ତ ଭ୍ରୁଣ ଠାରେ କେବଳ ନାରୀର ଗୁଣ ପ୍ରକାଶ ପାଏ ଓ ତାହା ନାରୀ ଭାବେ ବିକଶିତ ହୋଇଥାଏ । ଅର୍ଥାତ୍ ଭ୍ରୁଣ ଅବସ୍ଥାରେ ପୁରୁଷଙ୍କ ଶରୀର ବି ଦିନେ ନାରୀର ଭ୍ରୁଣ ଭଳି ଥିଲା । ଏହାର ରହସ୍ୟକୁ ଭେଦ କରିବାକୁ ହେଲେ ପ୍ରଥମେ ଜାଣିବାକୁ ପଡ଼ିବ ଯେ, ଶିଶୁର ଲିଙ୍ଗ କିପରି ନିର୍ଦ୍ଧାରିତ ହୋଇଥାଏ ଏବଂ ସେଥିରେ ଗୁଣସୂତ୍ରର ଭୂମିକା କଣ? ପୁରୁଷ ଜୀବକୋଷରେ XY ଗୁଣସୂତ୍ର ଏବଂ ନାରୀ ଜୀବକୋଷରେ XX ଗୁଣସୂତ୍ର ରହିଥାଏ । କିନ୍ତୁ ଡିମ୍ବାଣୁରେ କେବଳ X ଗୁଣସୂତ୍ର ରହିଥିବା ବେଳେ ଶୁକ୍ରାଣୁରେ ହୁଏତ X ଅଥବା Y ଗୁଣସୂତ୍ର ରହିଥାଏ । ତେଣୁ ଡିମ୍ବାଣୁ (X) ସହିତ ଯଦି X ଗୁଣସୂତ୍ର ବିଶିଷ୍ଟ ଶୁକ୍ରାଣୁର ମିଳନ ହୁଏ ତେବେ ଶିଶୁଟି ନାରୀ (XX) ହୁଏ । ସେହିପରି ଯଦି ଶୁକ୍ରାଣୁଟି Y ଗୁଣସୂତ୍ରର ହୋଇଥାଏ, ତେବେ ଶିଶୁଟି ପୁରୁଷ (XY) ହୁଏ । ତେଣୁ ପୁରୁଷର ଶୁକ୍ରାଣୁ ହିଁ ନିର୍ଦ୍ଧାରଣ କରେ ଯେ ଶିଶୁଟି ପୁଅ ହେବ କି ଝିଅ । ଏବେ ଫେରିବା ମୂଳ ପ୍ରସଙ୍ଗକୁ । XY ଗୁଣସୂତ୍ର ବିଶିଷ୍ଟ ଭ୍ରୁଣଟି ସୃଷ୍ଟି ହେବାର ପ୍ରାୟ 6...